ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ ଅବସର ଗ୍ରହଣ କରିଥିବା ଶିକ୍ଷକ ଓ କର୍ମଚାରୀମାନଙ୍କ ପାଇଁ ଏକ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଏବଂ ପୂର୍ଣ୍ଣାଙ୍ଗ ପେନସନ ପ୍ରଦାନ ଉତ୍ସବ ଆୟୋଜିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ସୋନାମିକା ରାୟଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଓ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟରୁ ଅବସର ନେଇଥିବା ୧୪ ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା ସହ ପୂର୍ଣ୍ଣାଙ୍ଗ ପେନସନ ନିର୍ଦ୍ଦେଶପତ୍ର ପ୍ରଦାନ କରାଯାଇଛି।ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକ-କର୍ମଚାରୀମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ସମ୍ବୋଧନରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ରାୟ କହିଥିଲେ ଯେ ଶିକ୍ଷକମାନେ ରାଷ୍ଟ୍ର ନିର୍ମାଣର ବିନ୍ଧାଣୀ। ସେମାନେ ଅବସର ନେଲେ ମଧ୍ୟ ସମାଜ ପାଇଁ ସଦା ପ୍ରେରଣାର ସ୍ରୋତ ହୋଇ ରହିବେ ବୋଲି ସେ ମତ ପ୍ରକାଶ କରିଥିଲେ ଏବଂ ସେମାନଙ୍କ ଦୀର୍ଘ ଓ ସୁସ୍ଥ ଜୀବନ କାମନା କରିଥିଲେ।
ଅବସର ଗ୍ରହଣ କରିଥିବାମାନଙ୍କ ମଧ୍ୟରେ ଆଚାର୍ଯ୍ୟ ହରିହର ସରକାରୀ ଉଚ୍ଚ ବିଦ୍ୟାଳୟ ବେଣୁପୁରର ଜମ୍ବେଶ୍ୱର ରଥ, ଗଣେଶ କରଣ, ଜୟଦେବ ଉଚ୍ଚ ବିଦ୍ୟାଳୟ ପ୍ରତାପରୁଦ୍ରପୁରର ମନୋରଞ୍ଜନ ପ୍ରହରାଜ, ପି.ବି. ସରକାରୀ ଉଚ୍ଚ ବିଦ୍ୟାଳୟ ସାରୁଅର ଗଣେଶ୍ୱର ମିଶ୍ର, ଯୁଗଳ ଚରଣ ସରକାରୀ ବାଳିକା ବିଦ୍ୟାପୀଠର ଲକ୍ଷ୍ମୀଧର ବାରିକ, ବାଜପୁର ଉଚ୍ଚ ବିଦ୍ୟାଳୟର ସୁଜାତା ମହାପାତ୍ର, ପୁବୁସହି ଉଚ୍ଚ ବିଦ୍ୟାଳୟର ପଦ୍ମ ଚରଣ ମହାପାତ୍ର, ୟୁନିଟ୍-୩ ଭାରତୀୟ ବିଦ୍ୟାଳୟର ମଦନ ସିଂହ, ବାଲିଅନ୍ତା ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟର ବଂଶୀଧର ପ୍ରଧାନ, ରାଜସ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର କୈଳାଶ ଚନ୍ଦ୍ର ପଣ୍ଡା, ପାରିଓରଡା ଉଚ୍ଚ ବିଦ୍ୟାଳୟର ଲକ୍ଷ୍ମୀଧର ବରାଳ, ବେଗୁନିଆ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟର ନୀଳକଣ୍ଠ ସାହୁ ଏବଂ ଚିଲିକା ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟର ଲକ୍ଷ୍ମୀଧର ସ୍ୱାଇଁ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଶିକ୍ଷା ଅଧିକାରୀ ବିଜୟ ବେହେରା, ପ୍ରଜ୍ଞା ପାରମିତା ଜେନା, ରଶ୍ମିବାଳା ପରିଡ଼ା ସହିତ ସମସ୍ତ ବ୍ଲକ୍ ଶିକ୍ଷା ଅଧିକାରୀ, ଜିଲ୍ଲା ଓ ସମଗ୍ର ଶିକ୍ଷା କାର୍ଯ୍ୟାଳୟର ଅଧିକାରୀ-କର୍ମଚାରୀ ଏବଂ ଶିକ୍ଷକ-ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହିଥିଲେ।
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ ଅବସର ଗ୍ରହଣ କରିଥିବା ଶିକ୍ଷକ ଓ କର୍ମଚାରୀମାନଙ୍କ ପାଇଁ ଏକ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଏବଂ ପୂର୍ଣ୍ଣାଙ୍ଗ ପେନସନ ପ୍ରଦାନ ଉତ୍ସବ ଆୟୋଜିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ସୋନାମିକା ରାୟଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଓ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟରୁ ଅବସର ନେଇଥିବା ୧୪ ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା ସହ ପୂର୍ଣ୍ଣାଙ୍ଗ ପେନସନ ନିର୍ଦ୍ଦେଶପତ୍ର ପ୍ରଦାନ କରାଯାଇଛି।

More Stories
ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଥାଲାପତି ବିଜୟଙ୍କ ନୂଆ ଅନ୍ଦାଜ: ଶାସନ ଶୈଳୀ ମାଧ୍ୟମରେ ସମାଲୋଚକଙ୍କୁ ଦେଲେ କଡ଼ା ଜବାବ |
ଦିଅରଙ୍କ ଆକ୍ରମଣରେ ଭାଉଜଙ୍କ ମୃତ୍ୟୁ, ପୁଅ ଗୁରୁତର
ତାରାତାରିଣୀ ପୀଠ ନିକଟ ହୋଟେଲ ରୁ ଯୁବକର ଶବ ଉଦ୍ଧାର |