ଉଭୟ ସ୍ୱାମୀ-ସ୍ତ୍ରୀ ଏହି ନକଲି ବିଦେଶୀ ମଦ କାରଖାନାକୁ ଚଲାଇଥିଲେ। ସେମାନଙ୍କ ଘର ଭିତରେ ହିଁ ଏହି କାରଖାନା ଚାଲିଥିଲା। ସେଠାରୁ ପ୍ରାୟ ୨୦ ଲକ୍ଷ ଟଙ୍କାର ନକଲି ମଦ ଓ ମଦ ତିଆରି ସାମଗ୍ରୀ ଜବତ କରାଯାଇଛି। ୩୫୦ ଲିଟରର ସ୍ପିରିଟ, ୧୦ ଲିଟର କ୍ୟାରିମେଲ ( ନକଲି ମଦର ରଙ୍ଗ ପାଇଁ ବ୍ୟବହାର କରାଯାଉଥିଲା), ୬ ଲିଟର ଫ୍ଲେଭର, ପ୍ରାୟ ୧୪୩ ଲିଟରର ନକଲି ବିଦେଶୀ ମଦ, ୧୮ ହଜାର ପାଖାପାଖି ଡୁପ୍ଲିକେଟ୍ କ୍ୟାପ୍, ନାମୀଦାମୀ ମଦ କମ୍ପାନୀର ୭ହଜାର ୩ ଶହ ଷ୍ଟିକର, ନକଲି ମଦ ପ୍ରସ୍ତୁତିରେ ବ୍ୟବହୃତ ହୋଇଥିବା ଏକ ମେସିନ ସହିତ ଅଭିଯୁକ୍ତଙ୍କ ମୋବାଇଲ ଫୋନ୍ ଓ ଆଧାରାକାର୍ଡ ଜବତ କରାଯାଇଛି ବୋଲି ଅବକାରୀ ଡିଏସ୍ପି କହିଛନ୍ତି।
ପୁଲିସ କହିଛି ଯେ ଅଭିଯୁକ୍ତ ଦ୍ୱୟ ଏବେ ନୂଆ ନୂଆ ଏହି ନକଲି ବିଦେଶୀ ମଦ ତିଆରି କାରଖାନା କରିଥିଲେ। ତେବେ ସେମାନଙ୍କ ସହିତ ଆଉ କାହାର ସଂପର୍କ ରହିଛି ନା ନାହିଁ, ସେ ନେଇ ତଦନ୍ତ କରାଯାଉଛି। ଯଦି ଆଉ କାହାର ସଂପୃକ୍ତି ନେଇ ଜଣାପଡ଼ିବ, ତା’ହେଲେ ତାଙ୍କୁ ବି ଗିରଫ କରାଯିବ।

More Stories
ବରିଷ୍ଟ ଆଇନଜୀବୀଙ୍କୁ ସମ୍ନାନିତ କଲେ ଅତିରିକ୍ତ ଜିଲ୍ଲା ଜଜ |
ଦିଲ୍ଲୀର ୫ ଷ୍ଟାର ହୋଟେଲରେ ଫୁଡ୍ ପଏଜନିଂର ସନ୍ଦେହ , ମହିଳାଙ୍କ ଅଭିଯୋଗରେ ଏଫଆଇଆର |
ବଲିଉଡ ଫିଲ୍ମ ଧୁରନ୍ଧରରେ ନଜର ଆସିଥିବା ନଦୀମ ଖାନଙ୍କୁ ଗିରଫ |