ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ ନାହିଁ ନ ଥିବା ହଇରାଣ ହେଉଛନ୍ତି। ଏପରିକି ଶ୍ମଶାନ ଯିବାକୁ ହେଲେ ମୃତଦେହ ଧରି କେନାଲ ପାରି ହେବାକୁ ପଡୁଛି। ଏହି ଖବର ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ସୋମବାର କଂଗ୍ରେସର ଏକ ଟିମ୍ ଗଡ଼ହୁମାସ୍ଥିତ ବାଉଁଶିଆପଡା ଗାଁରେ ପହଞ୍ଚି ସ୍ଥତି ଅନୁଧ୍ୟାନ କରିଛି।
ଛତ୍ରପୁର ନିର୍ବାଚନ ମଣ୍ଡଳୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଭାଗିରଥୀ ବେହେରା, ଯୁବନେତା ଜ୍ଞାନରଞ୍ଜନ ପଣ୍ଡା ଗ୍ରାମବାସୀଙ୍କ ସହ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଏନେଇ ସେମାନେ ଜିଲାପାଳଙ୍କ ସହ ଆଲୋଚନା କରିବେ ବୋଲି ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।
କଂଗ୍ରେସ ଟିମ୍ ଗସ୍ତ ବେଳେ ସରପଞ୍ଚ ପ୍ରତିନିଧିଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ବାଉଁଶିଆପଡା ଗ୍ରାମର ଉଦିୟ ନାୟକଙ୍କ ମୃତଦେହ ଶ୍ମଶାନ ନେଲାବେଳେ ଗ୍ରାମବାସୀ କେନାଲ ପାର ହୋଇ ମୃତଦେହ ନେଇ ଦାହ କରିଥିଲେ।

More Stories
ନିଦ ବଟିକା ଖୁଆଇବା ପରେ କରେଣ୍ଟ ଦେଇ ସ୍ବାମୀଙ୍କୁ ହତ୍ୟା
ଭଞ୍ଜନଗରରେ ଚାଞ୍ଚଲ୍ୟ: ୪ ବର୍ଷର ଶିଶୁକନ୍ୟାକୁ ବଳାତ୍କାର ଉଦ୍ୟମ, ଅଭିଯୁକ୍ତ ବାପାଙ୍କୁ ମାଂସ ପାଇଁ ପଠାଇ ଝିଅକୁ…
ବ୍ୟବସାୟୀ ଅପହରଣ ମାମଲା: ମହିଳା ପୋଲିସ ସବ୍ଇନ୍ସପେକ୍ଟରଙ୍କ ସହ ଜଣେ ସାମ୍ବାଦିକ ଗିରଫ, ୪କୁ ବୃଦ୍ଧି ପାଇଲା ସଂଖ୍ୟା