September 22, 2026

Now Odisha

Now Odisha

ନୂଆପଡ଼ାରେ ଲଜ୍ଜା, ନାବାଳିକାଙ୍କୁ ଟେକି ନେଇ ବଳାତ୍କାର

Spread the love

ନୂଆପଡ଼ା ଜିଲା ବେଲଟୁକୁରି ଥାନା ଅଞ୍ଚଳରେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ମଙ୍ଗଳବାର ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଭାଲେଶ୍ୱର ପଞ୍ଚାୟତ ଟମକିଦାଦର ଗାଁର ଅଜୟ ସତନାମୀ(୨୩)।। ସୂଚନା ଅନୁଯାୟୀ, ସୋମବାର ସନ୍ଧ୍ୟା ପ୍ରାୟ ସାଢେ ୭ଟାରେ ୧୪ବର୍ଷୀୟା ନାବାଳିକା ଏକ କିରାନା ଦୋକାନରୁ ସାମଗ୍ରୀ କିଣି ଫେରିବା ବେଳେ ରାସ୍ତାରୁ ଅଜୟ ତାଙ୍କୁ ଟେକିନେଇ ସ୍କୁଲ ପଛପଟେ ଜୋର ଜବରଦସ୍ତ ବଳାତ୍କାର କରିଥିଲେ।

ରାତି ପ୍ରାୟ ୧୦ଟା ପର୍ଯ୍ୟନ୍ତ ନାବାଳିକା ଘରକୁ ନ ଫରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ମିଳି ନ ଥିଲା। ରାତି ପ୍ରାୟ ୧୧ଟା ସମୟରେ ନାବାଳିକା ଫେରିବା ପରେ ପରିବାର ଲୋକେ ସନ୍ଦେହ କରି ପଚରାଉଚରା କରିଥିଲେ। ପ୍ରଥମେ ନାବାଳିକା ଭୟରେ କିଛି କହି ନ ଥିଲେ ମଧ୍ୟ ପରେ ଅଜୟ ତାଙ୍କୁ ଅସଦାଚରଣ କରିଥିବା କହିଥିଲେ। ଏ ନେଇ ପରିବାର ଲୋକେ ବେଲଟୁକୁରି ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା (ନଂ.୧୧୬/୨୬) ରୁଜୁକରି ଟମକିଦାଦର ଗାଁକୁ ଯାଇ ଅଜୟଙ୍କୁ ଗିରଫ କରିଛି। ଅଜୟ ବିବାହିତ ଓ ତାଙ୍କର ଏକ ୪ ମାସର ଶିଶୁପୁତ୍ର ରହିଛି। ମଙ୍ଗଳବାର ଉଭୟ ନାବାଳିକା ଓ ଅଜୟଙ୍କ ଡାକ୍ତରୀ ମାଇନା କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ରଞ୍ଜନ କୁମାର ନାୟକ ସୂଚନା ଦେଇଛନ୍ତି ।

error: Content is protected !!