ପାକ୍ ଆତଙ୍କୀ ସଂଗଠନ #ଜୈସେଏମହମ୍ମଦ୍ ସମ୍ପର୍କରେ ଥିବା ଜଣେ ମହିଳା ଡାକ୍ତରଙ୍କ ସମେତ ୪ ଜଣ ଡାକ୍ତର ଆଜି ଗିରଫ ହୋଇଛନ୍ତି ! ସେମାନଙ୍କ ମଧ୍ୟରେ ଅଛନ୍ତି ଜାମ୍ମୁ କାଶ୍ମୀର ଅନନ୍ତନାଗ ସରକାରୀ ମେଡ଼ିକାଲ କଲେଜରେ କାର୍ଯ୍ୟରତ ପୁଲୱାମାର ବାସିନ୍ଦା ଡାକ୍ତର #ଅଦୀଲଅହମ୍ମଦ ଏବଂ ଦିଲ୍ଲୀ ନିକଟ ଫରିଦାବାଦର #ଅଲ୍ଫଲାହ ଘରୋଇ ହସ୍ପିଟାଲର ଡ଼ାକ୍ତର #ମୁଜ଼ାମିଲ୍_ଶକୀଲ୍ ।
ଅଦୀଲଅହମ୍ମଦ ର ଲକରରୁ ଗୋଟିଏ ଏକେ-୪୭ ବନ୍ଧୁକ ଜବତ ହୋଇଥିବା ବେଳେ #ମୁଜାମ୍ମିଲଶକୀଲର ଫରିଦାବାଦ ଭଡ଼ାଘରୁ ୩୬୦ କିଲୋ ଏବଂ ସେଠାରୁ କିଛି ଦୂର ଅନ୍ୟ ଏକ ଘରୁ ୨୫୬୩ କିଲୋ ଓଜନର ଏମୋନିୟମ୍ ନାଇଟ୍ରେଟ୍ ବିସ୍ଫୋରକ, ୨୦ ଗୋଟି ଟାଇମର୍ ଓ ଗୋଟିଏ ରାଇଫଲ୍ ଏବଂ ବିସ୍ଫୋରଣରେ ବ୍ୟବହାର କରାଯାଉଥିବା ଅନ୍ୟାନ ସାମଗ୍ରୀ ଜବତ ହୋଇଛି । ସେମାନଙ୍କ ନିକଟରୁ ଜବତ ମୋଟ ୨୯୨୩ କିଲୋଗ୍ରାମ୍ ଓଜନର ବିସ୍ଫୋରକ ସାମଗ୍ରୀ ଏମୋନିୟମ୍ ନାଇଟ୍ରେଟ୍ ମାଧ୍ୟମରେ ସେମାନେ ଦିଲ୍ଲୀ-ଏନସିଆର୍ ଅଞ୍ଚଳରେ ବଡ଼ ଧରଣର ବିସ୍ଫୋରଣ କରିବାକୁ ଯୋଜନା କରୁଥିଲେ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି ।
ଅନ୍ୟପଟେ ଆଜି ସନ୍ଧ୍ୟା ୬.୫୨ ସମୟରେ ଦିଲ୍ଲୀର ଲାଲକିଲ୍ଲାଠାରୁ ୫ଶହ ମିଟର ଦୂରରେ ଥିବା ମେଟ୍ରୋ ଷ୍ଟେସନର ୧ ନମ୍ବର ଗେଟ ନିକଟ ଟ୍ରାଫିକ ପୋଷ୍ଟ ପାଖରେ ଧୀର ଗତିରେ ଆସୁଥିବା ଏକ କାରରେ ଆତ୍ମଘାତି ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣ ଯୋଗୁଁ ମୋଟ ୮ଟି କାର୍ ଓ କିଛି ବାଇକ୍ ମଧ୍ୟ ଜଳି ଯାଇଛି । ଏଥିରେ ବର୍ତ୍ତମାନ ସୁଦ୍ଧା ମୋଟ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨୨ ଜଣ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । କେନ୍ଦ୍ର ସରକାର ଏହାର ଏନ.ଆଇ.ଏ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ! ଦିଲ୍ଲୀ ବିସ୍ଫୋରଣ ପରେ ଦିଲ୍ଲୀ ସମେତ ମୁମ୍ବାଇ, ଉତ୍ତର ପ୍ରଦେଶ ସମେତ ଦେଶର ବିଭିନ୍ନ ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି…

More Stories
ଓଡ଼ିଶାରେ ଘର ଭଡ଼ା ବ୍ୟବସ୍ଥାରେ ବଡ଼ ସଂସ୍କାର; ଲିଖିତ ଚୁକ୍ତି ବାଧ୍ୟତାମୂଳକ
ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିଦର୍ଶନ କଲେ ରାଜ୍ୟପାଳ
ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