ଉଭୟ ସ୍ୱାମୀ-ସ୍ତ୍ରୀ ଏହି ନକଲି ବିଦେଶୀ ମଦ କାରଖାନାକୁ ଚଲାଇଥିଲେ। ସେମାନଙ୍କ ଘର ଭିତରେ ହିଁ ଏହି କାରଖାନା ଚାଲିଥିଲା। ସେଠାରୁ ପ୍ରାୟ ୨୦ ଲକ୍ଷ ଟଙ୍କାର ନକଲି ମଦ ଓ ମଦ ତିଆରି ସାମଗ୍ରୀ ଜବତ କରାଯାଇଛି। ୩୫୦ ଲିଟରର ସ୍ପିରିଟ, ୧୦ ଲିଟର କ୍ୟାରିମେଲ ( ନକଲି ମଦର ରଙ୍ଗ ପାଇଁ ବ୍ୟବହାର କରାଯାଉଥିଲା), ୬ ଲିଟର ଫ୍ଲେଭର, ପ୍ରାୟ ୧୪୩ ଲିଟରର ନକଲି ବିଦେଶୀ ମଦ, ୧୮ ହଜାର ପାଖାପାଖି ଡୁପ୍ଲିକେଟ୍ କ୍ୟାପ୍, ନାମୀଦାମୀ ମଦ କମ୍ପାନୀର ୭ହଜାର ୩ ଶହ ଷ୍ଟିକର, ନକଲି ମଦ ପ୍ରସ୍ତୁତିରେ ବ୍ୟବହୃତ ହୋଇଥିବା ଏକ ମେସିନ ସହିତ ଅଭିଯୁକ୍ତଙ୍କ ମୋବାଇଲ ଫୋନ୍ ଓ ଆଧାରାକାର୍ଡ ଜବତ କରାଯାଇଛି ବୋଲି ଅବକାରୀ ଡିଏସ୍ପି କହିଛନ୍ତି।
ପୁଲିସ କହିଛି ଯେ ଅଭିଯୁକ୍ତ ଦ୍ୱୟ ଏବେ ନୂଆ ନୂଆ ଏହି ନକଲି ବିଦେଶୀ ମଦ ତିଆରି କାରଖାନା କରିଥିଲେ। ତେବେ ସେମାନଙ୍କ ସହିତ ଆଉ କାହାର ସଂପର୍କ ରହିଛି ନା ନାହିଁ, ସେ ନେଇ ତଦନ୍ତ କରାଯାଉଛି। ଯଦି ଆଉ କାହାର ସଂପୃକ୍ତି ନେଇ ଜଣାପଡ଼ିବ, ତା’ହେଲେ ତାଙ୍କୁ ବି ଗିରଫ କରାଯିବ।

More Stories
ହାଟଡିହୀରେ ରୋମିଓଙ୍କ ହାଇଭୋଲଟେଜ୍ ଡ୍ରାମା: ଗିଫ୍ଟ ଫେରାଇ ବ୍ଲକ୍ କରିବାରୁ ଛାତ୍ରୀଙ୍କୁ ପିଟିଲେ ‘ଇନଷ୍ଟା ଆଶିକ୍’
ସାମାନ୍ୟ କଥାରୁ କୁରାଢ଼ି ଚୋଟ: ଗୁରୁତର ବୃଦ୍ଧଙ୍କୁ ଚିକିତ୍ସା କରିବା ସମୟରେ ଛୁଞ୍ଚି-ସୂତା ଅଭାବ, ବାହାରୁ କିଣି ଚିକିତ୍ସା କଲେ ଡାକ୍ତର |
ସମିତିସଭ୍ୟଙ୍କଠାରୁ ସୁନା ଚେନ୍ ଛଡ଼ାଇ କରିଥିଲେ ହତ୍ୟା ଉଦ୍ୟମ |