ପୋଖରୀ ଗାଁ ରେ ବସୁଧା ଯୋଜନା ବିଫଳ, ପିଇବା ପାଣି ଟୋପେ ଲୋକଙ୍କୁ ମିଳୁ ନାହିଁ


କଟକ:(ବିନୋଦ କୁମାର ଭୋଇ):- କଟକ ଜିଲ୍ଲା ନିଆଳି ବ୍ଲକ ଅନ୍ତର୍ଗତ ପୋଖରୀଗାଁ ଗ୍ରାମ୍ୟ ପଞ୍ଚାୟତ ଅଧିନ ପୋଖରୀଗାଁ ରେ ବସୁଧା ନାମକୁ ମାତ୍ର ନିର୍ମାଣ ହୋଇଅଛି ଏହା ଲୋକଙ୍କ ସେବାରେ ଆସୁ ନାହିଁ। ଲୋକେ ପିଇବା ପାଣି ଟୋପେ ପାଉନାହାଁନ୍ତି। ଖବର ନେବାରେ ଜଣାପଡିଛି ଯେ ୧ କୋଟି ୫୯ ଲକ୍ଷ ୯୯ ହାଜର ଟଙ୍କା ବ୍ୟୟରେ ଏକ ବଡ ଓଭର ହେଲ୍ ଟାଙ୍କି ଆଜିକୁ ୪/୫ ବର୍ଷ ତଳେ ନିର୍ମାଣ ହୋଇଥିଲେ ମଧ୍ୟ ପାଣି ଟୋପେ ଲୋକଙ୍କୁ ମିଳୁ ନାହିଁ । ପୋଖରିଗାଁ ଗ୍ରାମ ବାସୀଙ୍କ ପାଇଁ ପାନୀୟ ଜଳ ସମସ୍ୟା ଯୋଗୁଁ ଲୋକେ ନାହିଁ ନ ଥିବାର ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଆଉ ମଧ୍ୟ ଗାଁରେ ନିର୍ମାଣ ହୋଇଥିବାଏହି ଟାଙ୍କିଟି ନିମ୍ନ ମାନର କାର୍ଯ୍ୟ ହୋଇଥିବା ଯୋଗୁଁ ସେଥିରେ ଫାଟ ସୃଷ୍ଟି କରିଛି , କେତେବେଳେ ଯେ ଏହା ଭୁଷୁଡି ପଡ଼ିବ କେହି କହିପାରିବେ ନାହିଁ ।ଏହି ବସୁଧା ଯୋଜନା ନିର୍ମାଣ ଲାଗି ସରକାରଙ୍କ ପକ୍ଷରୁ ୧ କୋଟି ୫୯ ଲକ୍ଷ ୯୯ ହଜାର ଟଙ୍କା ବ୍ୟୟରେ ଏକ ବଡ ଓଭର ହେଲ ଟାଙ୍କି ନିର୍ମାଣ ହୋଇ ଥିଲେ ମଧ୍ୟ ସେଥିରୁ ପାଣି ଟୋପେ ଲୋକେ ପାଉ ନାହାନ୍ତି। ବସୁଧା ଯୋଜନାର ପିଇବା ପାଣି ଲାଗି ପୋଖରୀଗାଁ, ଗଣ୍ଡକୁଳ, ଦେଉଳିଢିଅ,ବାଲିକୁଦ, ରାଣୀପଡ଼ା, ମଠସାହି, ବିଲ ସାହି ଭଳି ଅନେକ ଜାଗା କୁ ପାଇପ ପଡ଼ିଥିବା ବେଳେ ରାସ୍ତା କାମ ବେଳେ ପାଇପ୍ ସବୁ ଫାଟି ଯାଇଛି । ଏ ସମ୍ପର୍କ ଗ୍ରାମର ଜନସାଧାରଣ ପକ୍ଷରୁ ବିଭାଗୀୟ ଅଧିକାରୀ ଙ୍କ ଠାରେ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ କେହି ଶୁଣନ୍ତି ନାହିଁ ବୋଲି ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ।ସରକାର୍ ବସୁଧା ଯୋଜନା ର ସଫଳତାର ପ୍ରଚାର ଜୋରଦାର କରୁଥିବା ବେଳେ ଏଠାରେ ତାହା ଏକ ପ୍ରହସନରେ ପରିଣତ ହୋଇଛି। ଏହି ବସୁଧା ଯୋଜନା ନିର୍ମାଣ କେବଳ ଠିକାଦାର ଏବଂ ବିଭାଗୀୟ ଅଧିକାରୀ ମଧ୍ୟରେ ମଧୁ ଚନ୍ଦ୍ରିକା ରେ ଏଭଳି କାମ ହେଉଛି ବୋଲି ଅଭିଯୋଗ ହୋଇଛି । ଆଉ ବଡ କଥା ହେଉଛି ଏହି କାମ ର କାର୍ଯ୍ୟ ଆରମ୍ଭ ସମୟ ନାହିଁ କି ଶେଷ ସମୟ ନାହିଁ ଏ ନେଇ ପୋଖରୀଗାଁ ଗ୍ରାମ୍ୟ ପଞ୍ଚାୟତ ର ଯୁବ ଗୋଷ୍ଠୀ ବୟସ୍କ ବ୍ୟକ୍ତି ମାନେ ଦୁଃଖ ପ୍ରକାଶ କରିଛନ୍ତି ଏ ନେଇ ନିଆଳି ଅଞ୍ଚଳର ସମାଜସେବୀ ଆଦେଶ ବସ୍ତିଆ ବାରମ୍ବାର ୱେବ୍ ରେ ଥିବା ଟୋଲ୍ ଫ୍ରୀ ଅଫିସ୍ କୁ କଲ୍ କରିଲେ ମଧ୍ୟ କିଛି ନ ଶୁଣିଲା ପରି,ଲେଖିକି ଦିଅନ୍ତୁ ଆମେ ଜାଣି ନାହିଁ ଅନେକ କଥା ଶୁଣିବାକୁ ପଡ଼ିଛି ବୋଲି ପୋଖରୀଗାଁ ର ଆଦେଶ ବସ୍ତିଆ, ହେମନ୍ତ କୁମାର ଭୋଇ, ବିପନ ଭୋଇ, ପ୍ରଫୁଲ୍ଲ ରାଉତ, ଅଭିଷେକ ନାୟକ, ନିଗମାନନ୍ଧ ବସ୍ତିଆ, ରଞ୍ଜନ ନାୟକ, ଗୁରିଆ ସ୍ୱାଇଁ, ମଙ୍ଗୁ ଦାସ, ଗୌତମ ମହାରଣା ଆଦି ଭଳି ଅନେକ ଲୋକ ଦାବି କରିଛନ୍ତି । ସରକାର ତଥା ଜିଲ୍ଲାପାଳ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ଗ୍ରାମ ବାସିମାନେ ଦାବୀ କରିଛନ୍ତି ।


error: Content is protected !!