June 5, 2026

Now Odisha

Now Odisha

ବିଶ୍ୱ ପରିବେଶ ଦିବସରେ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କଲା ବିଜେପି |

Spread the love

ଭୁବନେଶ୍ୱର,ତା.୦୫/୦୬: ଗଛ କଟା, ପ୍ରଦୂଷଣ ଓ ଜଳ ସଙ୍କଟ ଯୋଗୁ ସାରା ବିଶ୍ୱରେ ଜଳବାୟୁ ପରିବର୍ତନ ହେବାରେ ଲାଗିଛି। ଏହାର ପ୍ରଭାବ ଧୀରେ ଧୀରେ ଅନୁଭବ ହେଉଛି ଏବଂ ଜନଜୀବନ ଅସ୍ତବ୍ୟସ୍ତ ହେଉଛି। ଏଭଳିସ୍ଥିତିରେ ପରିବେଶ ସୁରକ୍ଷା ପାଇଁ ବୃକ୍ଷ ରୋପଣ ଜରୁରୀ ହୋଇପଡ଼ିଛି। ଏନେଇ ବିଶ୍ୱ ପର୍ଯ୍ୟାବରଣ ଦିବସ ଅବସରରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସଂକଳ୍ପକୁ ପାଥେୟ କରି ବିଜେପି ରାଜ୍ୟ କାର୍ଯ୍ୟାଳୟ ପରିସରରେ ରାଜ୍ୟ ସଭାପତି ତଥା ସାଂସଦ ଶ୍ରୀ ମନମୋହନ ସାମଲ ବୃକ୍ଷରୋପଣ କରିଥିଲେ। ପ୍ରତ୍ୟେକ ବ୍ୟକ୍ତି ଅନ୍ୟୁନ ୧୦ଟି ଲେଖାଏଁ ବୃକ୍ଷରୋପଣ କରି ତାର ଯତ୍ନ ନେଇ ବଡ଼ ଦ୍ରୁମରେ ପରିଣତ କରିବାକୁ ସେ ଆହ୍ୱାନ ଦେଇଥିଲେ।
ଏହି ଅବସରରେ ଶ୍ରୀ ସାମଲ କହିଛନ୍ତି ଯେ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଜୀଙ୍କ “ମା’ ପାଇଁ ଗଛଟିଏ” ଅଭିଯାନରୁ ଅନୁପ୍ରାଣିତ ହୋଇ ବିଜେପି ପରିବାର ପରିବେଶ ସୁରକ୍ଷା ପ୍ରତି ସଂକଳ୍ପବଦ୍ଧ। ପ୍ରକୃତି ପ୍ରତି ଥିବା ସାମ୍ବିଧାନିକ ଦାୟିତ୍ୱବୋଧକୁ ସ୍ୱୀକାର କରି ଆସନ୍ତାପିଢ଼ୀ ପାଇଁ ଏକ ସୁନ୍ଦର ସବୁଜ ଭବିଷ୍ୟତ ଗଢ଼ିବା ପାଇଁ ସମସ୍ତଙ୍କୁ ନିବେଦନ କରିଛନ୍ତି। ଏଥିପାଇଁ ଗଛ ଲଗାଇ ଧରିତ୍ରୀକୁ ସୁଜଳା, ସୁଫଳା ଓ ହରିତ ରଖିବାକୁ ଶପଥ ନେବା ସହ ଏକ ସ୍ୱଚ୍ଛ ପରିବେଶ ସୃଷ୍ଟି କରିବାକୁ ସଂକଳ୍ପ ନେବାକୁ ଶ୍ରୀ ସାମଲ କହିଥିଲେ। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଶ୍ରୀ ମୁକେଶ ମହାଲିଙ୍ଗଙ୍କ ସମେତ ବହୁ ବିଧାୟକ ଓ ଦଳୀୟ କାର୍ଯ୍ୟକର୍ତା ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ।
ସେହିପରି ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ କଟକ ଜିଲ୍ଲା ବାଙ୍କୀ ବ୍ଲକର ପ୍ରସିଦ୍ଧ ଅଂଶୁପା ହ୍ରଦ ନିକଟସ୍ଥ ଉଦ୍ୟାନରେ ବୃକ୍ଷରୋପଣ କରାଯାଇଛି। ମୋର୍ଚ୍ଚାର ରାଜ୍ୟ ସଭାପତି ଶ୍ରୀ ଶୁଭ୍ରାଂଶୁ ମୋହନ ପାଢ଼ୀ ଏଥିରେ ଯୋଗଦେଇ ବହୁ ମୂଲ୍ୟବାନ ବୃକ୍ଷରୋପଣ କରିଥିଲେ।
ଏହି ଅବସରରେ ପାଢ଼ୀ କହିଛନ୍ତି ଯେ, ପରିବେଶର ସୁରକ୍ଷା ଓ ପ୍ରାକୃତିକ ସନ୍ତୁଳନ ରକ୍ଷା କରିବା ଆମ ସମସ୍ତଙ୍କ ନୈତିକ ଦାୟିତ୍ୱ। ବର୍ତମାନର ଗ୍ରୀଷ୍ମ ପ୍ରବାହ ଓ ଜଳବାୟୁ ପରିବର୍ତନ ସମୟରେ ବୃକ୍ଷରୋପଣ ହିଁ ଏକମାତ୍ର ବିକଳ୍ପ। ତେଣୁ ଧରିତ୍ରୀ ମାତା ଏବଂ ନିଜ ଜନ୍ମଦାତ୍ରୀ ମା’ଙ୍କ ସ୍ମୃତି ଓ ସମ୍ମାନାର୍ଥେ ପ୍ରତ୍ୟେକ ବ୍ୟକ୍ତି ଅନ୍ତତଃ ଗୋଟିଏ ଲେଖାଏଁ ଗଛ ଲଗାଇ ତାର ସୁରକ୍ଷା ଦାୟିତ୍ୱ ନେବାକୁ ଶ୍ରୀ ପାଢ଼ୀ ଆହ୍ୱାନ ଦେଇଥିଲେ।
ଏହି ଗଣବୃକ୍ଷରୋପଣ କାର୍ଯ୍ୟକ୍ରମରେ କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଶ୍ରୀ ନିରଞ୍ଜନ ରାଉତରାୟ, ଶ୍ରୀ ଆଲୋକ ମହାନ୍ତି, ସାଧାରଣ ସମ୍ପାଦକ ଶ୍ରୀ ଆର୍ତବନ୍ଧୁ ପୃଷ୍ଟି, ସମ୍ପାଦକ ଶ୍ରୀ ପ୍ରଶାନ୍ତ କୁମାର ଗନ୍ତିଆ, କୋଷାଧ୍ୟକ୍ଷ ଶ୍ରୀ ବିଶ୍ୱଜିତ ସ୍ୱାଇଁ ଏବଂ କାର୍ଯ୍ୟାଳୟ ସମ୍ପାଦକ ଶ୍ରୀ ରଞ୍ଜିତ ଆଚାର୍ଯ୍ୟ ପ୍ରମୁଖଙ୍କ ସମେତ ବହୁ ସଂଖ୍ୟକ କାର୍ଯ୍ୟକର୍ତା ଓ ସ୍ଥାନୀୟ ପରିବେଶ ପ୍ରେମୀ ଏଥିରେ ସାମିଲ ହୋଇଥିଲେ। ସେହିପରି ରାଜ୍ୟରେ ବିଭିନ୍ନ ସ୍ଥାନରେ ବିଜେପି ପକ୍ଷରୁ ଆଜି ବୃକ୍ଷରୋପଣ କରାଯାଇଛି।

error: Content is protected !!