October 1, 2026

Now Odisha

Now Odisha

ପାରିବାରିକ କଳହ: ବାପାଙ୍କ ତଣ୍ଟି କାଟିଲେ ପୁଅ

Spread the love

 ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡି ପେଣ୍ଡିଲି ଗ୍ରାମରେ ଗୁରୁବାର ଭୋରୁ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା। ପାରିବାରିକ କଳହକୁ କେନ୍ଦ୍ର କରି ଏକ ବ୍ଲେଡରେ ବାପାର ତଣ୍ଟି କାଟିଦେଇଥିଲେ ପୁଅ କାମ୍ପୁ ବାତ୍ରା।ବାପା ଦୟାଶୀଳ ବାତ୍ରା (୬୫) ଘରେ ଶୋଇଥିବା ଥିବା ବେଳେ ଭୋରୁ ପ୍ରାୟ ୩ ଟା ରୁ ୪ ଟା ମଧ୍ୟରେ ନିଜ ପୁଅ ତାଙ୍କ ତଣ୍ଟି କାଟିଦେଇଥିଲେ। ସକାଳୁ ଏହି ଖବର ଗାଁ ରେ ପ୍ରସାରିତ ପରେ ପରେ ନିଜ ଜ୍ୱାଇଁ ଲବ ପାଲାକା ଓ ସମ୍ପର୍କୀୟ ଗୁଡାରି ସ୍ବାସ୍ଥ୍ୟ କେନ୍ଦ୍ରକୁ ଆମ୍ବୁଲାନ୍ସ ସାହାଯ୍ୟରେ ଆଣିଥିଲେ। କୌଣସି ସୂତ୍ରରୁ ଖବର ପାଇ ଥାନା ଅଧିକାରୀ ବିଶ୍ୱ ବନ୍ଦିନୀ ବାଗ ମେଡ଼ିକାଲରେ ପହଞ୍ଚିି ଆହତ ଦୟାଶୀଳଙ୍କୁ ନିଜ ହାତରେ ଟେକି ନେଇ ଚିକିତ୍ସା କରାଇଥିଲେ। ଆହତ ବ୍ୟକ୍ତିଙ୍କ ତଣ୍ଟିରେ ୭ଟଇ ଷ୍ଟିଚ ହେବା ପରେ ରକ୍ତସ୍ରାବ ବନ୍ଦ ହୋଇଥିଲା। ପ୍ରାଥମିକ ଚିକତ୍ସା ପରେ ତାଙ୍କୁ ରାୟଗଡା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି l ରାୟଗଡା ଯିବା ସମୟରେ ସେମାନଙ୍କ ପାଖରେ କିଛି ପଇସା ନ ଥିବା କହିବାରୁ ଥାନା ଅଧିକାରୀ ନିଜ ହାତରୁ କିଛି ଟଙ୍କା ଦେଇ ମେଡିକାଲ ପଠାଇଥିଲେ l ଥାନା ଅଧିକାରୀଙ୍କ ଏହି ମାନବିକତାକୁ ସାଧାରଣରେ ପ୍ରଶଂସା କରାଯାଇଛି। ଅଭିଯୁକ୍ତ ପୁଅକୁ ଗୁଡାରି ଥାନାରେ ଅଟକ ରଖାଯାଇ ତଦନ୍ତ କରାଯାଉଥିବା ସୂଚନା ମିଳିଛି।

error: Content is protected !!