ଗତ ମେ ମାସ ୩୧ତାରିଖରେ ଢ଼େଙ୍କାନାଳ ବନଖଣ୍ଡ ଅନ୍ତର୍ଗତ ହିନ୍ଦୋଳ ବନାଞ୍ଚଳ ର ଚରଣପୁର ସ୍ଥିତ ଏକ ଫାର୍ମ ହାଉସ୍ ରେ ଏକ ବଣୁଆ ଦନ୍ତା ହାତୀ କୁ ମାରି ପୋଟିଦିଆଯାଇଥିବାର ସୂଚନା ମିଳିଥିଲା ।ଉକ୍ତ ଫାର୍ମ ରେ ଥିବା ଆମ୍ବତୋଟା ରୁ ଆମ୍ବ ଖାଇବାକୁ ବଣୁଆ ହାତୀ ବାରମ୍ବାର ଆସୁଥିଲେ।ଏହା ଦେଖି ଫାର୍ମ ର ମାଲିକ ଅବସରପ୍ରାପ୍ତ ସୈନିକ ପ୍ରମୋଦ କୁମାର ରାଜ୍ ଆମ୍ବତୋଟା ଚାରିପାଖରେ ସୋଲାର ବୈଦ୍ୟୁତିକ ତାର ବିଛାଇଦେଇଥିଲେ।ବଣୁଆ ହାତୀ ଟି ଆମ୍ବତୋଟା କୁ ଆସିବା ସମୟରେ ସେହି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ସେହି ସ୍ଥାନରେ ମୃତ୍ୟୁ ଘଟିଛି।ଖବର ମିଳୁଛି ଯେ ସଙ୍ଗେ ସଙ୍ଗେ ଫାର୍ମ ମାଲିକ ଜଣେ ଜେସିବି ଅପରେଟର ଏବଂ ତାଙ୍କ ଫାର୍ମ ର ଜଗୁଆଳୀ ଙ୍କ ସହାୟତାରେ ମୃତ ହାତୀ ଟି କୁ ମାଟି ତଳେ ପୋତି ଦେଇଥିଲେ।ପରଦିନ ଏହି ଖବର ପାଇ ହିନ୍ଦୋଳ ବନାଞ୍ଚଳ ର ରେଞ୍ଜର ତ୍ରିଲୋଚନ ଦେହୁରୀ ତାଙ୍କ ସମ୍ପୂର୍ଣ୍ଣ ଦଳ କୁ ନେଇ ଫାର୍ମ କୁ ସିଲ୍ କରିବା ସହ ଜେସିବି ଏବଂ ବିଦ୍ୟୁତ୍ ତାର କୁ ଜବତ୍ କରିଛନ୍ତି।ଉକ୍ତ ଚଢ଼ାଉ କାର୍ଯ୍ୟରେ ମାଜିଷ୍ଟ୍ରେଟ ଭାବରେ ଅତିରିକ୍ତ ଉପଜିଲ୍ଲାପାଳ ବିଶ୍ୱଜିତ୍ ରାଉତ, ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ବିଶ୍ୱାଳ, ଢ଼େଙ୍କାନାଳ ଡି. ଏଫ୍.ଓ ଲଳିତ ପାତ୍ର, ହାତୀ ବିଶେଷଜ୍ଞ ଅରବିନ୍ଦ ମାଝୀ ଏବଂ ଅନ୍ୟ ବନ ଅଧିକାରୀ ମାନେ ଉପସ୍ଥିତ ଥିଲେ।ସମସ୍ତଙ୍କ ସହଯୋଗ ରେ ମାଟି ଭିତରୁ ମୃତ ହାତୀ କୁ ବାହାର କରି ଶବ ବ୍ୟବଚ୍ଛେଦ କରାଯାଇଥିଲା।ବର୍ତମାନ ଫାର୍ମ ମାଲିକ ଙ୍କ ସହ ତାଙ୍କ ଜଗୁଆଳୀ ଏବଂ ଜେସିବି ଅପରେଟର ଙ୍କୁ ହିନ୍ଦୋଳ ବନବିଭାଗ ଅଟକ ରଖିଛନ୍ତି।ଏହି ଘଟଣାର ପ୍ରକୃତ କାରଣ ଏବଂ ଦୋଷୀ କୁ ଉପଯୁକ୍ତ ଦଣ୍ଡ ଦେବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି।

More Stories
ପଡ଼ୋଶୀ ରାଜ୍ୟର କବାଡ଼ି ବ୍ୟବସାୟୀଙ୍କ ଆଧିପତ୍ୟ! ହାଇବା ବ୍ୟାଟେରି ଚୋରି ଘଟଣାରେ ପୋଲିସର ନିରବତାକୁ ନେଇ ପ୍ରଶ୍ନ
କଳାହାଣ୍ଡି ଯୁବ କଂଗ୍ରେସ ତରଫରୁ ସାମ୍ବାଦିକ ସମ୍ମିଳନୀ
ସଦର ପ୍ରେସ୍ କ୍ଳବର ମେଧା ସମ୍ମାନ ସମାରୋହ |