ଭାଗବତ କଥାରେ ସ୍ତ୍ରୀର ନାଚ । ରାଗିଗଲା ସ୍ଵାମୀ । ଉଜାଡ଼ିଦେଲା ପରିବାର । ଟାଙ୍ଗିଆରେ ସ୍ତ୍ରୀ ସହ ୨ ଛୁଆଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛି ସ୍ଵାମୀ ।
ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ମୁରୈନା ଜିଲ୍ଲାର କିଶନପୁରରେ । ଯେଉଁଠି ଘରୋଇ ବିବାଦ ପାଇଁ ସମ୍ପୂର୍ଣ୍ଣ ପରିବାର ଶେଷ ହୋଇ ଯାଇଛି ।ନିଜ ହାତରେ ୨ ଛୁଆ ସହ ସ୍ତ୍ରୀର ଜୀବନ ନେଇ ଯାଇଛି ଜଣେ ବାପା, ଜଣେ ପତି ।୩ ଜଣଙ୍କୁ କୁରାଢ଼ିରେ ହାଣି ହତ୍ୟା କରିବା ପରେ ଅଭିଯୁକ୍ତ ନିଜେ ଟ୍ରେନ୍ ଲାଇନ୍ରେ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଶନିବାର ଏହି ଘଟଣାର ଖୁଲାସା ହେବା ପରେ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି ।
ମୃତକ ହେଉଛନ୍ତି ରବିତା କୁଶୱାହା ଓ ତାଙ୍କର ଦୁଇ ପୁଅ ଆରବ ଓ ଦେବୁ । ଟ୍ରେନ୍ ଲାଇନରୁ ସ୍ଵାମୀ ବଳରାମ କୁଶୱାହାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଖବର ପାଇ ପୋଲିସ ୪ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇଛି ।
ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, କିଛିଦିନ ତଳେ ଗାଁରେ ଭାଗବତ କଥା ହୋଇଥିଲା । ସେଠାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ପତ୍ନୀ ରବିତା ନାଚିଥିଲେ । ଯାହାକୁ ନେଇ ବଳରାମ ଅସନ୍ତୋଷ ପ୍ରକାଶ କରିଥିଲା, ବିବାଦ ବଢ଼ିଥିଲା ।ରବିତାଙ୍କ ବାପା ମଲଖାନଙ୍କ ଅନୁସାରେ, ଭାଗବତ କଥା ପରେ ବଳରାମ ଝିଅକୁ ମାଡ଼ ମାରିଥିଲେ । ଏପରିକି ରବିତାଙ୍କୁ ଘରେ ରଖିବାକୁ ମନା କରିଥିଲେ ବଳରାମ । ଫଳରେ ୧୭ ତାରିଖରେ ରବିତା ବାପଘରକୁ ଚାଲି ଆସିଥିଲେ ।
କିଛିଦିନ ପରେ ୨୪ ତାରିଖରେ ବଳରାମ ଓ ତାଙ୍କ ପରିବାର ମଲଖାନଙ୍କ ଘରକୁ ଆସି ରବିତାଙ୍କୁ ନେଇ ଯାଇଥିଲେ । ହେଲେ ଶ୍ଵଶୁର ଘରକୁ ଫେରିବା ପରେ ବି ବିବାଦ ତୁଟି ନଥିଲା । ଶୁକ୍ରବାର ରାତିରେ ପୁଣି ଥରେ ଝଗଡ଼ା ହୋଇଥିଲା ।
ଉତ୍କ୍ଷିପ୍ତ ବଳରାମ କୁରାଢ଼ିରେ ଦୁଇ ପୁଅ ଓ ସ୍ତ୍ରୀକୁ ପ୍ରହାର ପରେ ପ୍ରହାର କରି ହତ୍ୟା କରିଥିଲା । ସ୍ତ୍ରୀ ଓ ୨ ନାବାଳକ ପୁଅକୁ ହତ୍ୟା ପରେ ନିଜେ ଟ୍ରେନ୍ ଆଗକୁ ଡେଇଁ ବଳରାମ ଜୀବନ ହାରି ଦେଇଛି । ପୋଲିସ ୪ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

More Stories
ପରଲୋକରେ ଖ୍ୟାତନାମା ସିନେମାଫୋଟୋଗ୍ରାଫର ଦିଲ୍ଲୀପ ରାୟ
ପରିବାର ଲୋକଙ୍କ ଅନୁପସ୍ଥିତିରେ ମହିଳାଙ୍କ ଉପରେ ଆକ୍ରମଣ ଅଭିଯୋଗ,ନ୍ୟାୟ ଦାବିରେ ଏସ୍ପି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଚେତାବନୀ
୧ରୁ ୪ ତାରିଖ ମଧ୍ୟରେ ରାଜ୍ୟରେ ଭାରି ବର୍ଷା, ୨୩ ଜିଲ୍ଲାକୁ ଅରେଞ୍ଜ ୱା