କେନ୍ଦୁଝର,୨୬।୧୦ ଚଳିତ ମାସ ୨୪ ତାରିଖରୁ ଗୁଜୁରାଟର ସୁରଟରେ ଆରମ୍ଭ ହୋଇଛି ଜାତୀୟ ଜୁଡୋ ପ୍ରତିଯୋଗିତା। ଏଥିରେ ଓଡିଶା ଦଳରେ ସାମିଲ ଥିବା କେନ୍ଦୁଝର ଜିଲାର ବୈଷ୍ଣବୀ ଗୁପ୍ତା ଭାଗନେଇ ରବିବାର କନିଷ୍ଠ ବିଭାଗରେ ସ୍ବର୍ଣ୍ଣ ପଦକ ହାସଲ କରି କେନ୍ଦୁଝର ଜିଲ୍ଲା ତଥା ରାଜ୍ୟକୁ ଗର୍ବିତ କରିଛନ୍ତି।
ବୈଷ୍ଣବୀ କେନ୍ଦୁଝର କେନ୍ଦ୍ରୀୟ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀରେ ପାଠ ପଡୁଥିବା ବେଳେ କେନ୍ଦୁଝର ଗଡ଼ ରେଳଷ୍ଟେସନର ଇନ୍ଷ୍ଟିଚ୍ୟୁଟଠାରେ ତପନ କୁମାର ପୁର୍ପି ଓ ଜଗନ୍ନାଥ ଟୁଡୁଙ୍କ ନିକଟରୁ ପ୍ରଶିକ୍ଷଣ ନେଉଛନ୍ତି।
ବାପା ସଞ୍ଜୟ କୁମାର ପୂର୍ବତଟ ରେଳପଥର କେନ୍ଦୁଝରଠାରେ ଟ୍ରେନ ମେନେଞ୍ଜର ଭାବେ କାର୍ଯ୍ୟରତ ଥିବା ବେଳେ ମାତା ଗୁଡି କୁମାରୀ ଜଣେ ଗ୍ରୁହୁଣୀ। ବୈଷ୍ଣବୀଙ୍କୁ ଏହି ସଫଳତା ପାଇଁ ସମସ୍ତ ରେଳ କର୍ମଚାରୀ ଶୁଭେଚ୍ଛା ଜଣାଇଛନ୍ତି।

More Stories
ତହସିଲ୍ଦାରଙ୍କରାଜଧାନୀରେ୨କୋଠା୭_ପ୍ଲଟ୍ |
୫୪ ବର୍ଷ ପରେ ପୁଣି ଚନ୍ଦ୍ରକୁ ଯିବ ମଣିଷ, ସାମ୍ନାକୁ ଆସିଲା ନାସାର ଆର୍ଟେମିସ୍-୨ ମିଶନର ଉତକ୍ଷେପଣ ତାରିଖ
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ |