January 25, 2026

Now Odisha

Now Odisha

ସରକାରର ମୁଖ୍ୟ ଭାବେ ମୋଦୀଙ୍କ ୨୪ବର୍ଷ ପୂର୍ତ୍ତି…

Spread the love

ନୂଆଦିଲ୍ଲୀ: ସରକାରର ମୁଖ୍ୟ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ​‌େ​‌ମାଦୀ ୨୪ବର୍ଷ ପୂରଣ କରିଛନ୍ତି। ଶାସନ ମୁଖ୍ୟ ଭାବେ ୨୪ବର୍ଷ ପୂରଣ କରି ୨୫ବର୍ଷରେ ପଦାର୍ପଣ କରିଥିବାରୁ ମୋଦୀ ଦେଶବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି। ଶାସନ ମୁଖ୍ୟ ଭାବେ ନିଜର ୨୪ବର୍ଷର କ୍ୟାରିୟର ମଧ୍ୟରେ ମୋଦୀ ୧୩ବର୍ଷ ଗୁଜରାଟର ମୁଖ୍ୟମନ୍ତ୍ରୀ ଓ ୧୧ବର୍ଷ ଭାରତର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି। ୨୦୦୧ ଅକ୍ଟୋବର ୭ରେ ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ୨୦୧୪ ମେ ୨୨ରେ ସେ ଗୁଜରାଟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ୨୦୧୪ ମେ ୨୬ରେ ସେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ମୋଦୀଙ୍କ ନେତୃତ୍ବରେ ୨୦୧୪ ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନଡିଏ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା। ଏହା ପରେ ୨୦୧୯ ଓ ୨୦୨୪ ଲୋକସଭା ନିର୍ବାଚନରେ ମୋଦୀଙ୍କ ନେତୃତ୍ବରେ ଏନଡିଏ ସଫଳତା ପାଇ କେନ୍ଦ୍ରରେ ସରକାର ଗଠନ କରିଛି।

error: Content is protected !!