ଦେଶରେ ଏବେ କାଗଜ ନୋଟ୍ ବଦଳରେ ଆସିବ ପ୍ଲାଷ୍ଟିକ୍ ନୋଟ୍। ଖୁବଶୀଘ୍ର ପ୍ଲାଷ୍ଟିକ୍ ନୋଟ୍ ଆସିବା ନେଇ RBI ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ସୂଚନା ଦେଇଛନ୍ତି। ୧୦ ବର୍ଷ ତଳେ RBI ଦେଇଥିବା ପ୍ରସ୍ତାବ ପ୍ରାଥମିକ ପର୍ଯ୍ୟାୟରେ ଅଛି। ଫେବୃଆରୀ ୨୦୧୪ରେ ସରକାର ସଂସଦରେ ଏହି ଦାବି ଉପସ୍ଥାପନ କରିଥିଲେ। କାଗଜ ନୋଟ୍ ମୁଦ୍ରଣରେ ଅଧିକ ଖର୍ଚ୍ଚ ହେଉଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି।
ପ୍ରଥମେ ୧୦ ଓ ୨୦ ଟଙ୍କିଆ ପ୍ଲାଷ୍ଟିକ୍ ନୋଟ୍ ଆଣିବାକୁ ଯୋଜନା ରହିଛି। ପରୀକ୍ଷାମୂଳକ ଭାବେ କିଛି ବଛାବଛା ସହରରେ ପ୍ରଥମେ ପ୍ରଚଳନ ହେବ। ମନୋନୀତ ସହରଗୁଡ଼ିକ ହେଲା କୋଚି, ମହୀଶୂର, ଜୟପୁର, ସିମଲା ଏବଂ ଭୁବନେଶ୍ୱର। ସଫଳ ହେଲେ ପୂରା ଦେଶରେ ପ୍ରଚଳନ ହେବ ପ୍ଲାଷ୍ଟିକ୍ ନୋଟ୍। ଏହା ୱାଟରପ୍ରୁଫ୍ ରହିବ। ଯାହା ଫଳରେ କାଗଜ ନୋଟ୍ ତୁଳନାରେ ଅଧିକ ଦିନ ତିଷ୍ଠିବ।ଗଭର୍ଣ୍ଣର କହିଛନ୍ତି, କାଗଜ ନୋଟ୍ ମୁଦ୍ରଣରେ ବର୍ତ୍ତମାନ ବହୁତ ଅଧିକ ଖର୍ଚ୍ଚ ହେଉଛି। ପ୍ରତିବର୍ଷ ଲକ୍ଷ ଲକ୍ଷ କାଗଜ ନୋଟ୍ ଚିରି ଯାଇ ଫେରସ୍ତ ହେଉଛି ଏବଂ ସେଗୁଡ଼ିକୁ ନଷ୍ଟ କରିବାକୁ ପଡ଼ୁଛି। ଏହା ସହିତ କାଗଜ ନୋଟ୍ ସହଜରେ ମଇଳା ହୁଏ, ଚିରି ଯାଏ ଏବଂ ପାଣି ଲାଗିଲେ ନଷ୍ଟ ହୋଇଯାଏ। ଏସବୁ ସମସ୍ୟାର ସମାଧାନ ପାଇଁ ପ୍ରାୟ ୧୦ ବର୍ଷ ପୂର୍ବରୁ RBI ପ୍ରଥମେ ପଲିମର୍ (ପ୍ଲାଷ୍ଟିକ୍) ନୋଟ୍ ପ୍ରସ୍ତାବ ଦେଇଥିଲା। ସେହି ପ୍ରସ୍ତାବ ଏବେ ପୁନର୍ବିଚାରାଧୀନ ହୋଇଛି ଏବଂ ପ୍ରାଥମିକ ପର୍ଯ୍ୟାୟରେ ଅଛି।
ଏହାର ଲାଭ-କ୍ଷତି, ଖର୍ଚ୍ଚ ଏବଂ ବ୍ୟବହାରିକତା ସହ ସମସ୍ତ ଦିଗ ଯାଞ୍ଚ କରାଯାଉଛି। ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହିଁ। ଏହି ପଦକ୍ଷେପ ଯଦି କାର୍ଯ୍ୟକାରୀ ହୁଏ ତେବେ ଭାରତୀୟ ମୁଦ୍ରା ବ୍ୟବସ୍ଥା ଅଧିକ ଆଧୁନିକ, ଅଧିକ ଦିନ ଧରି ବ୍ୟବହାର ଯୋଗ୍ୟ ଏବଂ ସୁରକ୍ଷିତ ହେବ। ବିଶ୍ୱର ଅନେକ ଦେଶ ଯେମିତି ଅଷ୍ଟ୍ରେଲିଆ, କାନାଡା ଇତ୍ୟାଦି ପୂର୍ବରୁ ପଲିମର୍ ନୋଟ୍ ବ୍ୟବହାର କରୁଛନ୍ତି।

More Stories
ଟିଏମସି ସାଂସଦ ଇସ୍ତଫା ଦେଲେ ସାଂସଦ ହୋଇପାରିବେ କି ମମତା ? ଜାଣନ୍ତୁ କଣ କହୁଛି ଆଇନ |
ରାସ୍ତା ମଝିରେ ଜଳିଗଲା କାର |
୪୪ କେଜି ଗଞ୍ଜେଇ ଜବତ, ଜଣେ ଗିରଫ |