କଟକ: କଟକରେ ଦଶହରା ମାହୋଲ ଚାଲିଥିବା ବେଳେ ପ୍ରବଳ ବର୍ଷା ପୂଜାକୁ ଫିକା କରିଦେଇଛି। ପ୍ରବଳ ବର୍ଷା ଯୋଗୁଁ କଲେଜ ଛକରେ ଥିବା ଲାଇଟ୍ ଗେଟ୍ ଭୁଶୁଡି ପଡିଛି। ବର୍ଷା ଯୋଗୁଁ କେହି ନଥିବାରୁ କାହାରି କିଛି କ୍ଷତି ହୋଇନଥିବା ସୂଚନା ମିଳିଛି। ଆଖାପାଖ ଅଞ୍ଚଳରେ ବିଦ୍ୟୁତ୍ କାଟ କରାଯାଇ ରାସ୍ତା ସଫା କରାଯାଉଛି।
ସେପଟେ କଟକ ରାଜାବଗିଚାରେ ପୂଜା ମଣ୍ଡପର ତାଜା ଭାଙ୍ଗିଯାଇଛି। ଏଥିରେ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି। ସର୍ବୋଦୟପୁର ପୂଜା କମିଟି ପକ୍ଷରୁ ପୂଜା ଚାଲିଥିବାବେଳେ ଏଭଳି ଅଘଟଣ ଘଟିଛି। ଆହତ ୩ ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି।

More Stories
ତହସିଲ୍ଦାରଙ୍କରାଜଧାନୀରେ୨କୋଠା୭_ପ୍ଲଟ୍ |
୫୪ ବର୍ଷ ପରେ ପୁଣି ଚନ୍ଦ୍ରକୁ ଯିବ ମଣିଷ, ସାମ୍ନାକୁ ଆସିଲା ନାସାର ଆର୍ଟେମିସ୍-୨ ମିଶନର ଉତକ୍ଷେପଣ ତାରିଖ
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ |