August 25, 2026

Now Odisha

Now Odisha

ଟ୍ରମ୍ପଙ୍କ ପୁଅଙ୍କୁ ନେଇ ଇରାନର ଭୟଙ୍କର ଧମକ, ୯୫ କୋଟି ପୁରସ୍କାର…

Spread the love

 ଆମେରିକା ଓ ଇରାନ ମଧ୍ୟରେ ତିକ୍ତତା ବଢ଼ିଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରିବାରକୁ ନେଇ ଏକ ଚାଞ୍ଚଲ୍ୟକର ଦାବି ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ, ଇରାନର ଷ୍ଟେଟ୍ ଟେଲିଭିଜନରେ ପ୍ରସାରିତ ଏକ ଭିଡିଓରେ ଟ୍ରମ୍ପଙ୍କ ୨୦ ବର୍ଷୀୟ ପୁଅ ବାରନ୍ ଟ୍ରମ୍ପଙ୍କୁ ଟାର୍ଗେଟ୍ କରିବା ନେଇ ଧମକ ଦିଆଯାଇଥିବା ଦାବି କରାଯାଇଛି ।

ରିପୋର୍ଟ ଅନୁସାରେ, ଇରାନର ସରକାରୀ ଚ୍ୟାନେଲରେ ‘Where to Kill Barron Trump’ ଶୀର୍ଷକରେ ଏକ ଭିଡିଓ ପ୍ରସାରିତ ହୋଇଥିବା ଦାବି କରାଯାଇଛି । ଏଥିରେ ବାରନ୍ ଟ୍ରମ୍ପଙ୍କ ଗତିବିଧି ଓ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ତଥ୍ୟ ଦିଆଯାଇଥିବା କୁହାଯାଉଛି।ଭିଡିଓରେ ବାରନଙ୍କ ଅନଲାଇନ୍ ଗେମିଂ ଓ ଅନ୍ୟାନ୍ୟ ଅନଲାଇନ୍ କାର୍ଯ୍ୟକଳାପ ଉପରେ ନଜର ରଖାଯାଉଥିବା ନେଇ ମଧ୍ୟ ଦାବି ଥିବା ରିପୋର୍ଟରେ କୁହାଯାଇଛି। ଏହା ସହ ବାରନଙ୍କ ବିଷୟରେ ସୂଚନା ଦେଲେ ୯୫ କୋଟି ଟଙ୍କା ପୁରସ୍କାର ଦିଆଯିବା ନେଇ ମଧ୍ୟ ଦାବି କରାଯାଇଛି ।

ରିପୋର୍ଟ ଅନୁସାରେ, ଏହା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ଇରାନୀ ଷ୍ଟେଟ୍ ମିଡିଆ ସହ ଜଡ଼ିତ ଏକ ଭିଡିଓରେ ଟ୍ରମ୍ପଙ୍କ ପତ୍ନୀ ମେଲାନିଆ ଟ୍ରମ୍ପଙ୍କୁ ଟାର୍ଗେଟ୍ କରିବା ନେଇ ଧମକ ଦିଆଯାଇଥିବା ଦାବି ହୋଇଥିଲା। ସେହି ଭିଡିଓରେ ମେଲାନିଆଙ୍କ ସାର୍ବଜନୀନ କାର୍ଯ୍ୟକ୍ରମ, ଯାତ୍ରା ଓ ନ୍ୟୁୟର୍କରେ ତାଙ୍କ ଗତିବିଧି ସମ୍ପର୍କିତ ଫଟୋ ଦେଖାଯାଇଥିବା ରିପୋର୍ଟରେ କୁହାଯାଇଛି। ଭିଡିଓର ଶେଷରେ ବାରନ୍ ଟ୍ରମ୍ପଙ୍କ ନାମ ମଧ୍ୟ ଉଲ୍ଲେଖ ଥିବା ଦାବି କରାଯାଇଛି ।  ମେଲାନିଆ ଓ ବାରନ୍ ଟ୍ରମ୍ପଙ୍କୁ ଆମେରିକାର ସିକ୍ରେଟ୍ ସର୍ଭିସ୍ ସୁରକ୍ଷା ଯୋଗାଇଥାଏ। ଟ୍ରମ୍ପ ପରିବାର ସହ ଜଡ଼ିତ ପ୍ରମୁଖ ସ୍ଥାନଗୁଡ଼ିକରେ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା ରହିଥାଏ। ତେଣୁ ପରିବାରର ସଦସ୍ୟଙ୍କ ଗତିବିଧି କିମ୍ବା ସୁରକ୍ଷା ସମ୍ପର୍କିତ ତଥ୍ୟ କୌଣସି ଭିଡିଓରେ ପ୍ରସାରିତ ହେବା ଆମେରିକୀୟ ସୁରକ୍ଷା ଏଜେନ୍ସି ପାଇଁ ଚିନ୍ତାର ବିଷୟ ହୋଇପାରେ।

ଆମେରିକା ଓ ଇରାନ ମଧ୍ୟରେ ପୂର୍ବରୁ ହିଁ ତିକ୍ତତା ଜାରି ରହିଛି। ଏହି ସମୟରେ ଟ୍ରମ୍ପ ପ୍ରଶାସନ ଇରାନ ଉପରେ ଆର୍ଥିକ ଚାପ ବଢ଼ାଇବାକୁ ପଦକ୍ଷେପ ନେଉଛି । ରିପୋର୍ଟ ଅନୁସାରେ, ଆମେରିକାର ଟ୍ରେଜେରୀ ସଚିବ ସ୍କଟ୍ ବେସେଣ୍ଟ ମଧ୍ୟ ଇରାନ ବିରୋଧରେ ନୂଆ ଆର୍ଥିକ ଚାପ ଅଭିଯାନ ଘୋଷଣା କରିଛନ୍ତି। ଏଭଳି ପରିସ୍ଥିତିରେ ଟ୍ରମ୍ପ ପରିବାରକୁ ନେଇ ଇରାନୀ ଷ୍ଟେଟ୍ ମିଡିଆରେ ପ୍ରସାରିତ ହୋଇଥିବା ବୋଲି ଦାବି କରାଯାଉଥିବା ଏହି ଭିଡିଓ ନୂଆ ଚର୍ଚ୍ଚା ସୃଷ୍ଟି କରିଛି।

error: Content is protected !!