ଟିଏମ୍ସିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ଲୋକ ସଭା ସଦସ୍ୟ ଅଭିଷେକ ବାନାର୍ଜୀଙ୍କ ଦଳୀୟ କାର୍ଯ୍ୟାଳୟ ଉପରେ ଶନିବାର ବୁଲ୍ଡୋଜର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଉକ୍ତ ୫ ମହଲା ଅଟ୍ଟାଳିକା ନିର୍ମାଣରେ ବିଲ୍ଡିଂ ଯୋଜନାର ଅନୁମୋଦନ ନ ଥିଲା ଏବଂ ନିୟମାବଳୀର ଉଲ୍ଲଂଘନ ହୋଇଥିଲା ବୋଲି ଜିଲା କର୍ତ୍ତୃପକ୍ଷ କହିଛନ୍ତି।
ଉଚ୍ଛେଦ ଅଭିଯାନ ବେଳେ ବହୁସଂଖ୍ୟାରେ ପଶ୍ଚିମବଙ୍ଗ ପୋଲିସ, କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ (ସିଏପିଏଫ୍) ଯବାନ ମୁତୟନ ହେବା ସହ ବୁଲ୍ଡୋଜର ଓ ଅନ୍ୟାନ୍ୟ ଉପକରଣ ନିୟୋଜିତ ହୋଇଥିଲା। ଅଗ୍ନିଶମ ଓ ଜରୁରୀ ସେବା କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ।
ଦଳୀୟ କାର୍ଯ୍ୟାଳୟଟି ଅଭିଷେକଙ୍କ ଡାଇମଣ୍ଡ ହାର୍ବର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଆମତାଲାଠାରେ ରହିଛି। କାର୍ଯ୍ୟାନୁଷ୍ଠାନକୁ ସ୍ଥାନୀୟ ଭାଜପା ବିଧାୟକ ସ୍ବାଗତ କରିଛନ୍ତି। କୋଠାବାଡ଼ି ନିୟମାବଳୀର ଉଲ୍ଲଂଘନ କରାଯାଇ ବେଆଇନ ଭାବେ ଉକ୍ତ ବିଲ୍ଡିଂ ନିର୍ମାଣ ହୋଇଥିଲା ବୋଲି ସେ କହିଛନ୍ତି।

More Stories
ହସ୍ପିଟାଲ ଯାଉଥିବା ବେଳେ ନାବାଳିକାଙ୍କୁ ଟେକିନେଲେ ଦୁର୍ବୃତ୍ତ, କାର୍ ଭିତରେ ଗଣବଳାତ୍କାର କରି…
ଶ୍ୱଶୁର ହେଲେ ରକ୍ତମୁଖା: ଲୁହାରଡ୍ରେ ପିଟିପିଟି ଜ୍ୱାଇଁଙ୍କୁ ମାରିଦେଲେ
ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ୍