ଭୁବନେଶ୍ୱର: ଅଡ଼ୁଆରେ ମନ୍ମଥ ରାଉତରାୟ । ତାଙ୍କୁ ଗିରଫ କରିପାରେ ସାଇବର ଥାନା ପୋଲିସ। ତାଙ୍କ ନାଁରେ ଥାନରେ ଅଭିଯୋଗ କରିଛି ବିଜେପି IT ସେଲ୍ । ଏହି ଅଭିଯୋଗ ପରେ ତାଙ୍କର ଅଡ଼ୁଆ ବଢ଼ିଛି । କୌଣସି ବି ମୁହୁର୍ତ୍ତରେ ପୋଲିସ ତାଙ୍କୁ ଡାକିପାରେ ।ନୂଆପଡ଼ା ନିର୍ବାଚନ ପୂର୍ବରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଅରୁଚିକର ମନ୍ତବ୍ୟ ଦେଇଥିଲେ ।
ଯାହାକି ଏବେ ତାଙ୍କୁ ମହଙ୍ଗା ପଡ଼ିବାକୁ ଯାଉଛି । IT ଆକ୍ଟରେ ମାମଲା ରୁଜୁ କରି ତଦନ୍ତ କରୁଛି ଭୁବନେଶ୍ୱର ସାଇବର ଥାନା ପୋଲିସ।
ନୂଆପଡ଼ା ନିର୍ବାଚନ ବେଳେ ମନ୍ମଥଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଅପଶବ୍ଦ ବ୍ୟବହାର କରୁଥିବା ଦେଖାଯାଇଥିଲା । ରାସ୍ତାରେ ଲାଗିଥିବା ମୋଦିଙ୍କ ପୋଷ୍ଟର ସାମ୍ନାରେ ସେ ଛିଡ଼ା ହୋଇ ଏହି ଭିଡିଓ ସୁଟ କରିଥିଲେ ମନ୍ମଥ । କାହିଁକି ବିଜେପି କର୍ମୀ ବିଜୁ ବାବଙ୍କ ପ୍ରତିମୁର୍ତ୍ତି ଓ ବିଜେଡି ଫଟୋ ଆଗରେ ବିଜେପି ବ୍ୟାନର ଓ ମୋଦିଙ୍କ ଫଟୋ ଲଗାଇଛନ୍ତି ବୋଲି କହି, ସେ ପ୍ରଧାନମନ୍ତ୍ରୀଙ୍କୁ କଟୁ ଶବ୍ଦରେ ସମାଲୋଚନା କରିଥିଲେ ।
ଭୁବନେଶ୍ୱରରୁ ଲୋକସଭା ସାଂସଦ ପାଇଁ ସେ ବିଜେଡି ଟିକେଟରୁ ଲଢ଼ୁଥିଲେ । କିନ୍ତୁ ବହୁ ବ୍ୟବଧାନରେ ବିଜେପିର ଅପରାଜିତାଙ୍କଠାରୁ ହାରିଥିଲେ । ଏହି ସମୟରେ ମଧ୍ୟ ତାଙ୍କର ଖାମଖିଆଲ ମନ୍ତବ୍ୟ ପାଇଁ ସେ ଚର୍ଚ୍ଚାରେ ଥିଲେ । ତାଙ୍କ କ୍ୟାପ୍ଟେନ୍ ନାଁ ପାଇଁ ମଧ୍ୟ ତାଙ୍କୁ ଟ୍ରୋଲ କରାଯାଇଥିଲା । ଯୁବ କଂଗ୍ରେସର କିଛି ନେତା ତାଙ୍କୁ କ୍ୟାପ୍ଟେନ୍ ବଦଳରେ ଡ୍ରାଇଭର କହିଥିଲେ ।ଯେତେବେଳେ ସେ ତାଙ୍କ ବଡ଼ ଭାଇ ସିଦ୍ଧାର୍ଥ ରାଉତରାୟଙ୍କ ବିଷୟରେ ଏଣୁତେଣୁ କହିବା ସହ ଅପଶବ୍ଦ ବ୍ୟବହାର କରିଥିଲେ, ସେତେବେଳେ ଅନେକ ମହଲରୁ ତାଙ୍କୁ କଟୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା ।

More Stories
ଘେଁସ୍ କଲେଜର ନାମ ବଦଳିଲା: ସ୍ୱାଧୀନତା ସଂଗ୍ରାମୀ ଶହୀଦ ମାଧୋ ସିଂହଙ୍କ ନାମରେ ହେଲା ନାମିତ
ଲଗାଣ ବର୍ଷାରେ ଧୋଇଗଲା ନିର୍ମାଣାଧୀନ ରିଂ ରୋଡ୍: କାମ ନସରୁଣୁ ରାସ୍ତାର ସ୍ଥାୟିତ୍ୱକୁ ନେଇ ଉଠିଲା ପ୍ରଶ୍ନବାଚୀ
ମମତା ବାନାର୍ଜୀଙ୍କୁ ପୁଣି ଏକ ବଡ ଝଟକା, ବୈଠକରେ ପହଞ୍ଚିଲେ କେବଳ ୬ ସାଂସଦ ଏବଂ ୮ ବିଧାୟକ…