ଆଗକୁ ବିଜେପି ସରକାର ଓଡ଼ିଶାରେ ୨ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଥିବା ବେଳେ ଏହା ପୂର୍ବରୁ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ସରକାରଙ୍କୁ ଟାର୍ଗେଟ କରିଛନ୍ତି। କର୍ଣ୍ଣାଟକରେ କଂଗ୍ରେସ ସରକାର ଓ ଓଡ଼ିଶାରେ ବିଜେପି ସରକାରର ତାରତମ୍ୟ ସମ୍ପର୍କରେ ଏକ ସାରଣୀ ପ୍ରସ୍ତୁତ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କଠାରୁ ଜବାବ ମାଗିଛନ୍ତି। କଂଗ୍ରେସ ସରକାର କର୍ଣ୍ଣାଟକରେ କାର୍ଯ୍ୟକାରୀ କରିଥିବା ଯୋଜନାକୁ ଉଲ୍ଲେଖ କରି ଓଡ଼ିଶାରେ ବିଜେପି ସରକାର କାର୍ଯ୍ୟକାରୀ କରିଥିବା ଯୋଜନା ସହ ତୁଳନା କରିଛନ୍ତି।
ଶ୍ରୀକାନ୍ତ ଜେନା ଚିଠିରେ ଉଲ୍ଲେଖ କରିଛନ୍ତି ଯେ, “ଗୃହଲକ୍ଷ୍ମୀ ଯୋଜନା”ରେ ୧ କୋଟି ୫୦ ଲକ୍ଷ ମହିଳା ମାସିକ ୨ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପାଉଥିବା ବେଳେ ଓଡ଼ିଶାରେ “ସୁଭଦ୍ରା ଯୋଜନା”ରେ ସମୁଦାୟ ୧ କୋଟି ମହିଳା ମାସିକ ମାତ୍ର ୮୩୩ ଟଙ୍କା ପାଉଛନ୍ତି।
କର୍ଣ୍ଣାଟକରେ ସରକାର (ବିଜୁଳି) ଗୃହଜ୍ୟୋତି ଓ ଶକ୍ତି ଯୋଜନାରେ ପ୍ରତ୍ୟେକ ପରିବାରକୁ ୨୦୦ ୟୁନିଟ୍ ମାଗଣା ବିଜୁଳି ଯୋଗାଉଛନ୍ତି। ୧୦,୫୦୦ କୋଟି ବାର୍ଷିକ ସବ୍ସିଡି ମିଳୁଛି। ୧୦ ଏଚପି ମଟର ମାଗଣା ବିଜୁଳି କୃଷିପାଇଁ ଯୋଗାଇ ଦିଆଯାଉଥିବା ବେଳେ ବାର୍ଷିକ ସବ୍ସିଡ଼ି ୨୦ ହଜାର କୋଟି ଟଙ୍କା ମିଳୁଛି।କର୍ଣ୍ଣାଟକ ସରକାର “ଶକ୍ତି” ଯୋଜନାରେ ପ୍ରତ୍ୟେକ ମହିଳାଙ୍କ ପାଇଁ ରାଜ୍ୟରେ ମାଗଣା ବସ୍ ଯାତ୍ରା ଯୋଗାଉଛନ୍ତି। ବାର୍ଷିକ ୪ ହଜାର କୋଟି ଟଙ୍କା ସବ୍ସିଡ଼ି ମିଳୁଛି। ଏବେ ସରକାର ରାଜ୍ୟର ସମସ୍ତ ଛାତ୍ରଛାତ୍ରୀଙ୍କୁ (ସ୍କୁଲ ଓ କଲେଜ) ମାଗଣା ବସ୍ ଯାତ୍ରା ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ଏପରି କୌଣସି ଯୋଜନା ଓଡ଼ିଶାରେ ନାହିଁ।
କର୍ଣ୍ଣାଟକରେ ସରକାର “ଅନ୍ନଭାଗ୍ୟଶ୍ରୀ” ଯୋଜନାରେ ପରିବାରର ପ୍ରତ୍ୟେକ ବ୍ୟକ୍ତିଙ୍କୁ ମାସିକ ୧୦ କିଲୋ ମାଗଣା ଚାଉଳ ଦେଉଛନ୍ତି। କିନ୍ତୁ ଓଡ଼ିଶାରେ ୫ କିଲୋ ଚାଉଳ ମାଗଣା ମିଳୁଛି।
“ଯୁବନିଧି” ଯୋଜନାରେ ଗ୍ରାଜୁଏଟ ପଢୁଆ ବେକାର ଯୁବକଙ୍କୁ ମାସିକ ୩ ହଜାର ଟଙ୍କା ଓ ଡିପ୍ଲୋମା ପଢ଼ୁଆ ବେକାର ଯୁବକଙ୍କୁ ମାସିକ ୧,୫୦୦ ଟଙ୍କା ଦିଆଯାଉଛି। କିନ୍ତୁ ଓଡ଼ିଶାରେ ବେକାର ଯୁବକ ଯୁବତୀଙ୍କୁ ଟଙ୍କାଟିଏ ବି ମିଳୁନାହିଁ।
ମୁଣ୍ଡପିଛା ଆୟରେ କର୍ଣ୍ଣାଟକ ଦେଶର ନଂ – ୧ ରାଜ୍ୟ ହୋଇଥିବା ବେଳେ କିନ୍ତୁ ସମ୍ପଦରେ ଓଡ଼ିଶା ଦେଶରେ ନ° – ୧ ହୋଇଥିବା ବେଳେ ଗରିବୀରେ ନଂ – ୧ ବୋଲି କହିଛନ୍ତି।

More Stories
ଟିଏମସି ସାଂସଦ ଇସ୍ତଫା ଦେଲେ ସାଂସଦ ହୋଇପାରିବେ କି ମମତା ? ଜାଣନ୍ତୁ କଣ କହୁଛି ଆଇନ |
ରାସ୍ତା ମଝିରେ ଜଳିଗଲା କାର |
୪୪ କେଜି ଗଞ୍ଜେଇ ଜବତ, ଜଣେ ଗିରଫ |