ଭଦ୍ରକ, ୨୮ା୯ – ଭଦ୍ରକ ଜିଲା ଧାମନଗର ପୋଲିସର ବେଆଇନି ବାଣ ଦୋକାନ ଉପରେ ଚଡ଼ଉ କରି ବିପୁଳ ପରିମାଣରେ ବାଣ ଜବତ କରିଛନ୍ତି । ଏଥିରେ ସଂପୃକ୍ତ ୩ ଜଣ ସ୍ଥାନୀୟ ଗ୍ରାମର ବାଣ ବେପାରୀ ମଦନ ମୋହନ ରଣା, ମନୋରଞ୍ଜନ ରଣା ଓ ଗୌରାଙ୍ଗ ଚନ୍ଦ୍ର ରଣା ଙ୍କୁ ପୋଲିସ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି । ପ୍ରକାଶ ଥାଉକି ଧାମନଗର ଥାନା ଦେହୁଡି ଆନ୍ଦପୁର ପଂଚାୟତ ଉତେଇପୁର ଗ୍ରାମରେ ବେଆଇନ ବାଣ ତିଆରି ଚାଲିଥିଲା । ସୁଚନା ପାଇ ଧାମନଗର ପୋଲିସ ଶନିବାର ଚଡାଉ କରିଥିଲା । ଗୋଟେ ପିକପ ଗାଡିରେ ହାତ ତିଆରି ବାଣ ଜବତ କରିଥିବା ବେଳେ ପୋଲିସ ୩ ଜଣଙ୍କୁ ଥାନାକୁ ଆଣିଥିଲା । ଥାନା ଅଧିକାରୀ ରଞ୍ଜନ ସେଠୀଙ୍କ ନିର୍ଦ୍ଦେଶ କ୍ରମେ ଚଡ଼ାଉରେ ଏସଆଇ ରସ୍ମିତା ମଲ୍ଲିକ ଓ ପ୍ରଦୀପ ନାୟକ, ଏଏସଆଇ ଲରେନ୍ସ ଖୁଜୁରୁ, ସୁଜିତ୍ ରାଉତ ଓ ନରେନ୍ଦ୍ର ରାଉତ ସମେତ ଅନ୍ୟମାନେ ସାମିଲ ଥିଲେ ।

More Stories
ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!
WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…
ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…