କଲ୍ୟାଣସିଂହପୁର, ୦୭/୦୬(ନରସିଂହ ନାଥ ମହାପାତ୍ର): ନିୟମଗିରି ଅଞ୍ଚଳରେ ଡଙ୍ଗରିଆ ଯୁବକମାନଙ୍କ ଏକ ମେଳି ଅନୁଷ୍ଠିତ ହୋଇଛି। ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପରସାଲି ପଞ୍ଚାୟତର ସାନ ଡେଙ୍ଗନିଲି ଆମ୍ବତୋଟାରେ ଆୟୋଜିତ ଏହି ମେଳିରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ବିଶେଷ କରି ନିୟମଗିରି ସୁରକ୍ଷା ସମିତିର ଆବାହକ ଲଦ ଶିକକାଙ୍କ ନାମରେ ୱାରେଣ୍ଟ ନୋଟିସ ଜାରି ଏବଂ କାନ୍ଥରେ ଲଗାଯାଇଥିବା ଅଭିଯୋଗକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା।
ମେଳିରେ ଉପସ୍ଥିତ ଡଙ୍ଗରିଆ ଯୁବକ ଏବଂ ଅଞ୍ଚଳବାସୀମାନେ ଅଭିଯୋଗ କରିଥିଲେ ଯେ ଜଙ୍ଗଲ ଓ ଜମିର ସୁରକ୍ଷା ପାଇଁ ଆନ୍ଦୋଳନ କରୁଥିବା ଲୋକଙ୍କ ବିରୋଧରେ ବିଭିନ୍ନ ମିଥ୍ୟା ମାମଲା ରୁଜୁ କରାଯାଉଛି। ଏହା ସହିତ ବିନା କାରଣରେ ଗିରଫ କରିବାକୁ ପୁଲିସ ଉଦ୍ୟମ କରୁଥିବା ଅଭିଯୋଗ ମଧ୍ୟ ଉଠିଥିଲା। ନିୟମଗିରି ସୁରକ୍ଷା ସମିତିର ଆବାହକ ଲଦ ଶିକକା କହିଥିଲେ ଯେ ଜଙ୍ଗଲ ଓ ଜମି ଡଙ୍ଗରିଆ ସମ୍ପ୍ରଦାୟର ଜୀବନ ଓ ଜୀବିକା ସହ ଜଡିତ। ଏହାର ସୁରକ୍ଷା ପାଇଁ ସେମାନେ ଲଢ଼େଇ ଜାରି ରଖିଛନ୍ତି। ଏଥିପାଇଁ ସେମାନଙ୍କୁ ଟାର୍ଗେଟ କରାଯାଉଥିବା ଏବଂ ମିଥ୍ୟା ମାମଲାରେ ଫସାଇବାକୁ ଚେଷ୍ଟା ଚାଲିଥିବା ସେ ଅଭିଯୋଗ କରିଛନ୍ତି।

More Stories
ହାଟଡିହୀରେ ରୋମିଓଙ୍କ ହାଇଭୋଲଟେଜ୍ ଡ୍ରାମା: ଗିଫ୍ଟ ଫେରାଇ ବ୍ଲକ୍ କରିବାରୁ ଛାତ୍ରୀଙ୍କୁ ପିଟିଲେ ‘ଇନଷ୍ଟା ଆଶିକ୍’
ସାମାନ୍ୟ କଥାରୁ କୁରାଢ଼ି ଚୋଟ: ଗୁରୁତର ବୃଦ୍ଧଙ୍କୁ ଚିକିତ୍ସା କରିବା ସମୟରେ ଛୁଞ୍ଚି-ସୂତା ଅଭାବ, ବାହାରୁ କିଣି ଚିକିତ୍ସା କଲେ ଡାକ୍ତର |
ସମିତିସଭ୍ୟଙ୍କଠାରୁ ସୁନା ଚେନ୍ ଛଡ଼ାଇ କରିଥିଲେ ହତ୍ୟା ଉଦ୍ୟମ |