ନୂଆଦିଲ୍ଲୀ : ଦିଲ୍ଲୀରେ ବଡଧରଣର ଅଗ୍ନିକାଣ୍ଡ ଘଟିଛି। ସାଂସଦ ରହୁଥିବା ବ୍ରହ୍ମପୁତ୍ର ଆପାର୍ଟମେଣ୍ଟରେ ନିଆଁ ଲାଗି ବହୁ ଗାଡି ପୋଡି ପାଉଁଶ ହୋଇଯାଇଛି। ଏପରିକି ଆପାର୍ଟମେଣ୍ଟରେ ରହୁଥିବା କିଛି ବ୍ୟକ୍ତି ଆହତ ହୋଇଥିବା ଜଣାପଡିଛି। ଏହି ଆପର୍ଟମେଣ୍ଟରେ ଅନେକ ରାଜ୍ୟସଭା ସାଂସଦ ରୁହନ୍ତି। ଦ୍ଵିତୀୟ ମହଲାରୁ ପ୍ରଥମେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଉପର ମହଲାରୁୂ ଅନ୍ୟ ଆଡକୁ ନିଆଁ ବ୍ୟାପିଯାଇଥିଲା। ପରେ ୫ରୁ ଅଧିକ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଏହି ଆପାର୍ଟମେଣ୍ଟକୁ ୨୦୨୦ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିଥିଲେ। ଆପାର୍ଟମେଣ୍ଟଟି ସଂସଦ ଭବନ ଠାରୁ ମାତ୍ର ୨୦୦ ମିଟର ଦୂରରେ ଅବସ୍ଥିତ।

More Stories
ନାବାଳିକା ଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲା: ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ |
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ଝାରସୁଗୁଡ଼ା ଜମି ଦୁର୍ନୀତି କାଣ୍ଡ: ଡିଏସଆରଙ୍କ ଭୂମିକାକୁ ନେଇ ବଢ଼ୁଛି ସନ୍ଦେହ, ବିସ୍ତୃତ ତଦନ୍ତ ଆରମ୍ଭ |