June 27, 2026

Now Odisha

Now Odisha

ନିମିଷକେ ବଦଳି ଯାଇଥାନ୍ତା ଭାଗ୍ୟ, ହେଲେ ଲକ୍ଷ ଲକ୍ଷ ଟଙ୍କାର ପ୍ରଲୋଭନକୁ ଏଭଳି ଭାବେ ପ୍ରତ୍ୟାଖ୍ୟାନ କଲେ ଓଡ଼ିଆ ପୁଅ

Spread the love

ଆଜିକାଲିର ସ୍ୱାର୍ଥପର ଦୁନିଆରେ ଯେଉଁଠି ଟଙ୍କା ପଇସା ପାଇଁ ନିଜ ଲୋକ ପର ହୋଇଯାଉଛନ୍ତି, ସେଭଳି ସମୟରେ ଜଣେ ସାଧାରଣ ଗାଡ଼ି ଚାଳକ ଏଭଳି ଏକ କାମ କରି ଦେଖାଇଛନ୍ତି, ଯାହା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।

ଗାଡ଼ି ପଛ ସିଟ୍‌ରେ ଜଣେ ଯାତ୍ରୀ ଭୁଲବଶତଃ ଛାଡ଼ି ଯାଇଥିବା ଏକ ବ୍ୟାଗ୍‌ରେ ଏଭଳି କିଛି ଜିନିଷ ଥିଲା, ଯାହାକୁ ଦେଖିଲେ ଯେକୌଣସି ଦୁର୍ବଳମନା ବ୍ୟକ୍ତିଙ୍କ ମତିଭ୍ରମ ହେବା ସ୍ୱାଭାବିକ।କିନ୍ତୁ ସେହି ସାଧାରଣ ଚାଳକ ଜଣକ ଯାହା କଲେ, ତାହା ପ୍ରମାଣ କରିଦେଇଛି ଯେ ଦୁନିଆରୁ ଏବେ ବି ମାନବିକତା ଏବଂ ସଚ୍ଚୋଟ ପଣିଆ ମରିନାହିଁ।

ଘଟଣା ମୁତାବକ, ଜଣେ ଦମ୍ପତ୍ତି ଭୁବନେଶ୍ୱରରୁ ପୁରୀକୁ କାରରେ ଯାଇଥିଲେ। ଆଉ ହସ୍ପିଟାଲ ଛକରେ ଗାଡ଼ିରୁ ଓହ୍ଲାଇବା ସମୟରେ ଏହି ଦମ୍ପତ୍ତି ନିଜ ସାଙ୍ଗରେ ଆଣିଥିବା ଏକ ଅତି ଗୁରୁତ୍ୱପୂର୍ଣ୍ଣ ବ୍ୟାଗ୍ ଗାଡ଼ି ଭିତରୁ ନେବାକୁ ଭୁଲିଯାଇଥିଲେ। ସେହି ବ୍ୟାଗ୍ ଭିତରେ ପୂରା ୧୦ ଲକ୍ଷ ଟଙ୍କାର ଅମୂଲ୍ୟ ସୁନା ଅଳଙ୍କାର ଏବଂ ନଗଦ ଟଙ୍କା ଲକ୍ଷେରୁ ଅଧିକ ରହିଥିଲା। ଦମ୍ପତ୍ତି କାରରୁ ଓହ୍ଲାଇ ଚାଲିଯିବା ପରେ ଗାଡ଼ି ଚାଳକଙ୍କ ନଜର ସେହି ବ୍ୟାଗ୍ ଉପରେ ପଡ଼ିଥିଲା। ଚାହିଁଥିଲେ ସେ ସେହି ମୂଲ୍ୟବାନ ସମ୍ପତ୍ତିକୁ ନିଜ ପାଖରେ ଲୁଚାଇ ରଖିପାରିଥାନ୍ତେ, କିନ୍ତୁ ତାଙ୍କ ସଚ୍ଚୋଟ ପଣିଆ ଆଗରେ ସେହି ଲକ୍ଷ ଲକ୍ଷ ଟଙ୍କାର ପ୍ରଲୋଭନ ହାର ମାନିଥିଲା।

ସେ ସାମାନ୍ୟତମ ବିଳମ୍ବ ନକରି ସେହି ସୁନା ଓ ନଗଦ ଟଙ୍କା ଭର୍ତ୍ତି ବ୍ୟାଗ୍‌କୁ ନେଇ ସମ୍ପୃକ୍ତ ଯାତ୍ରୀଙ୍କୁ ଖୋଜି ବାହାର କରିଥିଲେ ଏବଂ ସେମାନଙ୍କର ସମସ୍ତ ସାମଗ୍ରୀ ସୁରକ୍ଷିତ ଭାବେ ହସ୍ତାନ୍ତର କରିଥିଲେ। ନିଜର ଜୀବନସାରାର ସଞ୍ଚୟ ଫେରି ପାଇବା ପରେ ପରିବାର ଲୋକଙ୍କ ଆଖିରେ ଲୁହ ଜମି ଆସିଥିଲା ଏବଂ ସେମାନେ ଡ୍ରାଇଭରଙ୍କୁ ଭଗବାନଙ୍କ ଦୂତ ବୋଲି ଅଭିହିତ କରିଥିଲେ। ସ୍ଥାନୀୟ ଅଞ୍ଚଳରେ ଏହି ଖବର ପ୍ରସାରିତ ହେବା ପରେ ବିଭିନ୍ନ ମହଲରୁ ସେହି ମହତ ବ୍ୟକ୍ତିଙ୍କ ଉପରକୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି।

error: Content is protected !!