June 3, 2026

Now Odisha

Now Odisha

ଦିଲ୍ଲୀରେ ପୁଣିଥରେ ଚମକିଲା ଗଞ୍ଜାମ |

Spread the love

ପୁଣିଥରେ ଦିଲ୍ଲୀରେ ଚମକିଛି ଗଞ୍ଜାମ ଜିଲ୍ଲା। ଜିଲ୍ଲାକୁ ମିଳିଛି ୩ଟି ପ୍ରତିଷ୍ଠିତ ଜାତୀୟ ପୁରସ୍କାର। ଜିଲ୍ଲାର ୨ଟି ପଞ୍ଚାୟତ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ପାଇଥିବା ବେଳେ ଗଞ୍ଜାମ ଜିଲ୍ଲା ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ପାଇବାର ଗୌରବ ହାସଲ କରିଛି। ସମଗ୍ର ରାଜ୍ୟରୁ ୪ଟି ପଞ୍ଚାୟତ ଏବଂ ଗୋଟିଏ ଜିଲ୍ଲା ଏହି ଜାତୀୟ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ସେଥିରୁ ୩ଟି ପୁରସ୍କାର ଏକାକୀ ଗଞ୍ଜାମ ଜିଲ୍ଲା ପାଇବାକୁ ସକ୍ଷମ ହୋଇଛି।

ପୋଲସରା ବ୍ଲକର ମନ୍ଦାର ପଞ୍ଚାୟତକୁ ଦେଶର ଦ୍ୱିତୀୟ ସର୍ବଶ୍ରେଷ୍ଠ “ସାମାଜିକ ଭାବେ ନ୍ୟାୟପୂର୍ଣ୍ଣ ଓ ସୁରକ୍ଷିତ” ପଞ୍ଚାୟତ ଭାବେ ସ୍ୱୀକୃତି ମିଳିଥିବା ବେଳେ ଛତ୍ରପୁର ବ୍ଲକର ପୋଟଲାମପୁର ପଞ୍ଚାୟତ ଦେଶର ତୃତୀୟ ସର୍ବଶ୍ରେଷ୍ଠ ସୁସ୍ଥ ପଞ୍ଚାୟତ ପୁରସ୍କାର ପାଇପାରିଛି ସେହିପରି ଗଞ୍ଜାମ ଜିଲ୍ଲାକୁ ଦେଶର ଦ୍ୱିତୀୟ ସର୍ବଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ ଭାବେ ପୁରସ୍କୃତ କରାଯାଇଛି।

ରାଜଧାନୀ ଦିଲ୍ଲୀରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀଙ୍କ ହସ୍ତରୁ ଗଞ୍ଜାମ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ, ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ୱାସନ, ଗଞ୍ଜାମ ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ଏପିଡି ବିଜୟ ବେହେରାଙ୍କ ସମେତ ପୋଲସରା ବିଡିଓ ଶଶିଭୂଷଣ ମହାପାତ୍ର, ଛତ୍ରପୁର ବିଡିଓ ସମ୍ବିତ ସଂଗ୍ରାମଜିତ ସାହୁ, ପୋଟଲାମପୁର ସରପଞ୍ଚ ନିରଞ୍ଜନ ପ୍ରଧାନ, ପିଇଓ ରୋଜାଲିନ ବେହେରା, ମନ୍ଦାର ସରପଞ୍ଚ ସୁନିତା ଜେନା ଓ ଜିଲ୍ଲା ପରିଷଦ କାର୍ଯ୍ୟାଳୟର ବାଣୀ ସୁକାନ୍ତ ପ୍ରମୁଖ ଜିଲ୍ଲାବାସୀଙ୍କ ତରଫରୁ ଟ୍ରଫି, ମାନପତ୍ର ଓ ଅର୍ଥରାଶି ଗ୍ରହଣ କରିଛନ୍ତି ।

error: Content is protected !!