June 5, 2026

Now Odisha

Now Odisha

ବଜ୍ରାଘାତ ଘଟି ୯ ଗାଈ ମୃତ ୧୧ଆହତ |

Spread the love

ବଜ୍ରାଘାତ ଘଟି ୯ ଗାଈ ମୃତ ୧୧ଆହତ ହୋଇଥିବା ଜଣାଯାଇଛି।ପୁରୀଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ପରଳା ଗ୍ରାମ ଚିଲିକା କୂଳରେ ବଜ୍ରାଘାତ ଘଟି ଏକ ଅଭାବନୀୟ ଘଟଣା ଘଟିଛି। ଅସହ୍ୟ ଗରମ ଯୋଗୁଁ ଗାଈ ବାଛୁରୀ ମାନେ ଗାଁ ମୁଣ୍ଡ ଏକ ବର ଗଛ ତଳେ ଆଶ୍ରୟ ନେଇଥିଲେ। ହଠାତ ସନ୍ଧ୍ୟା ୬ ତା ସମୟରେ ଆକାଶ କୁ କଳା ମେଘ ଢାଙ୍କିଥିଲା। ଅଳ୍ପ ବର୍ଷା ଆରମ୍ଭ ହୋଇଥିବା ବେଳେ ଏକ ବଜ୍ରାଘାତ ହୋଇଥିଲା। ବଜ୍ରାଘାତ ରେ ଘଟଣା ସ୍ଥଳରେ ୯ ଟି ଗାଈ ଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧ଟି ଗାଈ ବାଛୁରୀ ଆହତ ହୋଇ ଘଟଣା ସ୍ଥଳରୁ କେଉଁ ଆଡ଼େ ଦୌଡ଼ି ଚାଲି ଯାଇଛନ୍ତି। ପରଳା ଗ୍ରାମର ବାଲୁଙ୍କି ମହାନ୍ତି, ଲକ୍ଷ୍ମୀଧର ପ୍ରଧାନ,ଭ୍ରମର ବର ପ୍ରଧାନ,ସୁରେନ୍ଦ୍ର ପଣ୍ଡା,ଯୋଗେନ୍ଦ୍ର ପ୍ରଧାନ, ବାସୁଦେବ ପ୍ରଧାନ,ଦୈତାରୀ ମହାନ୍ତି, ବୁଲାମଣି ପ୍ରଧାନ ଙ୍କ ଗାଈ ମୃତ୍ୟୁ ହୋଇଥିବା ଜଣାଅପଡ଼ିଛି। ଖବର ପାଇ ଘଟଣା ସ୍ଥଳରେ ମାଲୁଦ ରୁ ଅଗ୍ନିଶମ ବାହିନୀ ପହଞ୍ଚିଥିବା ଜଣା ପଡିଛି। ବଜ୍ରାଘାତ ରେ ମୃତ୍ୟୁ ହୋଇଥିବା ଗାଈ ଚାଷୀ ଙ୍କୁ କ୍ଷତି ପୁରଣ ଦେବା ପାଇଁ ଦାବି ହେଉଛି।

error: Content is protected !!