ଓଡିଶା ବିଧାନଭାରେ ମହାମହିମ ରାଷ୍ଟ୍ରପତି । ଐତିହାସିକ ବିଧାନସଭା ଅଧିବେଶନ ଆରମ୍ଭ ପୂର୍ବରୁ ପବିତ୍ର ଗୃହକୁ ସମ୍ବୋଧିତ କରିବା ଅବସରରେ ବିଧାନସଭା ପରିସରରେ ପହଞ୍ଚିଥିଲେ ମହାମହିମ । ଆଉ ସେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା ଓ ପରେ ଫଟୋ ସେସନ ଆରମ୍ଭ ହୋଇଥିଲା । ଫଟୋ ସେସନକୁ ଯିବା ବେଳେ ଦେଖିବାକୁ ମିଳିଥିଲା ଏକ ରୋଚକ ଦୃଶ୍ୟ ।
ମହାମହିମ ରାଷ୍ଟ୍ରପତି ରାଜା ସ୍ବାଇଁଙ୍କୁ ଦେଖି କିଛି ସମୟ ଅଟକିଯାଇଥିଲେ ଆଉ ତାଙ୍କ ସହ କଥା ହୋଇଥିଲେ ।
ତେବେ ମହାମହିମ ରାଷ୍ଟ୍ରପତି, ବିଜେଡି ବିଧାୟକ ରାଜା ସ୍ବାଇଁଙ୍କ ସହ କଣ କଥା ହେଲେ ଏବଂ ତାଙ୍କୁ ସେ କଣ କହିଲେ, ଗଣମାଧ୍ଯମ ଆଗରେ ବଖାଣିଛନ୍ତି ରାଜା ସ୍ବାଇଁ । କହିଛନ୍ତି- ମହାମହିମ ରାଷ୍ଟ୍ରପତି ମତେ କହିଲେ ତମେ ସବୁଠୁ ପୁରୁଣା । ଆମେ ଏକାଠି ବସୁଥିଲୁ । ସେ ମନ୍ତ୍ରୀ ଥିଲେ, ମୁଁ ବି ମନ୍ତ୍ରୀ ଥିଲି । ଆମର ଭାଇ-ଭଉଣୀ ଭଳିଆ ସମ୍ପର୍କ ଥିଲା । ମନ୍ତ୍ରିମଣ୍ଡଳରେ ଆମେ ଦୁଇ ସହକର୍ମୀ ଥିଲୁ । ମତେ ଦେଖି ସିଏ କହିଲେ, ଆପଣ ତ ସବୁଠାରୁ ସିନିୟର ମୋଷ୍ଟ ପର୍ସନ… ମୁଁ ବି କହିଲି ଆପଣ ବି ସିନିୟର ମୋଷ୍ଟ ସିଟିଜେନ୍ ଅଫ୍ ଦ କଣ୍ଟ୍ରି… ପୁରୁଣା ସ୍ମୃତି ଗୁଡାକ ସବୁ ତାଜା ହୋଇଗଲା ବୋଲି କହିଛନ୍ତି ରାଜା ସ୍ବାଇଁ ।

More Stories
ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!
WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…
ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…