କଣ୍ଟାମାଳରେ କଂଗ୍ରେସ ପ୍ରାର୍ଥୀ କିଏ ? ଦୌଡ଼ରେ ଆଗୁଆ ପ୍ରଶାନ୍ତ-ସରୋଜ।ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀ। ଆଦିବାସୀ ଅଧ୍ୟୁଷିତ ଏ ଆସନର ସୃଷ୍ଟି ୨୦୦୯ରୁ। ପ୍ରଥମରୁ ଏ ଆସନକୁ ଜିତି ଆସୁଛି ବିଜେଡି। ୨୦୦୯ ଓ ୨୦୧୪ରେ କଂଗ୍ରେସ ଏବଂ ୨୦୧୯ରେ ବିଜେପିକୁ ମାତ୍ ଦେଇ ଦଳ ଲଗାତର ତୃତୀୟ ଥର ପାଇଁ କ୍ଷମତାରେ। ୨୦୧୪ରୁ ମହିଧର ରଣା ବିଧାୟକ। ସରପଞ୍ଚରୁ କ୍ୟାରିୟର ଆରମ୍ଭ କରିଥିବା ମହିଧର ୨୦୧୯ରେ ବିଜେପିର କହ୍ନେଇ ଚରଣ ଡାଙ୍ଗଙ୍କୁ ମାତ୍ର ୩ ହଜାର ୬୫୦ ଭୋଟରେ ହରାଇ ଦ୍ୱିତୀୟ ଥର ପାଇଁ ବିଧାୟକ ହୋଇଥିଲେ।ଦୁଇ ଦୁଇ ଥର ବିଧାୟକ ଭାବେ ରହି ଅଞ୍ଚଳରେ ନିଜ ପତିଆରା ବୃଦ୍ଧି କରିଥିବାରୁ ଏଥର ମଧ୍ୟ ସେ ଶାସକ ଦଳରୁ ପ୍ରାର୍ଥୀ।କଣ୍ଟାମାଳରେ ବିଜେପି ଆଗରୁ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହି ଆସୁଥିବା ବେଳେ ୨୦୧୯ରେ କିନ୍ତୁ ଦଳ ମୁଖ୍ୟ ବିରୋଧୀ ଆସନକୁ ଆସିଛି। ଗତ ନିର୍ବାଚନରେ କହ୍ନେଇ ଚରଣ ଡାଙ୍ଗ ୩୯ ହଜାର ୪୪୯ ଭୋଟ ପାଇ ମାତ୍ର ୩ ହଜାର ୬୫୦ ଭୋଟରେ ପଛୁଆ ରହି ପରାଜିତ ହୋଇଥିଲେ। କହ୍ନେଇ ପୂର୍ବରୁ ଦୁଇ ଦୁଇ ଥର ପ୍ରାର୍ଥୀ ହୋଇ ଭଲ ଅଭିଜ୍ଞତା ରଖିଥିବାରୁ ତାଙ୍କୁ ୨୦୨୪ରେ ମଧ୍ୟ ଦଳ ପ୍ରାର୍ଥୀ କରିବା ସମ୍ଭାବନା ରହିଛି।ସେପଟେ କିନ୍ତୁ ବିଜେପି ଆଶାୟୀ ତାଲିକାରେ ସାମିଲ୍ ହୋଇଛନ୍ତି ରାଜ୍ୟ ବିଜେପି ଯୁବମୋର୍ଚ୍ଚାର ପୂର୍ବତନ ସାଧାରଣ ସଂପାଦକ ଓମ୍ ପ୍ରକାଶ ମିଶ୍ର।୨୦୦୯ରୁ କଣ୍ଟାମାଳରେ ଦ୍ବିତୀୟ ସ୍ଥାନରେ ରହି ମୁଖ୍ୟ ବିରୋଧୀ ଭୂମିକା ତୁଲାଉଥିବା କଂଗ୍ରେସ ୨୦୧୯ରେ ଖସିଥିଲା ଚତୁର୍ଥ ସ୍ଥାନକୁ। ଗତଥର ପ୍ରାର୍ଥୀ ହୋଇଥିବା ପ୍ରଶାନ୍ତ କୁମାର ସାହୁଙ୍କୁ ମିଳିଥିଲା ମାତ୍ର ୧୩ ହଜାର ୧୬୬ ଭୋଟ। ପିସିସିର ମେମ୍ବର ଥିବା ପ୍ରଶାନ୍ତ ସାହୁ ଏଥର ମଧ୍ୟ ନିର୍ବାଚନ ଲଢିବାକୁ ପ୍ରସ୍ତୁତ। ସେପଟେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ବୌଦ୍ଧ ଜିଲ୍ଲା ସଭାପତି ସରୋଜ ପ୍ରଧାନ ମଧ୍ୟ ଟିକେଟ୍ ପାଇଁ ଆଶାୟୀ ଥିବା କୁହାଯାଛି।
More Stories
ଝାଡ଼ଖଣ୍ଡରେ ହେମନ୍ତ ସରକାର
ଆସିଲା ତୃତୀୟ ପର୍ଯ୍ୟାୟ ସୁଭଦ୍ରା
ନୂଆପଡ଼ା ଜିଲ୍ଲା ଖରୀଆର ରୋଡ ଜୁଆ ଆଡ୍ଡା କୁ ଚଢାଉ ଘଟଣା ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସାମ୍ବାଦିକ ସମ୍ମିଳନୀ