August 16, 2026

Now Odisha

Now Odisha

OAS ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର, ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା

Spread the love

 ୮୦ତମ ସ୍ୱାଧୀନତା ଦିବସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୫ଟି ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣା ମଧ୍ୟରେ ସାମିଲ ଅଛି ସୁଭଦ୍ରା ଯୋଜନାଠୁ ନେଇ ମଧୁବାବୁ ପେନସନ୍ ଯୋଜନା, ତେବେ ଆସନ୍ତୁ ଏହି ଘୋଷଣା ଉପରେ ନଜର ପକାଇବା…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ପାଇଁ ଯେଉଁ ସର୍ବାଧିକ ୬ ଟା ସୁଯୋଗ ଥିଲା,ଏହି ଲିମିଟ୍‌କୁ ହଟାଇବାକୁ ସିଏମ୍ ଘୋଷଣା କରିଛନ୍ତି । ସର୍ବୋଚ୍ଚ ବୟସ ସୀମା ପର୍ଯ୍ୟନ୍ତ ଆଶାୟୀଙ୍କ ସୁଯୋଗ ମିଳିବ। ସରକାରୀ କର୍ମଚାରୀଙ୍କ ଦେହାନ୍ତ ପରେ ଅନୁକମ୍ପା ମୂଳକ ନିଯୁକ୍ତିକୁ କୋହଳ କରିଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଦିନ ୮୦ତମ ସ୍ବାଧୀନତା ଦିବସ ଅବସରରେ ଏହି ଘୋଷଣା କରିଛନ୍ତି।

ଗାନ୍ଧୀ ମାର୍ଗରେ ଆୟୋଜିତ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ରାଜ୍ୟବାସୀଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, OCS ପରୀକ୍ଷା ପାଇଁ ଥିବା ସର୍ବାଧିକ ୬ ଥର ପରୀକ୍ଷା ଦେବାର ନିୟମକୁ ହଟାଯିବ। ଫଳରେ ଯୋଗ୍ୟ ପ୍ରାର୍ଥୀମାନେ ବୟସସୀମା ମଧ୍ୟରେ ରହିଥିଲେ ଅଧିକ ଥର ପରୀକ୍ଷା ଦେଇପାରିବେ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଚାକିରି ପାଇଁ ସର୍ବାଧିକ ବୟସସୀମାକୁ ୪୨ ବର୍ଷକୁ ବୃଦ୍ଧି କରାଯାଇଛି। ଏହାଦ୍ୱାରା ବୟସସୀମା ନିକଟରେ ପହଞ୍ଚିଥିବା ଅନେକ ଚାକିରି ଆଶାୟୀଙ୍କୁ ସୁଯୋଗ ମିଳିବ। ଅନୁକମ୍ପାମୂଳକ ନିଯୁକ୍ତି କ୍ଷେତ୍ରରେ ଥିବା କିଛି କଟକଣାକୁ ମଧ୍ୟ କୋହଳ କରାଯାଇଛି।

error: Content is protected !!