March 13, 2026

Now Odisha

Now Odisha

ହାଇଦରାବାଦରେ ଓଡ଼ିଆ ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା…

Spread the love

ଖଣ୍ଡଗିରି,: ହାଇଦରାବାଦରେ କାମ କରୁଥିବା ଜଣେ ଓଡ଼ିଆ ମହିଳାଙ୍କୁ ଦୁଷ୍କର୍ମ କରି ହତ୍ୟା କରାଯାଇଥିବା ଭରତପୁର ଥାନାରେ ଅଭିଯୋଗ ହୋଇଛି। ଉକ୍ତ ମହିଳା ଭରତପୁର ପାଣି ଟାଙ୍କି ନିକଟରେ ରହୁଥିଲେ। ମହିଳା ଓ ତାଙ୍କ ସ୍ବାମୀ ହାଇଦରାବାଦର ଏକ ଘରୋଇ କମ୍ପାନୀରେ କାମ କରନ୍ତି। ସ୍ବାମୀ ନଥିବାବେଳେ ତାଙ୍କ କମ୍ପାନୀର ଜଣେ ଦୁର୍ବୃତ୍ତ ଘରେ ପଶି ଦୁଷ୍କର୍ମ କରିବା ସହ ଶ୍ୱାସରୁଦ୍ଧ କରି ହତ୍ୟା କରିଥିବା ମହିଳାଙ୍କ ମା’ ଅଭିଯୋଗରେ ଦର୍ଶାଇଛନ୍ତି। ଏହାସହ ତାଙ୍କ ଝିଅର ମରଶରୀର କିପରି ଓଡ଼ିଶାକୁ ଆସିବ, ସେନେଇ ବ୍ୟବସ୍ଥା କରିବାକୁ ନିବେଦନ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ସ୍ବାମୀଙ୍କ ସହ ମହିଳା ୬ ମାସ ହେବ ହାଇଦରାବାଦରେ ରହୁଥିଲେ। ସ୍ବାମୀ ଓ ସ୍ତ୍ରୀ ଗୋଟିଏ ସଂସ୍ଥାରେ କାମ କରୁଥିଲେ। ତାଙ୍କର ଗୋଟିଏ ୪ ବର୍ଷର ପୁଅ ମଧ୍ୟ ଅଛି। ଗତ ୧୧ ତାରିଖରେ ପାସପୋର୍ଟ କରିବା ପାଇଁ ସ୍ବାମୀ ତାଙ୍କ ପୁଅକୁ ସାଙ୍ଗରେ ନେଇ ଭୁବନେଶ୍ୱର ଚାଲି ଆସିଥିଲେ। ହାଇଦରାବାଦରେ ନେଇଥିବା ଘରେ ମହିଳା ଏକୁଟିଆ ଥିଲେ। ଘରେ କେହି ନଥିବାର ସୁଯୋଗ ନେଇ ସେହି କମ୍ପାନୀରେ କାମ କରୁଥିବା ଜଣେ କର୍ମଚାରୀ ତାଙ୍କ ଘରକୁ ଯାଇଥିଲେ। ସେଠାରେ କେହି ନଥିବା ସୁଯୋଗ ନେଇ ମହିଳାଙ୍କୁ ଦୁଷ୍କର୍ମ କରିବା ସହ ତଣ୍ଟିଚିପି ହତ୍ୟା କରିଥିଲା। ଏନେଇ ମହିଳାଙ୍କ ପଡ଼ୋଶୀ ହାଇଦରାବାଦ ପୁଲିସକୁ ଜଣାଇଥିଲେ। ପୁଲିସ ମୃତଦେହ ଜବତ କରିବା ପରେ ଗୁରୁବାର ତାଙ୍କ ପରିବାରକୁ ଜଣାଇଥିଲା। ପରିବାରଲୋକ ଭରତପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

error: Content is protected !!