July 28, 2026

Now Odisha

Now Odisha

ରାଜ୍ୟ

ସାରା ଦେଶରେ ଖୁବଶୀଘ୍ର ଲାଗୁ ହେବ ୱାନ୍‌ ନେସନ ୱାନ୍‌ ପୁଲିସ ୟୁନିଫର୍ମ ପଲିସି । ଏଣିକି ପୁଲିସ ମାନଙ୍କର ଗୋଟିଏ ପ୍ରକାରର ୟୁନିଫର୍ମ ରହିବ ।...

ରାଜ୍ୟରେ ୪୭୧ ନୂତନ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ରବିବାର ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରିମୋଟ ବଟନ ଚିପି ଏସବୁ...

ଭୁବନେଶ୍ଵର: ଅନ୍ତ୍ୟୋଦୟ ଗୃହ ଯୋଜନାର ପ୍ରଥମ କିସ୍ତି ବଣ୍ଟନ କରାଯାଇଛି। ରାଜ୍ୟବ୍ୟାପୀ ୪୭୧ଟି ନୂଆ ପଞ୍ଚାୟତ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଆଜି ଲୋକସେବା ଭବନଠାରେ ଆୟୋଜିତ...

ନୂଆଦିଲ୍ଲୀ : ଦିଲ୍ଲୀରେ ବଡଧରଣର ଅଗ୍ନିକାଣ୍ଡ ଘଟିଛି। ସାଂସଦ ରହୁଥିବା ବ୍ରହ୍ମପୁତ୍ର ଆପାର୍ଟମେଣ୍ଟରେ ନିଆଁ ଲାଗି ବହୁ ଗାଡି ପୋଡି ପାଉଁଶ ହୋଇଯାଇଛି। ଏପରିକି ଆପାର୍ଟମେଣ୍ଟରେ ରହୁଥିବା...

ଦେଶର ଅଷ୍ଟମ ଜୈବମଣ୍ଡଳ ଭାବେ ପରିଚିତ ମୟୂରଭଞ୍ଜ ଜିଲାରେ ଥିବା ଶିମିଳିପାଳ ପର୍ଯ୍ୟଟକଙ୍କ ସକାଶେ ଆଜିଠୁ ଖୋଲିଛି । ଅଭୟାରଣ୍ୟକୁ ଦୁଇଟି ଗେଟ୍ ଦେଇ ପ୍ରବେଶ କରୁଛନ୍ତି...

ଦେଶର ଅଷ୍ଟମ ଜୈବମଣ୍ଡଳ ଭାବେ ପରିଚିତ ମୟୂରଭଞ୍ଜ ଜିଲାରେ ଥିବା ଶିମିଳିପାଳ ପର୍ଯ୍ୟଟକଙ୍କ ସକାଶେ ଆଜିଠୁ ଖୋଲିଛି । ଅଭୟାରଣ୍ୟକୁ ଦୁଇଟି ଗେଟ୍ ଦେଇ ପ୍ରବେଶ କରୁଛନ୍ତି...

