ଓଡିଶା ବିଜେପି ଆଉ ଏକ ରାଜନୈତିକ ଦଳ ହୋଇ ରହିନି


ଓଡିଶା ବିଜେପି ଆଉ ଏକ ରାଜନୈତିକ ଦଳ ହୋଇ ରହିନି । ଏହା ଏକ ଜାଗିରଦାରୀ ଦଳରେ ପରିବର୍ତ୍ତନ ହୋଇଛି । ଗତକାଲି ବିଜେଡିରେ ଯୋଗ ଦେବା ପରେ ବରିଷ୍ଠ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଖୋଲିଛନ୍ତି ବିଜେପି ଦଳର ଗୁମର କଥା । ସେ ଅଭିଯୋଗ କରିଛନ୍ତି ଯେ, ବିଜେପି ଦଳରେ ନେତାମାନଙ୍କ ମଧ୍ୟରେ ଜାଗିର ପାଇଁ ଚାଲିଛି ଲଢେଇ । ନେତାଙ୍କ ଲଢେଇରେ କର୍ମୀମାନେ କାମ କରିବାର ସୁଯୋଗ ନପାଇ ପେଶି ହେଉଛନ୍ତି । କେନ୍ଦ୍ରୀୟ ନେତୃତ୍ୱକୁ ରାଜ୍ୟ ବିଜେପି ନେତାମାନେ ମିଛ କହୁଛନ୍ତି ଓ ଅନ୍ଧାରରେ ରଖି ଭୁଆଁ ବୁଲାଇବାକୁ ଚେଷ୍ଟା କରୁଛନ୍ତି । ରାଜ୍ୟ ବିଜେପିରେ ଓଡିଶାରେ କ୍ଷମତାକୁ ଆସିବାକୁ କିମ୍ବା ସରକାର ଗଠନ କରିବାକୁ କୌଣସି ରୋଡମ୍ୟାପ ନାହିଁ କି ଏଜେଣ୍ଡା ନାହିଁ । କେନ୍ଦ୍ର ବିଜେପି ନେତାମାନେ ଦେଉଥିବା ପରାମର୍ଶକୁ ମାନୁନାହାଁନ୍ତି ରାଜ୍ୟ ବିଜେପି ନେତାମାନେ।


error: Content is protected !!