ହତ୍ୟା


କଟକ:(ଅରବିନ୍ଦ ଭୂୟାଁ):- ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଜଣେ ବ୍ୟବସାୟୀଙ୍କୁ ହତ୍ୟାକରି ନାଳକୁ ଫିଙ୍ଗିଦେଇଥିବା ଜଣା ପଡିଛି।ଏଭଳି ଏକ ଘଟଣା ଘଟିଛି ସାଲେପୁର ଥାନା ଅନ୍ତର୍ଗତ ଜିଗ୍ନିପୁର୍ ପଞ୍ଚାୟତ ମାତକତପୁର ଗ୍ରାମରେ ବ୍ୟବସାୟୀ ଦୋଳ ଗୋବିନ୍ଦ ଦାସ।ସେ ନିତିଦିନ ଭଳି ଘରୁ ଖାଇ କରି ନିଜ ଦୋକାନରେ ଶୋଇବାକୁ ଆସିଥିଲେ ହେଲେ ଆଜି ସକାଳୁ ତାଙ୍କ ମୃତ ଦେହ ୮ ନଂ କେନାଲର ବଳ ସାହି ନିକଟରେ ଭାସୁଥିବା ଦେଖିବାକୁ ମିଳିଛି।ତାଙ୍କ ମୁଣ୍ଡ ଓ ଦେହର ବହୁ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଛି।ଘଟଣା ସ୍ଥଳରେ ସାଲେପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ଏହା ଏକ ସୁକଳ୍ପିତ ହତ୍ୟା ବୋଲି ଜଣା ପଡ଼ୁଛି।


error: Content is protected !!