ସନ୍ଦେହ ଜନକ ମୃତ୍ୟୁ


ପୁରୀ ଜିଲ୍ଲା ଡେଲାଙ୍ଗ ଜଗଦଳପୁର ଅଞ୍ଚଳର ୨୧ ବର୍ଷୀୟ ରାଜ୍ୟ ସ୍ତରୀୟ ମହିଳା ଖେଳାଳି ସରୋଜିନୀ ସୁନ୍ଦରା ଦୀର୍ଘ ଦିନ ହେବ ଭୁବନେଶ୍ୱର ବଡଗଡ଼ ଥାନା ଅଧୀନ ଭୁବନେଶ୍ୱର କୋର୍ଟ ନିକଟସ୍ଥ ଏକ ଭଡା ଘରେ ରହି ଆସୁଥିଲେ | ସମ୍ପୃକ୍ତ ମହିଳା ଖେଳାଳି ଜନକ କଟକ ରୋଡ଼ରେ ଏକ ବାଇକି ସୋରୁମରେ କାର୍ଯ୍ୟ କରୁଥିବା ବେଳେ ସମ୍ପୃକ୍ତ ମହିଳା ଖେଳାଳି ସରୋଜିନୀ ସୁନ୍ଦରା ବକ୍ସି ଏବଂ ଖୋଖୋ ପ୍ରତିଯୋଗିତାରେ ଏକାଧିକ ଥର ରାଜ୍ୟସ୍ତରରେ ଭାଗ ନେଇଥିଲେ | ସମ୍ପୃକ୍ତ ମହିଳା ଖେଳାଳିଙ୍କର ଗତ ୦୮/୦୪/୨୦୨୪ ରେ ଭୁବନେଶ୍ୱର କୋର୍ଟ ନିକଟସ୍ଥ ରହୁଥିବା ଭଡା ଘରୁ ସନ୍ଦେହ ଜନକ ଅବସ୍ଥାରେ ଝୁଲନ୍ତା ମୃତଦେହ ଉଦ୍ଧାର ଦେବାପରେ ସମ୍ପୃକ୍ତ ମହିଳା ଖେଳାଳିଙ୍କ ପରିବାର ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରୁଥିବା ବେଳେ ଭୁବନେଶ୍ୱର ବଡଗଡ଼ ପୋଲିସ ସମ୍ପୃକ୍ତ ମହିଳା ଖେଳାଳି ସରୋଜିନୀ ସୁନ୍ଦରାଙ୍କ ମୃତଦେହ ଉଦ୍ଧାର କରି ଶବ ବେବଚ୍ଛେଦ ପାଇଁ ପଠାଇଥିବା ବେଳେ ଏହି ସମ୍ବେଦନଶୀଳ ଘଟଣାରେ ମାନ୍ୟବର କମିଶନ ହସ୍ତକ୍ଷେପ କରି ଉଚ୍ଚ ସ୍ତରୀୟ ତଦନ୍ତ କରି ଦୋଷୀ ବିରୁଦ୍ଧରେ କଠୋର ରୁ କଠୋର କାର୍ଯ୍ୟାନୁଷ୍ଠାନ ନେବା ସାଙ୍ଗେ ସାଙ୍ଗେ ସମ୍ପୃକ୍ତ ମହିଳା ଖେଳାଳିଙ୍କ ପରିବାରକୁ କ୍ଷେତ୍ତି ପୂରଣ ବାବଦକୁ ୫୦,୦୦୦,୦୦ (ପଚାଶ ଲକ୍ଷ ଟଙ୍କା) କ୍ଷେତ୍ତି ପୂରଣ ଯୋଗେଇ ଦେବା ପାଇଁ ଜାତୀୟ ମାନବ ଅଧିକାର କମିଶନଙ୍କ ନିକଟରେ ଏନ.ଏଚ.ଆର.ସି କେଶ ନମ୍ବର 5585/2024 ରେ କେଶ ଦାଏର କଲେ ନ୍ୟାୟ ପାଇଁ ଲଢେଇ ପରିବାରର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ | ଏହି ମାମଲାରେ ଡିସିପି ଭୁବନେଶ୍ୱର ,ଡିଜି ପୋଲିସ ଓଡିଶା,ଗୃହ ସଚିବ ଓଡିଶା,ମୁଖ୍ୟମନ୍ତ୍ରୀ ଓଡିଶାଙ୍କୁ ପକ୍ଷଭୁକ୍ତ କରାଯାଇଛି |


error: Content is protected !!