ହେବ ଜାତୀୟ ସ୍ତରୀୟ ଭଜନ ସମାରୋହ


ହେବ ଜାତୀୟ ସ୍ତରୀୟ ଭଜନ ସମାରୋହ, ଗଇବେ ହେମନ୍ତ ବ୍ରୀଜୱାସି, ହୋସିୟାର ସିଂ, ଚେତନ ବ୍ରୀଜୱାସି, ପୁନମ୍ ଭାଟିଆ, ଲୋପିତା ମିଶ୍ର ଓ ଅନୁରାଧା ପଡ଼ୱାଲ ଭୁବନେଶ୍ଵର,୬/୩ – ପ୍ରତିବର୍ଷ ପରି ଚଳିତବର୍ଷ ମହାପ୍ରଭୁ ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କର ମହାଶିବରାତ୍ରୀ ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ୩୫ତମ ଜାତୀୟସ୍ତରୀୟ ଭଜନ ସମାରୋହ ଅନୁଷ୍ଠିତହେବ। ମୁମ୍ବାଇର ଖ୍ୟାତନାମା କଳାକାର ହେମନ୍ତ ବ୍ରୀଜୱାସି, ହୋସିୟାର ସିଂ, ଚେତନ ବ୍ରୀଜୱାସି, ପୁନମ୍ ଭାଟିଆ, ଲୋପିତା ମିଶ୍ର ଓ ଏଥି ସହ ଅନୁରାଧା ପଡ଼ୱାଲ ଓ ତାଙ୍କ ଟିମଙ୍କ ସହିତ ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ରଙ୍କ ନିର୍ଦ୍ଦେଶନାରେ ଓଡ଼ିଶାର ୩୦ରୁ ଉର୍ଦ୍ଧ୍ୱ ଖ୍ୟାତନାମା କଳାକାର ଯୋଗଦେବେ । ଶ୍ରୀଲିଙ୍ଗରାଜ ଲାଇବ୍ରେରୀ ହଲଠାରେ ଅନୁଷ୍ଠିତ ସମ୍ମିଳନୀରେ ସଭାପତି ତଥା ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସୁରେଶ କୁମାର ରାଉତରାୟ ଓ ସମ୍ପାଦକ ସନତ ମିଶ୍ର ସୂଚନା ଦେଇ କହିଛନ୍ତି ଯେ ମହାଶିବରାତ୍ରୀ ଦିନ ଲିଙ୍ଗରାଜ ଭଜନ ମଣ୍ଡପରେ ଭୋର ୪ ଘଟିକାରୁ ଶଙ୍ଖଧ୍ବନି, ବେଦପାଠ, ଶିବ ସହସ୍ର ନାମ, ଭାଗବତ ଗୀତାପାଠ, ଶିବ ଚେତନା, ହରିହର ଭଜନ, ରାମ ଚରିତ ମାନସ ପରାୟଣ, ପ୍ରବଚନ ପରେ ସଂନ୍ଧ୍ୟା ୭ ଘଟିକାରୁ ଭୋର ୫ଟା ପର୍ଯ୍ୟନ୍ତ ଜାତୀୟ ସ୍ତରୀୟ ଭଜନ ସମାରୋହ ହେବ । ଏହି ଉତ୍ସବରେ ମହାମହିମ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ବିଭିନ୍ନ ମନ୍ତ୍ରୀ ଓ ବିଧାୟକ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ସଂଗୀତ ଜଗତର ଖ୍ୟାତନାମା କଳାକାର ଓ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ମାନୀତ କରାଯିବ । ଏହି ସାମ୍ବାଦିକ ସମ୍ମିଳନୀରେ ଶିବାନନ୍ଦ ରାୟ, ରଶ୍ମି ମହାପାତ୍ର, ରତିକାନ୍ତ ମହାସୁଆର, ପ୍ରଦ୍ୟୁମ୍ନ କୁମାର ମହାନ୍ତି, ବାବନ ଚନ୍ଦ୍ର ମହାପାତ୍ର, କେଦାରନାଥ ମହାପାତ୍ର, ଲଲାଟେନ୍ଦୁ ମହାନ୍ତି, ଗଣେଶ ପାଲ, ସୁଧୀର ରଞ୍ଜନ ଜେନା, ତପନ ମହାସୁଆର, ମୁଖପାତ୍ର ଲିଙ୍ଗରାଜ ସାହୁ, ପ୍ରମୋଦ କୁମାର ଦାସ, ପ୍ରତାପ ପଟ୍ଟନାୟକ, ବିଶ୍ୱନାଥ ମହାପାତ୍ର ପ୍ରମୁଖ ଉପସ୍ଥିତଥିଲେ।


error: Content is protected !!