–କଟକରେ ସ୍ଵାଭାବିକ ହୋଇଛି ଇଣ୍ଟରନେଟ ସେବା। ମଙ୍ଗଳବାର ସନ୍ଧ୍ୟା ୭ଟା ପରଠାରୁ ସହରରେ ଇଣ୍ଟରନେଟ ସେବା ଆରମ୍ଭ କରାଯାଇଛି। ସହରରେ ହିଂସାକୁ ଦୃଷ୍ଟିରେ ରଖି ଏହାକୁ ୪୮ ଘଣ୍ଟା ପାଇଁ ବନ୍ଦ କରିଦିଆଯାଇଥିଲା।
ସୂଚନା ଅନୁସାରେ, ଦଶହରା ଭସାଣ ଉତ୍ସବ ସମୟରେ ଦୁଇ ସାହି ମଧ୍ୟରେ ଗଣ୍ଡଗୋଳ ଘଟଣାକୁ ନେଇ ଗତ ରବିବାର କଟକରେ ବିଭିନ୍ନ ସଂଗଠନ ଶୋଭାଯାତ୍ରା କରିବା ସମୟରେ ହିଂସା ଘଟିଥିଲା। ଯାହାଫଳରେ ପୁଲିସକୁ ଲାଠିମାଡ଼ ସହିତ ଲୁହବୁହା ଗ୍ୟାସ ପ୍ରୟୋଗ କରିବାକୁ ପଡ଼ିଥିଲା। ସୋସିଆଲ ମିଡିଆରେ ଗୁଜବକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଥିବାରୁ ରବିବାର ସନ୍ଧ୍ୟା ୭ଟାରୁ ସହରରେ ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଥିଲା। ପ୍ରଥମେ ୨୪ ଘଣ୍ଟା ପାଇଁ କଟକଣା ଲାଗୁ ହୋଇଥିବାବେଳେ ସୋମବାର ସନ୍ଧ୍ୟା ୭ଟାରେ ପୁନର୍ବାର ଏହାକୁ ଆଉ ୨୪ ଘଣ୍ଟା ପାଇଁ ବୃଦ୍ଧି କରାଯାଇଥିଲା।

More Stories
ବାଣପୁର: ମଝିରୁ ଭୁଶୁଡିଲା ପୋଲ, ଅଳ୍ପକେ ବର୍ତ୍ତିଲେ ହାଇୱା ଗାଡ଼ି ଚାଳକ ଓ ହେଲପର
ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ପୂର୍ବତନ ସରପଞ୍ଚ ଶାଗୁ ମାଝୀ |
ହାଇଦ୍ରାବାଦର ନାମପଲ୍ଲିରେ ଭୟଙ୍କର ଅଗ୍ନିକାଣ୍ଡ, |