January 26, 2026

Now Odisha

Now Odisha

ହୃଦଘାତରେ ଅବସରପ୍ରାପ୍ତ ଏମସିଏଲ୍ କର୍ମଚାରୀଙ୍କ ପରଲୋକ |

Spread the love

ପରଜଙ୍ଗ — ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ଗ୍ରାମରେ ଗୁରୁବାର ସକାଳୁ ସକାଳୁ ଦୁଃଖଦ ଘଟଣା ଦେଖିବାକୁ ମିଳିଥିଲା । ଥାନା ଓ ତହସିଲ କାର୍ଯ୍ୟାଳୟ ନିକଟରେ ରହିଥିବା ଗଡ ପରଜଙ୍ଗ ଗ୍ରାମର ଶ୍ରୀକାନ୍ତ ସାମଲଙ୍କ ନିଜ ବାସଭବନରେ ସକାଳୁ ସକାଳୁ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା । ଶ୍ରୀକାନ୍ତ ସାମଲ ଯାହାଙ୍କୁ ସମସ୍ତେ ବାବୁଲି ନାମରେ ପରିଚିତ ସେ ସବୁଦିନ ପାଇଁ ଅଫେରା ରାଇଜକୁ ଚାଲିଯାଇଛନ୍ତି । ବୁଧବାର ରାତି ପ୍ରାୟ ୧୨ ଟା ବେଳକୁ ହଠାତ୍ ଛାତି ଯନ୍ତ୍ରଣା ସାଙ୍ଗକୁ ଦେହ ଅସୁସ୍ଥ ହୋଇଯିବାରୁ ଶ୍ରୀକାନ୍ତ ଜୀବନ ଯୁଦ୍ଧରେ ପ୍ରାଣ ହରାଇଥିଲେ । ୬୧ ବର୍ଷ ବୟସରେ ପରଲୋକ ଘଟିଥିବା ଖବର ଗୁରୁବାର ସକାଳୁ ସକାଳୁ ନିମିଷକ ମଧ୍ୟରେ ପ୍ରଚାର ପ୍ରସାର ହୋଇଯାଇଥିଲା । ଯାହା ଫଳରେ ସ୍ବର୍ଗତ ସାମଲଙ୍କ ବାସଭବନ ଲୋକାରଣ୍ୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ଗ୍ରାମବାସୀ , ସାହି ପଡୋଶୀ , ବନ୍ଧୁ ବାନ୍ଧବ , ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ମରଶରୀର ପାଖରେ ସ୍ତ୍ରୀ , ପୁଅ ଝିଅ ବଡ ଭାଇ ହେମନ୍ତ ସାମଲ , ସାନ ଭାଇ ପ୍ରଶାନ୍ତ କୁମାର ବିକ୍ରମସିଂହ , ପରିବାରର ଅନ୍ୟ ସମସ୍ତ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ଶ୍ରୀକାନ୍ତଙ୍କ ମରଶରୀର ପୁରୀ ସ୍ବର୍ଗ ଦ୍ବାରରେ ଅନ୍ତିମ ସଂସ୍କାର କରିବାକୁ ନିଆଯାଇଥିଲା । ( ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକରୁ ନିର୍ମଳ ଗଡ଼ ନାୟକଙ୍କ ରିପୋର୍ଟ )

error: Content is protected !!