ଗଞ୍ଜାମ ଜିଲା ପାଟପୁର ପୋଲିସ ସୋମବାର ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଗଜପତି ଜିଲା ଅଡବା ଥାନା ଭାଲିଆଗୁଡା ଗ୍ରାମର ଦିଲ୍ଲୀପ ରଇତ, ମୋହନା ଥାନା ଖଜୁରିଆପଦା ଗ୍ରାମର ଦୁତିୟା ମଣ୍ଡଳ ଏବଂ ପିଟର ଶବରଙ୍କୁ ବ୍ରହ୍ମପୁର ଜିଲା ଦୌରା ଜଜ କୋର୍ଟଚାଲାଣ କରିଛନ୍ତି। ଥାନା ମାମଲା ନଂ.୩୪୦/୨୬ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ୩ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି।
ସୋମବାର ଭୋରରୁ ପାଟପୁର ଥାନା ଏସ.ଆଇ ଏସ.କେ. ଇମାଦାର ତରଫଦାର, ପୋଡ଼ାମାରି ଫାଣ୍ଡି ଅଧିକାରୀ ପ୍ରଭାତ କୁମାର ବାଲିକାନା ଏବଂ ଏଏସଆଇ ଅଜିତ ବେହେରା ସଦଳବଳେ ତପ୍ତପାଣି, ଟି.ଗୋବିନ୍ଦପୁର, ପୋଡ଼ାମାରି ଇଲାକାରେ ପାଟ୍ରୋଲିଂ କରୁଥିବା ବେଳେ ସକାଳ ପ୍ରାୟ ସାଢ଼େ ୬ ଟାରେ ଗଜପତି ଜିଲା ମୋହନାରୁ ବ୍ରହ୍ମପୁର ଅଭିମୁଖେ ଦ୍ରୁତ ଗତିରେ ଆସୁଥିବା ଏକ ବୋଲେରୋ ଗାଡ଼ି ପୋଡ଼ାମାରି ପୋଲିସ ଫାଣ୍ଡି ନିକଟରେ ଅଟକାଇ ଖାନ ତଲାସି କରିଥିଲେ। ଗାଡିରେ ୫ ଟି ଜରି ବସ୍ତାରେ ଗଞ୍ଜେଇ ଥିବା ଜଣାପଡିବା ପରେ ପୋଲିସ ଗାଡ଼ି ଜବତ କରି ୩ ଅଭିଯୁକ୍ତଙ୍କୁ ଅଟକ ରଖିଥିଲେ। ପରେ ସାନଖେମୁଣ୍ଡି ଅତିରିକ୍ତ ତହସିଲଦାର ଦିଲ୍ଲୀପ ଜେନା, ରାଜସ୍ବ ନୀରିକ୍ଷୀକା ବନିତା ପ୍ରଧାନ ଏବଂ ସ୍ଥାନୀୟ ସାକ୍ଷ୍ୟ ମାନଙ୍କ ଉପସ୍ଥିତିରେ ଗଞ୍ଜେଇକୁ ଓଜନ କରାଯିବା ରେ ୧୭୦ କେଜି ହୋଇଥିଲା। ବୋଲେରୋ ଗାଡ଼ି ସହ ୩ ଅଭିଯୁକ୍ତଙ୍କୁ ଥାନାକୁ ଅଣାଯାଇଥିଲା।
ଏନେଇ ଥାନା ଏସଆଇ ଏସ.କେ. ଇମାଦାର ତରଫଦାର ଏତଲା ଦେବା ପରେ ଆଇଆଇସି ଦୀପ୍ତି ରଞ୍ଜନ ବେହେରା ଅଭିଯୁକ୍ତମାନଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ। ତଦନ୍ତକାରୀ ଅଧିକାରୀ ଆଇଆଇସିଙ୍କ ସୂଚନା ପ୍ରକାରେ ରୀତିମତ ଗଜପତି ଜିଲାର ବିଭିନ୍ନ ଗ୍ରାମାଞ୍ଚଳ ମାନଙ୍କରୁ ଗଞ୍ଜେଇ ବ୍ରହ୍ମପୁର ଅଭିମୁଖେ ଚାଲାଣ ହେଉଛି। ପାଟପୁର ଥାନା ପକ୍ଷରୁ ଏକ ସ୍ବତନ୍ତ୍ର ଟାସ୍କ ଫୋର୍ସ ଗଠନ କରାଯାଇ ଗଞ୍ଜେଇ, ମଦ ଚୋରା ଚାଲାଣ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା କହିଛନ୍ତି।
More Stories
ବର୍ଷା କ୍ଷତିଗ୍ରସ୍ତ ଚାଷୀଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ସମବେଦନା, ଦୁର୍ଗାପୂଜା ମଣ୍ଡପ ପରିଦର୍ଶନରୁ ଦୂରେଇ ରହିଲେ |
ଅକ୍ଟୋବର ୨୦ରୁ ୪ଟି ମେମୁ ଟ୍ରେନ୍ ସେବା ବାତିଲ୍ କଲା ପୂର୍ବତଟ ରେଳପଥ (ECoR)
ଓଡ଼ିଆ ପୁଅଙ୍କୁ ବଡ଼ ଦାୟିତ୍ୱ ଦେଲା BCCI: ପ୍ରଜ୍ଞାନ ଓଝା ହେଲେ ଟିମଇଣ୍ଡିଆର ନୂଆ ମୁଖ୍ୟ ଚୟନକର୍ତ୍ତା