ଓଡିଶା ବିଧାନଭାରେ ମହାମହିମ ରାଷ୍ଟ୍ରପତି । ଐତିହାସିକ ବିଧାନସଭା ଅଧିବେଶନ ଆରମ୍ଭ ପୂର୍ବରୁ ପବିତ୍ର ଗୃହକୁ ସମ୍ବୋଧିତ କରିବା ଅବସରରେ ବିଧାନସଭା ପରିସରରେ ପହଞ୍ଚିଥିଲେ ମହାମହିମ । ଆଉ ସେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା ଓ ପରେ ଫଟୋ ସେସନ ଆରମ୍ଭ ହୋଇଥିଲା । ଫଟୋ ସେସନକୁ ଯିବା ବେଳେ ଦେଖିବାକୁ ମିଳିଥିଲା ଏକ ରୋଚକ ଦୃଶ୍ୟ ।
ମହାମହିମ ରାଷ୍ଟ୍ରପତି ରାଜା ସ୍ବାଇଁଙ୍କୁ ଦେଖି କିଛି ସମୟ ଅଟକିଯାଇଥିଲେ ଆଉ ତାଙ୍କ ସହ କଥା ହୋଇଥିଲେ ।
ତେବେ ମହାମହିମ ରାଷ୍ଟ୍ରପତି, ବିଜେଡି ବିଧାୟକ ରାଜା ସ୍ବାଇଁଙ୍କ ସହ କଣ କଥା ହେଲେ ଏବଂ ତାଙ୍କୁ ସେ କଣ କହିଲେ, ଗଣମାଧ୍ଯମ ଆଗରେ ବଖାଣିଛନ୍ତି ରାଜା ସ୍ବାଇଁ । କହିଛନ୍ତି- ମହାମହିମ ରାଷ୍ଟ୍ରପତି ମତେ କହିଲେ ତମେ ସବୁଠୁ ପୁରୁଣା । ଆମେ ଏକାଠି ବସୁଥିଲୁ । ସେ ମନ୍ତ୍ରୀ ଥିଲେ, ମୁଁ ବି ମନ୍ତ୍ରୀ ଥିଲି । ଆମର ଭାଇ-ଭଉଣୀ ଭଳିଆ ସମ୍ପର୍କ ଥିଲା । ମନ୍ତ୍ରିମଣ୍ଡଳରେ ଆମେ ଦୁଇ ସହକର୍ମୀ ଥିଲୁ । ମତେ ଦେଖି ସିଏ କହିଲେ, ଆପଣ ତ ସବୁଠାରୁ ସିନିୟର ମୋଷ୍ଟ ପର୍ସନ… ମୁଁ ବି କହିଲି ଆପଣ ବି ସିନିୟର ମୋଷ୍ଟ ସିଟିଜେନ୍ ଅଫ୍ ଦ କଣ୍ଟ୍ରି… ପୁରୁଣା ସ୍ମୃତି ଗୁଡାକ ସବୁ ତାଜା ହୋଇଗଲା ବୋଲି କହିଛନ୍ତି ରାଜା ସ୍ବାଇଁ ।

More Stories
ଘଣ୍ଟପଡ଼ା ରେଳ ଓଭର ବ୍ରିଜର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ |
ବାଣପୁର: ମଝିରୁ ଭୁଶୁଡିଲା ପୋଲ, ଅଳ୍ପକେ ବର୍ତ୍ତିଲେ ହାଇୱା ଗାଡ଼ି ଚାଳକ ଓ ହେଲପର
ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ପୂର୍ବତନ ସରପଞ୍ଚ ଶାଗୁ ମାଝୀ |