ଭଦ୍ରକ – ସ୍ୱାଧୀନତା ସଂଗ୍ରାମୀ ଙ୍କ ଥାନା ପୋଡି ସ୍ମୃତି ବହନ କରୁଥିବା ଏହି ଭଣ୍ଡାରିପୋଖରୀ ଥାନା ପରିସର କବାଡି ଖାନା ରେ ପରିଣତ ହୋଇ ଅଛି।ବହୁ ଦିନ ର ରିଲିଜ ହୋଇ ନଥିବା ଗାଡି କିମ୍ବା ରିଲିଜ ପରେ ଗାଡି ମାଲିକ ନେଉନଥିବା ଗାଡି ଜମି ଏପରି ଅବସ୍ଥା ଉପୁଜିଅଛି।ତେଣୁ କୋର୍ଟ ର ବୋଝ କୁ ଥାନା ପରିସର ସମ୍ବାଳୁଥିଲେ ମଧ୍ୟ ଏହା ସରୀସୃପ ଙ୍କ ଆଶ୍ରୟ ସ୍ଥଳ ପାଲଟି ଅଛି। ବିପଦ ଜନ କ ମଶାମଧ୍ୟ ସୃଷ୍ଟି କରୁଛି ଏହି ଗାଡିର ଭଗ୍ନ।ବିଶେଷ। ପାଖରେ ପୋଲିସ କଲୋନୀ ରହି ଥିବାରୁ ଏହା ଅସ୍ୱାସ୍ଥ୍ୟ କର ପରିବେଶ ହୋଇ ଅଛି।ଆହୁରି ମଧ୍ୟ ପ୍ରତି ବର୍ଷ ଏହି ପରିସର ରେ ମୁନସୀ ମେଳଣ ପାଇଁ ଏହି ଗାଡି ଗୁଡିକୁ ଅନ୍ୟ ସ୍ଥାନ କୁ ହଟାଇବା ଓ ପୁନଶ୍ଚ ଆଣି ରଖିବା ପାଇଁ ବହୁ ଅର୍ଥ କମିଟି ବ୍ୟୟ କରୁଅଛି। ଏକ ନିର୍ଦ୍ଧିଷ୍ଟ ସମୟ ପରେ ଗାଡି ଗୁଡିକୁ ନିଲାମ କରାଯିବ। ସଂକ୍ରାନ୍ତରେ ନିୟମ ନେଇ କୋର୍ଟ ବିଚାର କରୁ ବୋଲି ବୁଦ୍ଧିଜୀବୀ ମହଲ ରେ ମତ ପ୍ରକାଶ ପାଇଅଛି।

More Stories
ଘେଁସ୍ କଲେଜର ନାମ ବଦଳିଲା: ସ୍ୱାଧୀନତା ସଂଗ୍ରାମୀ ଶହୀଦ ମାଧୋ ସିଂହଙ୍କ ନାମରେ ହେଲା ନାମିତ
ଲଗାଣ ବର୍ଷାରେ ଧୋଇଗଲା ନିର୍ମାଣାଧୀନ ରିଂ ରୋଡ୍: କାମ ନସରୁଣୁ ରାସ୍ତାର ସ୍ଥାୟିତ୍ୱକୁ ନେଇ ଉଠିଲା ପ୍ରଶ୍ନବାଚୀ
କାନ୍ସରେ ଐଶ୍ୱର୍ଯ୍ୟାଙ୍କ ଜଲୱା: ହାତତିଆରି ବ୍ଲୁ ଗାଉନ୍ ପାଇଁ ଲାଗିଥିଲା ୧୫୦୦ ଘଣ୍ଟା