ନିର୍ବାଚନୀ ଇସ୍ତାହାରରେ କ’ଣ ପ୍ରତିଶ୍ରୁତି ଦେବ ବିଜେଡି


ନିର୍ବାଚନୀ ଇସ୍ତାହାରରେ କ’ଣ ପ୍ରତିଶ୍ରୁତି ଦେବ ବିଜେଡି। ଆଜି ଶଙ୍ଖ ଭବନରେ ବସିଛି ବିଜେଡିର ପ୍ରଥମ ଇସ୍ତାହାର କମିଟି ବୈଠକ। ନିକଟରେ ୩୮ ଜଣିଆ ଇସ୍ତାହାର କମିଟି ଗଠନ କରିଥିଲା ବିଜେଡ଼ି। ସାଂସଦ ଚନ୍ଦ୍ରଶେଖର ସାହୁ କମିଟିର ଅଧ୍ୟକ୍ଷ ରହିଥିବା ବେଳେ ଉପସଭାପତି ଦେବୀ ମିଶ୍ରଙ୍କ ସମେତ ପ୍ରତାପ ଦେବ , ସୁଦାମ ମାର୍ଣ୍ଡି , ମଙ୍ଗଳା କିଷାନ , ପଦ୍ମନାଭ ବେହେରା ସହ ମୋଟ୍ ୭ ଜଣ ସହ ଅଧ୍ୟକ୍ଷ ରହିଛନ୍ତି। ଅମର ପଟ୍ଟନାୟକଙ୍କୁ ଆବାହକ ଦାୟିତ୍ୱ ଦିଆଯାଇଛି। ଏହି କମିଟିର ପରାମର୍ଶ ଆଧାରରେ ଇସ୍ତାହାର ପ୍ରସ୍ତୁତ କରାଯିବ। ନିର୍ବାଚନ ପାଇଁ ବିଜେଡି ଇସ୍ତାହାର ଆଣିବା ପୂର୍ବରୁ ଆଜି ପ୍ରଥମ ବୈଠକରେ ଆଲୋଚନା କରାଯାଇଛି।


error: Content is protected !!