January 27, 2026

Now Odisha

Now Odisha

Month: September 2025

 ପାଟନା,୨୯।୯: ଭାରତୀୟ ଜନତା ପାର୍ଟି (ଭାଜପା) ବିହାର ବିଧାନସଭା ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହେଉଛି। ଇସ୍ତାହାର କମିଟି ଗଠନ ପରେ, ଭାଜପା ଏବେ ଏକ ରାଜ୍ୟ...

–– ସାଇବର ଠକାଇ ପରି ଏବେ ବିଭିନ୍ନ ମିନି ବ୍ୟାଙ୍କ ଖୋଲି ଗ୍ରାମାଂଚଳ ର ଲୋକ ଙ୍କୁ ଠକି ଲକ୍ଷ ଲକ୍ଷ ଟଙ୍କା ଠକୁ ଥିବାର ଦେଖିବାକୁ ମିଳିଛି । ଧାମନଗର ଥାନା ଗୋବିନ୍ଦପୁର ବଜାରରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାହକ ସେବା କେନ୍ଦ୍ରରୁ ଟଙ୍କା ଠକେଇ ନେଇ ରବିବାର ଧାମନଗର ଥାନା ରେ ଅଭିଯୋଗ ହୋଇଛି । ଉକ୍ତ କେନ୍ଦ୍ରର ମାଲିକ ସତ୍ୟବ୍ରତ ନାଥ ଓ ତାଙ୍କ ସ୍ତ୍ରୀ ସୁଧାଂଶୁ ବାଳା ନାଥଙ୍କ ବିରୋଧରେ ଏହି ଅଭିଯୋଗ ହୋଇଛି । ୨ ଟି ଶାଖା କୁ ଗୋଟାଏ ସ୍ଥାନରେ କରି ସତ୍ୟବ୍ରତ ଉଭୟର କାର୍ଯ୍ୟ ବୁଝୁ ଥିବା ବେଳେ ଏହି ଟଙ୍କା ଠକିଛନ୍ତି । ସ୍ଥାନୀୟ କଲ୍ୟାଣୀ ଓ ଗୋବିନ୍ଦପୁର ଗ୍ରାମ ଲୋକେ ଏହି ଠକାମିର ସ୍ୱୀକାର ହୋଇଛନ୍ତି । କଲ୍ୟାଣୀ ଗ୍ରାମର ଗୌରୀ ମହାପାତ୍ର ୫୩ ହାଜର ୭୦୦ ଟଙ୍କା ବ୍ୟାଙ୍କ ଖାତାରେ ରଖିଥିଲେ । ତାଙ୍କ ଅଜଣାତରେ ସବୁ ଟଙ୍କା ଉଠାଇ ନେଇଯାଇଥିଲେ । ଗୌରୀ ଟଙ୍କା ଉଠାଇବାକୁ ଗଲା ପରେ ଖାତାରେ ଟଙ୍କା ନଥିବା ଜାଣିବା ପରେ ପଚାରିବାରୁ ସେ ନେଇଯାଇଥିବା କହିବା ସହ ମୁଁ ପୈଠ କରିଦେବି ବୋଲି କହି ଆଉ ଦେଇନଥିଲେ । ସେହିପରି କନକ ଜେନା ଜଣେ ଶାରୀରିକ ଅସମର୍ଥ, ଯାହାଙ୍କ ଆକାଉଂଟରେ ୫୦ ହଜାର ଟଙ୍କା ଉଠାଇନେଇଛନ୍ତି । ସୁବାସୀନି ସାହୁଙ୍କର ୧୫ ହଜାର, ନିରଞ୍ଜନ ଜେନାଙ୍କ ୪୦ ହଜାର, ମାନସ ରଞ୍ଜନ ପାଢ଼ୀଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆସିଥିବା ୪୦ ହଜାର, ରମାକାନ୍ତ ବେହେରାଙ୍କର ୨୦ ହଜାର ଟଙ୍କା ଉଠାଇନେଇଥିବା ଥାନା ରେ ଅଭି ଯୋଗ କରିଚନ୍ତି । ଏହିଭଳି ୩୦ ଲକ୍ଷ ଟଙ୍କା ପାଖାପାଖି ଠକି ଥିବା ଅଭିଯୋଗ କରିଛନ୍ତି । ଗୋବିନ୍ଦପୁର ଗ୍ରାମର ସତ୍ୟବ୍ରତ ନାଥ ଦୀର୍ଘବର୍ଷ ହେଲା ଧୁଷୁରୀ ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ଏଠାରେ ସିଏସପି ଶାଖା କରିଥିଲେ । ୫ ରୁ ୬ ବର୍ଷ ହେବ ଗ୍ରାହକ ମାନେ ଏହି ସିଏସପି ରେ ଖାତା ଖୋଲି ଟଙ୍କା ଦେଣ ନେଣ କରୁଥିଲେ । ଏହାରି ଭିତରେ ଚଂଚକତା କରି ସତ୍ୟବ୍ରତ ଗ୍ରାହକଙ୍କ ଟଙ୍କା ଉଠାଇ ନିଅନ୍ତି । ଏଭଳି ୫୦ ରୁ ୬୦ ଗ୍ରାହକ ଠକାମିର ସ୍ୱୀକାର ହୋଇଛନ୍ତି । ଘଟଣା ଜଣାପଡିବା ପରେ ପ୍ରାୟ ୮ ମାସ ହେଲା ସିଏସପିର ମାଲିକ ଫେରାର ହୋଇଛନ୍ତି । ଏନେଇ ଗୌରୀ ମହାପାତ୍ର, ଝରଣା ଦାସ, ସୁବାସୀନି ସାହୁ, ମନୋରଞ୍ଜନ ପାଢୀ, ସୁକାନ୍ତି ବେହେରା, ସୁଦାମ ଯେନା, ସଂଯୁକ୍ତା ନାଥ, କାଂଚନ ନାୟକ, ଅନିତା ରାଉତ ପ୍ରମୁଖ ରବିବାର ଧାମନଗର ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ମିଳିବା ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଏବେ ସ୍ୱାମୀ ସ୍ତ୍ରୀ ଫେରାର ଥିବା ବେଳେ ଗ୍ରାହକ ମାନେ ଉକ୍ତ ଶାଖା କୁ ଚାବି ପକାଇ ଦେଇଛନ୍ତି ।

