ବିଶ୍ୱ ପାଣିପାଗ ସଂସ୍ଥାନ (World Meteorological Organization – WMO) ଏକ ଗୁରୁତର ଚେତାବନୀ ଜାରି କରିଛି। ପ୍ରଶାନ୍ତ ମହାସାଗରର ଉଷ୍ଣ ଜଳରାଶି ଯୋଗୁଁ ଏଲନିନୋ ଆହୁରି ଅଧିକ ଭୟଙ୍କର ହେବାର ସମ୍ଭାବନା ରହିଛି। ଆଗାମୀ ମାସଗୁଡ଼ିକରେ ବିଶ୍ୱବ୍ୟାପୀ ତାପମାତ୍ରା ବଢ଼ାଇବା ସହ ବର୍ଷା ସ୍ୱଳ୍ପ ହେବାର ଆଶଙ୍କା ରହିଛି।
WMO ପୂର୍ବାନୁମାନ କରିଛି ଯେ, ଜୁନରୁ ଅଗଷ୍ଟ ମଧ୍ୟରେ ଏଲନିନୋର ପ୍ରଭାବ ୮୦% ରହିବ। ନଭେମ୍ବର ପର୍ଯ୍ୟନ୍ତ ଏହା ୯୦ ପ୍ରତିଶତ ବା ତା’ଠାରୁ ଅଧିକ ରହିବ। କେତେକ ମଡେଲ୍ ଅନୁଯାୟୀ ଏହା ଶକ୍ତିଶାଳୀ ବା ସୁପର ଏଲନିନୋ ହୋଇପାରେ।
ଏଲନିନୋ କଣ ଏବଂ କାହିଁକି ଭୟଙ୍କର?
ଏଲନିନୋ ହେଉଛି ପ୍ରଶାନ୍ତ ମହାସାଗରର ମଧ୍ୟ ଓ ପୂର୍ବ ଅଂଶରେ ତାପମାତ୍ରା ଅସ୍ୱାଭାବିକ ବୃଦ୍ଧି ଘଟେ। ଏହା ପ୍ରତି ୨ରୁ ୭ ବର୍ଷରେ ଥରେ ଘଟେ ଏବଂ ସାଧାରଣତଃ ୯ରୁ ୧୨ ମାସ ପର୍ଯ୍ୟନ୍ତ ରହେ। ଏହା ବିଶ୍ୱବ୍ୟାପୀ ପାଣିପାଗ ଧାରାକୁ ପରିବର୍ତ୍ତନ କରେ।
ବିଶ୍ୱର ଅଧିକାଂଶ ସ୍ଥାନରେ ଉଚ୍ଚ ତାପମାତ୍ରା, ହିଟ୍ୱେଭ୍ ଏବଂ ସମୁଦ୍ରୀୟ ଉଷ୍ଣତା ବୃଦ୍ଧି ହୁଏ। ଦକ୍ଷିଣ ଆମେରିକା, ଦକ୍ଷିଣ ଯୁକ୍ତରାଷ୍ଟ୍ର ଆଦି ଅଞ୍ଚଳରେ ଅଧିକ ବର୍ଷା ଏବଂ ବନ୍ୟା ହୁଏ। ଅଷ୍ଟ୍ରେଲିଆ, ଇଣ୍ଡୋନେସିଆ, ଦକ୍ଷିଣ ଆଫ୍ରିକା, ମଧ୍ୟ ଆମେରିକା ଏବଂ ଦକ୍ଷିଣ ଏସିଆରେ ଶୁଷ୍କତା ବଢ଼ିବା ସହ ମରୁଡ଼ି ହୁଏ। ବାତ୍ୟା, ବନ୍ୟା, ଜଙ୍ଗଲ ନିଆଁ ଏବଂ ମରୁଡ଼ି ହେବାର ଆଶଙ୍କା କରାଯାଉଛି।

More Stories
ହସ୍ପିଟାଲ ଯାଉଥିବା ବେଳେ ନାବାଳିକାଙ୍କୁ ଟେକିନେଲେ ଦୁର୍ବୃତ୍ତ, କାର୍ ଭିତରେ ଗଣବଳାତ୍କାର କରି…
ଶ୍ୱଶୁର ହେଲେ ରକ୍ତମୁଖା: ଲୁହାରଡ୍ରେ ପିଟିପିଟି ଜ୍ୱାଇଁଙ୍କୁ ମାରିଦେଲେ
ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ୍