August 16, 2026

Now Odisha

Now Odisha

ସୁଭଦ୍ରା ସହ ମଧୁବାବୁ ପେନସନ୍ ଯୋଜନାରେ ମିଳିବ ଅଧିକ ଲାଭ, ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା…

Spread the love

 ୮୦ତମ ସ୍ୱାଧୀନତା ଦିବସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୫ଟି ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣା ମଧ୍ୟରେ ସାମିଲ ଅଛି ସୁଭଦ୍ରା ଯୋଜନାଠୁ ନେଇ ମଧୁବାବୁ ପେନସନ୍ ଯୋଜନା, ତେବେ ଆସନ୍ତୁ ଏହି ଘୋଷଣା ଉପରେ ନଜର ପକାଇବା…

୧ କୋଟିରୁ ଅଧିକ ‘ସୁଭଦ୍ରା’ ହିତାଧିକାରୀ ସାମିଲ କରିବାକୁ ନେଇ ସରକାରଙ୍କ ବଡ଼ ଘୋଷଣା। ଏହି ସ୍କିମ୍‌ରେ ଓଡ଼ିଶା ସରକାରଙ୍କ ତରଫରୁ ରାଜ୍ୟ ମହିଳାଙ୍କୁ ୫ ବର୍ଷରେ ୫୦,୦୦୦ ଟଙ୍କା ମିଳିବ।ମଧୁବାବୁ ପେନସନ ଯୋଜନାରେ ଆଗାମୀ ଦିନରେ ଆଉ ୭ ଲକ୍ଷ ହିତାଧିକାରୀ ସାମିଲ ହେବେ,ଏନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର। ଦୁଇ ବର୍ଷରେ ୨୬ ହଜାର ଶିକ୍ଷକ ନିଯୁକ୍ତି ପରେ ଆଗାମୀ ଦିନରେ ଆଉ ୪୫ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

error: Content is protected !!