September 21, 2026

Now Odisha

Now Odisha

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬

Spread the love

ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ଆୟୋଜିତ ବୈଠକରେ ବରଗଡ଼ ଅତିରିକ୍ତ ଜିଲାପାଳ ତଥା ଅତିରିକ୍ତ ଜିଲା ନିର୍ବାଚନ ଅଧିକାରୀ ମହେନ୍ଦ୍ର ମହାପାତ୍ର ଚୂଡ଼ାନ୍ତ ଭୋଟର ତାଲିକା ଉନ୍ମୋଚନ କରିଥିଲେ। ବୈଠକରେ ଅତିରିକ୍ତ ଜିଲାପାଳ (ସାଧାରଣ) ମଧୁଛନ୍ଦା ସାହୁ, ଡେପୁଟି କଲେକ୍ଟର ସୂର୍ଯ୍ୟମଣି ଭୋଇ, ଏଚଆରଏମଏସ ସଂଯୋଜକ ଶ୍ରୀକାନ୍ତ ତ୍ରିପାଠୀଙ୍କ ସମେତ ଭାରତୀୟ ଜାତୀୟ କଂଗ୍ରେସ, ଆମ ଆଦ୍ମୀ ପାର୍ଟି, ଭାରତୀୟ ଜନତା ପାର୍ଟି, ବିଜୁ ଜନତା ଦଳ ଆଦି ରାଜନୈତିକ ଦଳର ପ୍ରତିନିଧିମାନେ ଉପସ୍ଥିତ ରହି ଏହି ଭୋଟର ତାଲିକା ସମ୍ପର୍କରେ ନିଜ ନିଜର ମତାମତ ରଖିଥିଲେ ।
ବରଗଡ଼ ଜିଲାର ସମୁଦାୟ ୫ଟି ନିର୍ବାଚନ ମଣ୍ଡଳୀରେ ମୋଟ ୧୬୭୦ ଭୋଟଦାନ କେନ୍ଦ୍ର ଥିବାବେଳେ ୧୧ଲକ୍ଷ ୧୧ହଜାର ୯୪୨ଜଣ ଭୋଟର ରହିଛନ୍ତି । ତନ୍ମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୫ଲକ୍ଷ ୬୪ହଜାର ୬୬୬ ହୋଇଥିବାବେଳେ ମହିଳା ଭୋଟରଙ୍କର ସଂଖ୍ୟା ୫ଲକ୍ଷ ୪୭ହଜାର ୨୪୭ ଅଟେ। ଅନ୍ୟମାନେ ତୃତୀୟ ଲିଙ୍ଗ ଭୋଟର ଅଟନ୍ତି । ଗତ ଜୁଲାଇ ମାସ ୫ତାରିଖ ପ୍ରକାଶିତ ଚିଠା ଭୋଟର ତାଲିକା ତୁଳନାରେ ଚୂଡ଼ାନ୍ତ ଭୋଟର ତାଲିକାରେ ଭୋଟରଙ୍କ ସଂଖ୍ୟା ୫୦୬୬ ବୃଦ୍ଧି ପାଇଥିବା ସୂଚନା ଦିଆଯାଇଛି।
ପ୍ରକାଶଥାଉକି, ଚିଠା ତାଲିକାରେ ମୋଟ ଭୋଟରଙ୍କ ସଂଖ୍ୟା ୧୧ଲକ୍ଷ ୬ହଜାର ୮୭୬ ରହିଥିଲା। ଯେକୌଣସି ବ୍ୟକ୍ତି ନିଜ ନାମ କିମ୍ବା କୌଣସି ସମ୍ପର୍କୀୟଙ୍କ ନାମ ଭୋଟର ତାଲିକାରେ ଯାଞ୍ଚ କରିବା ପାଇଁ ଚାହିଁଲେ ନିମ୍ନୋକ୍ତ ମାଧ୍ୟମରେ କରିପାରିବେ ବୋଲି ବୈଠକରେ ସୂଚନା ଦିଆଯାଇଥିଲା।

error: Content is protected !!