ଲିଙ୍ଗରାଜ ଚୌଧୁରୀ ଆଉ ନାହାନ୍ତି


ଅହଂକାର ଶୂନ୍ୟ, ପରୋଉପକାରୀ ଲିଙ୍ଗରାଜ ଚୌଧୁରୀ ଆଉ ନାହାନ୍ତି l ଏହାକୁ ବିଶ୍ୱାସ କରିହେଉନାହିଁ l ଏକ ଅଭିଜାତ୍ୟ ପରିବାର ରେ ଜନ୍ମ ହୋଇ ସାଧାରଣ ମଣିଷକୁ ଆପଣାର କରିପାରୁ ଥିବା ଓ ଗରିବ ଲୋକଙ୍କ ପାଖରେ ଛିଡାହେଉ ଥିଲେ ଲିଙ୍ଗା ଚୌଧୁରୀ l ଗତ 2019 ସାଧାରଣ ନିର୍ବାଚନରେ କଂଗ୍ରେସ ଦଳରୁ ବ୍ରହ୍ମପୁର ବିଧାନସଭାରୁ ପାର୍ଥୀ ହୋଇଥିବା ଲିଙ୍ଗା ଭାଇନା ଓଡିଶା ରାଜନୀତିରେ ଦଳ ମତ ନିର୍ବିଶେଷରେ ସମସ୍ତଙ୍କ ପ୍ରିୟ ଥିଲେ l ତାଙ୍କ ବିୟୋଗ ରେ ବ୍ରହ୍ମପୁର ସହର ତଥା ଗଞ୍ଜାମ ଜିଲ୍ଲା ଏକ ପରୋପକାରୀ ମଣିଷକୁ ହରାଇଲା l ମୁଁ ମୋର ଜଣେ ଭାଇ, ଶୁଭେଛୁ ଓ ସହଯୋଗୀ ଙ୍କୁ ହରାଇଲି l ଭଗବାନ ସେଇ ମହାନ ଆତ୍ମାକୁ ଶାନ୍ତି ଦିୟନ୍ତୁ ଓ ପରିବାର ବର୍ଗଙ୍କୁ ଏହି ଦୁଃଖ ସହିବାକୁ ଶକ୍ତି ଦିୟନ୍ତୁ 😭 ଓଁ ଶାନ୍ତି 🙏


error: Content is protected !!