ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ ତଥା ୪୮ ପାଟର ଇଷ୍ଟଦେବୀ ମା’ ପାଟଣେଶ୍ୱରୀଙ୍କ ମନ୍ଦିରରେ ନୂଆଁଖାଇ ପାଇଁ ନୂଆ ଧାନ ପହଞ୍ଚିଛି।
ଲୁଇସିଂହା ବ୍ଲକ ସାଲେଭଟା ଗାଁରେ ଥିବା ଦେବୀଙ୍କ ଚାଷଜମିରୁ ନୂଆ ଧାନ ଓ ପାହାର ଅଣାଯାଇ ପ୍ରଥମେ ବଲାଙ୍ଗୀର ସହରସ୍ଥିତ ଲୋକନାଥ ମନ୍ଦିରରେ ପହଞ୍ଚାଯାଇଥିଲା। ସେଠାରୁ ଏକ ଶୋଭାଯାତ୍ରାରେ ଏସବୁ ସାମଗ୍ରୀ ପାଟଣେଶ୍ୱରୀ ମନ୍ଦିରକୁ ଅଣାଯାଇଥିଲା।
ମନ୍ଦିର ପୂଜକ ଅଭିଳାଷ ଦିସ୍ରୀ ବେଦମନ୍ତ୍ର ଉଚ୍ଚାରଣ ସହ ସମସ୍ତ ପୂଜା ସାମଗ୍ରୀକୁ ଆନୁଷ୍ଠାନିକ ଭାବେ ଗ୍ରହଣ କରିଥିଲେ। ନୂଆଁଖାଇ ଅବସରରେ ନୀତିନିର୍ଘଣ୍ଟ ଅନୁସାରେ ନିର୍ଦ୍ଧାରିତ ଲଗ୍ନରେ ମା’ ପାଟଣେଶ୍ୱରୀଙ୍କୁ ପ୍ରଥମେ ନବାନ୍ନ ଅର୍ପଣ କରାଯିବ।
ଏହି ଅବସରରେ ଦେବାଳୟ ଓ ଐତିହ୍ୟ ସୁରକ୍ଷା କମିଟି ପକ୍ଷରୁ ଭକ୍ତମାନଙ୍କ ପାଇଁ ନବାନ୍ନ ବଣ୍ଟନ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା କୁହାଯାଇଛି। ମନ୍ଦିରର ଦେବାଳୟ ଓ ଐତିହ୍ୟ ସୁରକ୍ଷା କମିଟି ସହ ସାଲେଭଟା ଗ୍ରାମର ମନ୍ଦିର କମିଟିର ସଦସ୍ୟମାନେ ଏଥିରେ ସାମିଲ ହୋଇଥିଲେ। ସେମାନେ ବିଭିନ୍ନ ପୂଜା ସାମଗ୍ରୀ ସହ ନୂଆ ଧାନ ଓ ପାହାର ମନ୍ଦିରରେ ଅର୍ପଣ କରିଥିଲେ।

More Stories
ଗ୍ରାମ ସଭାପତିଙ୍କୁ ହତ୍ୟା ମାମଲା
ଦିନ ଦ୍ୱିପ୍ରହରରେ ବିଚ୍ ରାସ୍ତାରେ ସ୍ତ୍ରୀଙ୍କ ବେକ କାଟି ହତ୍ୟା କଲେ ସ୍ବାମୀ
ଛାତ୍ରଙ୍କୁ ହୋଟେଲକୁ ଡାକି ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ ଅଧ୍ୟକ୍ଷ, ମେସେଜ୍ କରି ପରିବାର ଲୋକଙ୍କୁ ଜଣାଇବାରୁ…