 ଦାରିଙ୍ଗବାଡ଼ି,୨୯ା୯ ସରକାରଙ୍କ ବିଭିନ୍ନ ଯୋଜନାରେ ଉନ୍ନୟନ କାର୍ଯ୍ୟ କରାଯାଉଛି। ବ୍ୟକ୍ତିଗତ ସ୍ତରରେ ଗରିବ ଶ୍ରେଣୀର ଲୋକଙ୍କୁ କଚ୍ଚା ଘରରୁ ପକ୍କା ଘର ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ଆବାସ...

 ୱାଶିଂଟନ: ଜଣେ ଭଲ ଜୀବନସାଥୀ ଖୋଜିବା ପାଇଁ ଲୋକେ ପ୍ରାୟତଃ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ, ବୈବାହିକ ୱେବ୍‌ସାଇଟ୍‌ କିମ୍ବା ଡେଟିଂ ଆପ୍ସଗୁଡ଼ିକୁ ବ୍ୟବହାର କରିଥାନ୍ତି। ନଚେତ୍‌...

 ଭୁବନେଶ୍ୱର,୨୯।୯: ରାଜ୍ୟ କ୍ୟାବିନେଟ ବୈଠକରେ ୪ଟି ପ୍ରସ୍ତାବ ଉପରେ ମୋହର ମାରିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୩ଟି ବିଭାଗର ୪ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର...

 ନୂଆଦିଲ୍ଲୀ,୨୯।୯: ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ବଡ଼ ଧରଣର ପ୍ରତିବାଦ ପ୍ରଦର୍ଶନ କରାଯାଉଛି। ସୋମବାର ପିଓକେର ଅନେକ ଅଞ୍ଚଳରେ ଆୱାମୀ ଆକ୍ସନ କମିଟି (ଏଏସି) ଆକ୍ରମଣ କରିଛି।...

ଭୁବନେଶ୍ୱର: ଶିକ୍ଷକ ଏବଂ ଶିକ୍ଷୟତ୍ରୀଙ୍କ ପରେ ଏବେ ଶିକ୍ଷା ବିଭାଗରେ ଥିବା ଅଧିକାରୀ ଓ କର୍ମଚାରୀ ପାଳି । ଆଗକୁ ଆଉ ଗୋଟିଏ ସ୍ଥାନରେ ୩ ବର୍ଷରୁ...

 ନୂଆଦିଲ୍ଲୀ,୨୮ା୯: ଝିଅମାନଙ୍କ ପାଇଁ ଏକ ଖୁସି ଖବର ଆଣିଛନ୍ତି। ଦିଲ୍ଲୀ ସରକାର ଘୋଷଣା କରିଛନ୍ତି ଯେ, ‘ଲାଡଲି ଯୋଜନାର’ ପ୍ରାୟ ୪୦୦୦୦ ହିତାଧିକାରୀ ଅକ୍ଟୋବର ୧ରେ ଆକାଉଣ୍ଟକୁ...

error: Content is protected !!