September 11, 2026

Now Odisha

Now Odisha

ବିଦ୍ୟାଳୟ ଗେଟ୍‌ରେ ତାଲା, ଅଭିଭାବକଙ୍କ ଧାରଣା।

Spread the love

ବିଦ୍ୟାଳୟ ଅଛି, ପିଲା ଅଛନ୍ତି… ହେଲେ ନାହାନ୍ତି ପର୍ଯ୍ୟାପ୍ତ ଶିକ୍ଷକ, ନାହିଁ ପିଇବା ପାଣିର ବ୍ୟବସ୍ଥା। ଏଭଳି ସମସ୍ୟାକୁ ନେଇ ଶେଷରେ ବିଦ୍ୟାଳୟ ଗେଟ୍‌ରେ ତାଲା ପକାଇ ଧାରଣାରେ ବସିଲେ ଅଭିଭାବକ। ଏଭଳି ଅଭାବନୀୟ ଚିତ୍ର ଆସିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଲକ୍ଷ୍ମୀଦାସପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କ୍ଷେମପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରୁ।
ଶିକ୍ଷାର ମନ୍ଦିରରେ ତାଲା…
ସମସ୍ୟା ସମାଧାନ ପାଇଁ ଅଭିଭାବକଙ୍କ ଧାରଣା.ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଲକ୍ଷ୍ମୀଦାସପୁର ଗ୍ରାମ ପଞ୍ଚାୟତର କ୍ଷେମପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ପ୍ରତିବାଦର ଚିତ୍ର।ଅଭିଭାବକଙ୍କ ଅଭିଯୋଗ ଅନୁସାରେ, ବିଦ୍ୟାଳୟରେ ଦୀର୍ଘଦିନ ଧରି ଶିକ୍ଷକ ଅଭାବ ରହିଛି। ଏନେଇ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ହୋଇନାହିଁ।କେବଳ ଶିକ୍ଷକ ଅଭାବ ନୁହେଁ…ବିଦ୍ୟାଳୟରେ ପାଣି ସମସ୍ୟା ମଧ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ସମସ୍ୟା ପାଲଟିଛି।ବିଦ୍ୟାଳୟରେ ଥିବା ଏକମାତ୍ର ନଳକୂପରୁ ଲୁଣିଆ ପାଣି ବାହାରୁଥିବା ଅଭିଯୋଗ ହୋଇଛି। ଫଳରେ ପିଇବା ପାଣି ପାଇଁ ଛାତ୍ରଛାତ୍ରୀଙ୍କୁ ଘରୁ ପାଣି ଆଣିବାକୁ ପଡ଼ୁଛି।ସେପଟେ, ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ରୋଷେଇ ପାଇଁ ରୋଷେୟାଙ୍କୁ ପ୍ରାୟ ଏକ କିଲୋମିଟର ଦୂରକୁ ଯାଇ ପାଣି ଆଣିବାକୁ ପଡ଼ୁଥିବା ଅଭିଯୋଗ ହୋଇଛି।ପିଲାଙ୍କ ହାତରେ ବହି ଓ ଖାତା ରହିବା କଥା…
ହେଲେ ପିଇବା ପାଣି ପାଇଁ ଘରୁ ବୋହି ଆଣୁଛନ୍ତି ପାଣି।ବାରମ୍ବାର ଅଭିଯୋଗ ସତ୍ତ୍ୱେ ସମସ୍ୟାର ସମାଧାନ ନହେବାରୁ ଅସନ୍ତୋଷ ତେଜିଛି। ଶେଷରେ ଅଭିଭାବକମାନେ ବିଦ୍ୟାଳୟ ଗେଟ୍‌ରେ ତାଲା ପକାଇ ଧାରଣାରେ ବସିଛନ୍ତି।ଅଭିଭାବକଙ୍କ ଦାବି—ବିଦ୍ୟାଳୟରେ ତୁରନ୍ତ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଯୁକ୍ତି ସହ ପିଇବା ପାଣିର ସ୍ଥାୟୀ ବ୍ୟବସ୍ଥା କରାଯାଉ
ଏବେ ପ୍ରଶ୍ନ ଉଠୁଛି—ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ପିଲାଙ୍କ ପାଇଁ ଯଦି ସ୍ୱଚ୍ଛ ପିଇବା ପାଣି ଓ ପର୍ଯ୍ୟାପ୍ତ ଶିକ୍ଷକ ଭଳି ମୌଳିକ ସୁବିଧା ନଥାଏ, ତେବେ ଗୁଣାତ୍ମକ ଶିକ୍ଷା କେମିତି ସମ୍ଭବ?ଅଭିଭାବକଙ୍କ ଧାରଣା ପରେ ବିଭାଗୀୟ ଅଧିକାରୀ କେବେ ଏହି ସମସ୍ୟାର ସମାଧାନ କରୁଛନ୍ତି, ଏବେ ତାହାକୁ ଅପେକ୍ଷା।

error: Content is protected !!