ଭଦ୍ରକ, ୦୭/୦୭: ଅସାବଧାନତା ଯୋଗୁଁ ଚାଲିଗଲା ଗୋଟିଏ ଜୀବନ। ରେଳ କର୍ମଚାରୀ ରେଳ ଫାଟକ ନ ପକାଇବାରୁ ଦୁର୍ଘଟଣାରେ ଚାଲିଗଲା ଜୀବନ। ଭଦ୍ରକ ଜିଲ୍ଲା ପୀରହାଟ ଥାନା ଖେଦରପୁର ରେଳ ଫାଟକରେ ଘଟିଛି ଏଭଳି ଏକ ଅଘଟଣ।କର୍ମଚାରୀ ଫାଟକ ପକାଇ ନ ଥିବାରୁ ବାଇକ୍ ଆରୋହୀଙ୍କୁ ଧକ୍କା ଦେଲା ଟ୍ରେନ୍। ଫାଟକ ଘରେ ନିଆଁ ଲଗାଇବା ସହ କ୍ଷତି ପୂରଣ ଦାବିରେ NH ଅବରୋଧ କରିଛନ୍ତି ଉତ୍ୟକ୍ତ ଲୋକେ। ମୃତକ ହେଉଛନ୍ତି ସାହାପୁର ପଞ୍ଚାୟତ ଅଧୀନ କଣ୍ଡରଗଡ଼ିଆ ଗ୍ରାମର ବାସିନ୍ଦା। ଏସ୍ଡିପିଓ, ପୀରହାଟ ଓ ତିହିଡି଼ IIC ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି।

More Stories
ହାଟଡିହୀରେ ରୋମିଓଙ୍କ ହାଇଭୋଲଟେଜ୍ ଡ୍ରାମା: ଗିଫ୍ଟ ଫେରାଇ ବ୍ଲକ୍ କରିବାରୁ ଛାତ୍ରୀଙ୍କୁ ପିଟିଲେ ‘ଇନଷ୍ଟା ଆଶିକ୍’
ସାମାନ୍ୟ କଥାରୁ କୁରାଢ଼ି ଚୋଟ: ଗୁରୁତର ବୃଦ୍ଧଙ୍କୁ ଚିକିତ୍ସା କରିବା ସମୟରେ ଛୁଞ୍ଚି-ସୂତା ଅଭାବ, ବାହାରୁ କିଣି ଚିକିତ୍ସା କଲେ ଡାକ୍ତର |
ସମିତିସଭ୍ୟଙ୍କଠାରୁ ସୁନା ଚେନ୍ ଛଡ଼ାଇ କରିଥିଲେ ହତ୍ୟା ଉଦ୍ୟମ |