ଘର ଭିତରେ ପଡ଼ିଛି ମାଆ ଓ ୮ ବର୍ଷ ଝିର ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ। ଅତି ବୀଭତ୍ସ ଭାବେ ସେମାନଙ୍କ ଗଳା କାଟି ହତ୍ୟା କରାଯାଇଛି। ଏପରି ହୃଦୟ ବିଦାରକ ଘଟଣା ମୟୂରଭଞ୍ଜ ଜିଲ୍ଲା ମହୁଲଡ଼ିହା ଥାନା ଅଞ୍ଚଳରେ ଘଟିଛି। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
ମହୁଲଡ଼ିହ ଥାନା ଡକେଇପାଳ ଗାଁର ଚୈତନ୍ୟ ଟୁଡୁ ନିଜ ବାଡ଼ିରେ ଚାଷବାସ କରନ୍ତି।ଆଜିି ପୂର୍ବାହ୍ନ ପ୍ରାୟ ୧୦ ବେଳେ ସେ ପନିପରିବା ଧରି ବିକିବା ପାଇଁ ନିକଟସ୍ଥା ବଜାରକୁ ଯାଇଥିଲେ। ବିକ୍ରିବଟା ସରିବା ପରେ ଅପରାହ୍ନ ପ୍ରାୟ ୨ଟା ବେଳେ ଘରକୁ ଫେରିଥିଲେ। ସେତେବେଳେ ଘରର କବାଟ ଭିତର ପାଶ୍ୱର୍ରୁ ବନ୍ଦ ରହିଥିଲା। ତେଣୁ ଚୈତନ୍ୟ କବାଟ ବାଡ଼େଇଥିଲେ। ହେଲେ ଘର ଭିତରୁ କୌଣସି ଶବ୍ଦ ଶୁଣିବାକୁ ପାଇନଥିଲେ।
ପତ୍ନୀ ସୀତାମଣୀ ଟୁଡ଼ୁ ଓ ୮ ବର୍ଷର ଝିଅ ଜବାମଣୀ ଟୁଡ଼ୁ ଶୋଇ ପଡ଼ିଥିବା ଭାବି ଚୈତନ୍ୟ ସିଡ଼ି ପକାଇ ଛାତ ଉପରକୁ ଚଢ଼ିଥିଲେ। ଆଉ ଛାତ ଉପରେ ଟାଇଲି ଫାଙ୍କରେ ଡାକିବାକୁ ଉଦ୍ୟମ କରୁଥିଲେ। ଠିକ୍ ସେତିକି ବେଳେ ଘର ଚଟାଣରେ ମାଆ ଓ ଝିଅ ରକ୍ତ ଜୁଡ଼ୁବୁଡ଼ୁ ହୋଇ ପଡ଼ିଥିବା ଦେଖିବାକୁ ପାଇଥିଲେ। ଚୈତନ୍ୟ କାଳବିଳମ୍ବ ନକରି ସାହି ଭାଇଙ୍କୁ ଡାକିଲେ। ସାହି ଲୋକମାନେ ଟାଇ ଟପର ଦେଇ ଘର ଭିତରକୁ ପଶିଥିଲେ। ଆଉ ଭିତର ପାଶ୍ୱର୍ରେ ଦିଆଯାଇଥିବା କବାଟ ଖୋଲିଥିଲେ।
ଘର ଭିତରେ ମାଆଙ୍କ ଝିଅଙ୍କ ବେକ କଟା ଯାଇଥିବା ଦେଖିବାକୁ ପାଇଥିଲେ। ଏ ସମ୍ପର୍କରେ ଥାନାକୁ ଖବର ଦେଇଥିଲେ। ପୋଲିସ ଗାଁରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଛି। ମୃତଦେହ ଏ ପର୍ଯ୍ୟନ୍ତ ଘର ଭିତରେ ପଡ଼ିଛି। ପୋଲିସ ଆସନ୍ତା କାଲି ମୃତହେଦ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବ ବୋଲି ଜଣାପଡ଼ିଛି। ହେଲେ କିଏ, କାହିଁକି ଓ କେମିତି ମାଆ-ଝିଅଙ୍କୁ ହତ୍ୟା କଲା ଜଣାପଡ଼ି ନାହିଁ।

More Stories
ପରଲୋକରେ ଖ୍ୟାତନାମା ସିନେମାଫୋଟୋଗ୍ରାଫର ଦିଲ୍ଲୀପ ରାୟ
ପରିବାର ଲୋକଙ୍କ ଅନୁପସ୍ଥିତିରେ ମହିଳାଙ୍କ ଉପରେ ଆକ୍ରମଣ ଅଭିଯୋଗ,ନ୍ୟାୟ ଦାବିରେ ଏସ୍ପି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଚେତାବନୀ
୧ରୁ ୪ ତାରିଖ ମଧ୍ୟରେ ରାଜ୍ୟରେ ଭାରି ବର୍ଷା, ୨୩ ଜିଲ୍ଲାକୁ ଅରେଞ୍ଜ ୱା