ସୀମାରେ ୩ ଜଣ ବାଂଲାଦେଶୀ ଚୋରଙ୍କୁ ହତ୍ୟା। ଏହି ବାଂଲାଦେଶୀମାନେ ସୀମାନ୍ତରେ ବୁଲୁଥିବା ଗାଁ ଲୋକଙ୍କ ଗୃହପାଳିତ ପଶୁଙ୍କୁ ଚୋରି କରିବାକୁ ଉଦ୍ୟମ କରୁଥିଲେ। ଏହାକୁ ବିରୋଧ କରିବାରୁ ସେମାନେ ଜଣେ ଗ୍ରାମବାସୀଙ୍କୁ ହତ୍ୟା ମଧ୍ୟ କରିଛନ୍ତି। ଏଥିରେ ରାଗି ଯାଇ ଗାଁର ଅନ୍ୟ ଲୋକମାନେ ୩ ବାଂଲାଦେଶୀଙ୍କୁ ପିଟିପିଟି ମାରି ଦେଇଛନ୍ତି।ଅକ୍ଟୋବର ୧୫ରେ ତ୍ରିପୁରା ସୀମାନ୍ତରେ ପୂରା ଘଟଣା ଘଟିଥିବା ବେଳେ ଏହାକୁ ନେଇ ଭାରତ ଓ ବାଂଲାଦେଶ ମଧ୍ୟରେ କୂଟନୀତିକ ବିବାଦ ତୀବ୍ର ହୋଇଛି। ବାଂଲାଦେଶ ପକ୍ଷରୁ ମୃତକଙ୍କ ପାଇଁ ନ୍ୟାୟ ଦାବି କରାଯାଇଛି। ଏଥିସହ ଘଟଣାର ତୁରନ୍ତ, ନିରପେକ୍ଷ ଓ ସ୍ୱଚ୍ଛ ତଦନ୍ତ ପାଇଁ ବାଂଲାଦେଶ କହିଛି।ବେଆଇନ ଭାବେ ଭାରତରେ ପ୍ରବେଶ କରିଥିବା ୩ ବାଂଲାଦେଶୀଙ୍କ ମୃତ୍ୟୁର ପ୍ରତବାଦ ଢାକା ପକ୍ଷରୁ କୂଟନୀତିକ ସ୍ତରରେ କରାଯାଇଛି। ବାଂଲାଦେଶ ବିଦେଶ ମନ୍ତ୍ରଣାଳୟ ଘଟଣାକୁ ଅତ୍ୟନ୍ତ ନୃଶଂସ, ଅଗ୍ରହଣୀୟ ଓ ମାନବାଧିକାରର ଉଲ୍ଲଙ୍ଘନ।ତେବେ ବାଂଲାଦେଶର ଏପରି ଅପ୍ରଚାରକୁ ଅଗ୍ରାହ୍ୟ କରିଛି ଭାରତର ବୈଦେଶିକ ମନ୍ତ୍ରଣାଳୟ। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ପୂରା ଘଟଣା ଭାରତୀୟ ଅଞ୍ଚଳର ୩ କିମି ଭିତରେ ଘଟିଛି। ଏଠାରେ ବେଆଇନ ପ୍ରବାସୀମାନେ ସ୍ଥାନୀୟ ବିଦ୍ୟାବିଲ ଗାଁରୁ ପଶୁ ଚୋରି କରିବାକୁ ଚେଷ୍ଟା କରୁଥିଲେ। ଗାଁ ଲୋକମାନେ ଏହାକୁ ବିରୋଧ କରିବାରୁ ସେମାନେ ଧାରୁଆ ଅସ୍ତ୍ର ଦ୍ୱାରା ଆକ୍ରମଣ କରିଥିଲେ। ଏହାର ଜବାବ ଗାଁ ଲୋକମାନେ ଦେଇଥିଲେ।ଏଥିରେ ଜଣେ ଗାଁ ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇଛି। କିଛି ଗ୍ରାମବାସୀ ଆହତ ହୋଇଛନ୍ତି। ୩ ପ୍ରବାସୀ ଓ ଗାଁ ଲୋକଙ୍କ ବିବାଦ ଖବର ପାଇ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚିଥିଲା। ପ୍ରଶାସନ ପହଞ୍ଚିଲା ବେଳକୁ ୨ ଜଣ ପ୍ରବାସୀଙ୍କ ମୃତ୍ୟୁ ହୋଇସାରିଥିଲା। ତୃତୀୟ ବ୍ୟକ୍ତିଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ସମସ୍ତ ମୃତଦେହକୁ ବାଂଲାଦେଶ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଥିବା ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୈସୱାଲ କହିଛନ୍ତି।ଭାରତ ସୀମାରେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରତିଶ୍ରୁତିବଦ୍ଧ। ଚୋରା ଚାଲାଣ ରୋକିବା ପାଇଁ ଭାରତ ସୀମାରେ ଗ୍ରହଣ କରିଥିବା କାର୍ଯ୍ୟକ୍ରମକୁ ବାଂଲାଦେଶ ମଧ୍ୟ ସମର୍ଥନ କରିବା ଦରକାର ବୋଲି ମଧ୍ୟ ଜୈସୱାଲ କହିଛନ୍ତି।

ଆଗାମୀ ନିର୍ବାଚନ ସମୟରେ ଅର୍ଥ, ନିଶାଦ୍ରବ୍ୟ ଏବଂ ଅନ୍ୟାନ୍ୟ ପ୍ରଲୋଭନର ଗତିବିଧିକୁ ରୋକାଯିବ। ଏଥିଲାଗି ଭାରତ ନିର୍ବାଚନ ଆୟୋଗ(ଇସିଆଇ) ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକର ମୁଖ୍ୟଙ୍କ ସହିତ ଶୁକ୍ରବାର ବୈଠକ...

error: Content is protected !!