June 3, 2026

Now Odisha

Now Odisha

ଉଠା ଜଳ କୂପ ତିଆରି ରେ ଦୁର୍ନୀତି ଅଭିଯୋଗ |

Spread the love

ସରକାର ଙ୍କ ଟଙ୍କା ଖର୍ଚ୍ଚ ହେଉଛି କାହା ପାଇଁ ।ଲୋକଙ୍କ ହିତ ନିମନ୍ତେ ନା ଠିକାଦାର ଙ୍କ ହିତ ପାଇଁ। ଠିକାଦାର ଚଳାଇଛନ୍ତି ମନ୍ ମାନି କାମ ।ପ୍ରଶାସନିକ ଅଧିକାରୀ ଙ୍କ ନଜର ନାହିଁ ।ପି ସି ପାଇଲେ ଚୁପ୍ ଚାପ୍ । ଏ ପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲାର ମୁରିବାହାଲ ବ୍ଲକ ଅନ୍ତର୍ଗତ ଚଲକି ଗ୍ରାମ ପଞ୍ଚାୟତ ଅଧୀନ ରେ ଥିବା ବାଙ୍କେଲ ଗ୍ରାମରେ । ସରକାର ଖର୍ଚ୍ଚ କରୁଛନ୍ତି ସତ କିନ୍ତୁ ଅଧ ରୁ ଅଧ ବି ଠିକାଦାର ବାବୁ ମାନେ କାମରେ ଲଗାଉ ନାହାନ୍ତି ।ଆପଣ ମାନେ ଦେଖନ୍ତୁ ଏହି ଉଠା ଜଳ କୂପ କୁ ।କେମିତି ପ୍ରକାର ର ଦୁର୍ନୀତି ହୋଇଛି ଦେଖିଲେ ଜାଣିବେ । କୂପ ତିଆରି ରେ କେତେ ଟଙ୍କା ଖର୍ଚ୍ଚ କରାଯାଇ ପାରିବ କେଉଁ ପ୍ରକାରେ ହେବ କିଛି ବୁଝି ହେଉ ନାହିଁ । ନା ପାଖରେ ଅଛି ସୂଚନା ଫଳକ ନା ଅଛନ୍ତି କାର୍ଯ୍ୟ ରତ J E । ଏହି ଉଠା ଜଳ କୂପ ତିଆରି ରେ କେବଳ ଖୋଲା ସିମେଣ୍ଟ ବସ୍ତା ଓ ବାଲି ବ୍ୟବହାର ହୋଇଥିବା ଦେଖିବାକୁ ମିଳିଛି ।ଠିକାଦାର ଶୁକଦେବ ତାଣ୍ଡି ତିଆରି କରୁଛନ୍ତି ଏହି ଉଠା ଜଳ କୂପ । ବିଭାଗୀୟ ଅଧିକାରୀ ଙ୍କ ସହିତ ଫୋନ ଜରିଆରେ କଥା ହେବାରୁ ଜଣାପଡ଼ିଲା ଯେ ସେ କାମ କୁ ଦିନେ ହେଲେ ଦେଖିବାକୁ ଯାଇ ନାହାନ୍ତି ।କାହିଁକି ଠିକାଦାର ଶୁକଦେବ ତାଣ୍ଡି ଦୁର୍ନୀତି କରିବେ ନାହିଁ ।କୁପରେ କାମ କରି ଦିନେ ହେଲେ ପାଣି ଦେଇ ନ ଥିବା ଜଣା ପଡ଼ିଛି ।ଗ୍ରାମର ଲୋକ ମାନେ ଠିକ୍ ଭାବେ କାମ କରି ବାକୁ କହିଲେ ମଧ୍ୟ ଠିକାଦାର ଶୁକଦେବ ତାଣ୍ଡି ଦୁର୍ନୀତି କରିବା ପାଇଁ ପଛେଇଲେ ନାହିଁ । କାମ ଯେତିକି କୁ ଦୁର୍ନୀତି ସେତିକି ।

error: Content is protected !!