ଫ୍ରାନ୍ସର ଟୋମ୍ବଲେନରେ ସ୍କାଇଡାଇଭିଂ ପାଇଁ ଯାଉଥିବା ବିମାନ କ୍ରାସ୍। ସେଥିରେ ଥିବା ସମସ୍ତ ୧୧ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।ସ୍ଥାନୀୟ ସମୟ ସକାଳ ପ୍ରାୟ ୧୧ଟାରେ ଘଟିଛି ଅଘଟଣ। ଫ୍ରାନ୍ସର ପ୍ରସିଦ୍ଧ ସମ୍ବାଦପତ୍ର ‘ଏଲ୍ ଇଷ୍ଟ ରେପବ୍ଲିକାନ’ ଅନୁଯାୟୀ, ବିମାନରେ ଏକ ସ୍କାଇଡାଇଭର ଦଳ ଥିଲେ।ଏଥିମଧ୍ୟରେ କିଛି ନର୍ସ ମଧ୍ୟ ସାମିଲ ଥିଲେ, ଯେଉଁମାନେ ପ୍ରଥମ ଥର ପାଇଁ ପାରାସୁଟ୍ ଜମ୍ପର ଅନୁଭୂତି ନେବାକୁ ଯାଉଥିଲେ।
ବିମାନଟି ସହର ନିକଟସ୍ଥ ଏକ ଖୋଲା ସ୍ଥାନରେ ଭାଙ୍ଗି ପଡ଼ିବା ମାତ୍ରେ ସ୍ଥାନୀୟ ପ୍ରଶାସନ ତୁରନ୍ତ ଆକ୍ସନ ମୋଡକୁ ଆସିଥିଲା। ଫ୍ରାନ୍ସର ଗୃହମନ୍ତ୍ରୀ ଘଟଣାସ୍ଥଳକୁ ଯାଇ ନିଜେ ସ୍ଥିତି ସମୀକ୍ଷା କରିଛନ୍ତି। ଅଗ୍ନିଶମ ବାହିନୀ, ପୋଲିସ ଏବଂ ମେଡିକାଲ ଟିମ୍ ସହ ଜରୁରୀକାଳୀନ ସେବା ଦଳ ପହଞ୍ଚି ସମ୍ପୂର୍ଣ୍ଣ ଅଞ୍ଚଳକୁ ସିଲ୍ କରିଛନ୍ତି। ଏହା କୌଣସି ଯାନ୍ତ୍ରିକ ତ୍ରୁଟି କିମ୍ବା ଟେକ୍ନିକାଲ ସମସ୍ୟା ଯୋଗୁଁ ହୋଇଥାଇପାରେ ବୋଲି ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି।
କିନ୍ତୁ ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଫରେନ୍ସିକ ଯାଞ୍ଚ ପାଇଁ ବିମାନର ଭଙ୍ଗା ଅଂଶଗୁଡ଼ିକୁ ସୁରକ୍ଷିତ ରଖାଯାଇଛି। ସୁରକ୍ଷା ଯାଞ୍ଚ ଶେଷ ନହେବା ପର୍ଯ୍ୟନ୍ତ ସେହି ଅଞ୍ଚଳରେ ସ୍କାଇଡାଇଭିଂ କାର୍ଯ୍ୟକଳାପକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି।ଫ୍ରାନ୍ସର ରାଷ୍ଟ୍ରପତି ଏବଂ ସରକାରୀ ଅଧିକାରୀମାନେ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। ଦୁର୍ଘଟଣାର ରହସ୍ୟ ଖୋଲିବା ପାଇଁ ଫ୍ରାନ୍ସର ବେସାମରିକ ବିମାନ ଚଳାଚଳ ସୁରକ୍ଷା ଅନୁସନ୍ଧାନ ବ୍ୟୁରୋ (BEA) ପକ୍ଷରୁ ଆଧିକାରିକ ତଦନ୍ତ ଆରମ୍ଭ ହୋଇଛି।

More Stories
ହସ୍ପିଟାଲ ଯାଉଥିବା ବେଳେ ନାବାଳିକାଙ୍କୁ ଟେକିନେଲେ ଦୁର୍ବୃତ୍ତ, କାର୍ ଭିତରେ ଗଣବଳାତ୍କାର କରି…
ଶ୍ୱଶୁର ହେଲେ ରକ୍ତମୁଖା: ଲୁହାରଡ୍ରେ ପିଟିପିଟି ଜ୍ୱାଇଁଙ୍କୁ ମାରିଦେଲେ
ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ୍