January 27, 2026

Now Odisha

Now Odisha

ମା ” ମହାପାଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ , ଲୋଧଣୀ ଟିମ୍ ଚାମ୍ପିଅନ |

Spread the love

ପରଜଙ୍ଗ –(ନିର୍ମଳ ଗଡ଼ନାୟକ ) ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କୁଆଳୁ ପରମହଂସପୁର ଗ୍ରାମ ମା ମହାପାଟ ଖେଳ ପଡିଆରେ ମା ମହାପାଟ କ୍ରିକେଟ କ୍ଲବ୍ ଆନୁକୁଲ୍ୟରେ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ଦିନ ଉଦଯାପିତ ହୋଇଯାଇଛି । ଚଳିତ ବର୍ଷ ଏହି ଟୁର୍ଣ୍ଣାମେଣ୍ଟରେ ଢେ଼ଙ୍କାନାଳ ଓ ଅନୁଗୋଳ ଜିଲ୍ଲାର ୧୬ ଟି ଟିମ୍ ଅଂଶ ଗ୍ରହଣ କରିଥିବା ବେଳେ ପରଜଙ୍ଗ ବ୍ଲକ ଲୋଧଣୀ ମା” ମୁଳଦେବୀ କ୍ରିକେଟ କ୍ଲବ୍ ଓ ଅନୁଗୋଳ ଜିଲ୍ଲା ତାଳଚେର କେ ଏଫ୍ ସି କୁକୁଡୁଲା କ୍ରିକେଟ ଟିମ୍ ଫାଇନାଲରେ ପ୍ରବେଶ କରିଥିଲେ । ଆୟୋଜକ ପକ୍ଷରୁ ଫାଇନାଲ ୩ ମ୍ୟାଚ୍ ବିଶିଷ୍ଟ ଅନୁଷ୍ଠିତ ହୋଇଥିଲା । ପ୍ରଥମ ମ୍ୟାଚ ୧୦ ଓଭର ଖେଳ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ କୁକୁଡୁଲା ଟିମ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇ ୧୦ ଓଭର ଶେଷ ସୁଦ୍ଧା ସମସ୍ତ ୱିକେଟ ହରାଇ ୮୪ ରନ ସଂଗ୍ରହ କରିଥିଲେ । ଜବାବରେ ଲୋଧଣୀ ଟିମ୍ ୯ ଓଭର ଦୁଇଟି ବଲରେ ଆବଶ୍ୟକ ରନ ସଂଗ୍ରହ କରି ନେଇ ବିଜୟୀ ହୋଇଥିଲେ । ଦ୍ଵିତୀୟ ମ୍ୟାଚ୍ ୬ ଓଭର ବିଶିଷ୍ଟ ଖେଳ ଅନୁଷ୍ଠିତ ହୋଇଥିଲା ।ଏଥିରେ ଲୋଧଣୀ ଟିମ୍ ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇ କୁକୁଡୁଲା ଟିମକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ କରିଥିଲେ । କୁକୁଡୁଲା ଟିମ୍ ୬ ଓଭର ଶେଷ ସୁଦ୍ଧା ୪ ୱିକେଟ ହରାଇ ୨୯ ରନ ସଂଗ୍ରହ କରିଥିବା ବେଳେ ଜବାବରେ ଲୋଧଣୀ ଟିମ୍ ମାତ୍ର ଏକ ଓଭର ଚାରଟି ବଲରେ ଆବଶ୍ୟକ ରନ ସଂଗ୍ରହ କରି ନେଇ ବିଜୟୀ ହେବା ସହ ଚାମ୍ପିଅନ ଆଖ୍ୟା ଅର୍ଜନ କରିଥିଲେ । ଚନ୍ଦନ ଭୂତିଆ ଓ ବିଶ୍ୱଜିତ୍ ପଟ୍ଟନାୟକ ଖେଳ ପରିଚାଳନା କରିଥିବା ବେଳେ ଦୀପକ କୁମାର ସାହୁ ଓ ସଲିମ କୁମାର ସାହୁ ଧାରବିବରଣି ପ୍ରଦାନ କରିଥିବା ବେଳେ ମୃତ୍ୟୁଞ୍ଜୟ ବିଶ୍ଵାଳ ଓ ଚିନ୍ମୟ ସାହୁ ସ୍କୋର ଦାୟିତ୍ଵ ନିର୍ବାହ କରିଥିଲେ ।ଉଦଯାପନୀ ସମାରୋହରେ ସ୍ଥାନୀୟ ଯୁବ ସରପଞ୍ଚ ଅଜିତ୍ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ , ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ତିନି ଖଣ୍ଡ ଗାଁର ସଭାପତି ଅନିଲ କୁମାର ଭୂତିଆ , ପରମହଂସପୁର ଗ୍ରାମ୍ୟ କମିଟି ସଭାପତି ପଦ୍ମ ଚରଣ ସାହୁ , ପୂର୍ବତନ ଗ୍ରାମ୍ୟ କମିଟି ସଭାପତି ଗୌତମ ସାହୁ ,ପୂର୍ବତନ ଗ୍ରାମ୍ୟ କମିଟି ସମ୍ପାଦକ ରବୀନ୍ଦ୍ର କୁମାର ସାହୁ , ଅବସର ପ୍ରାପ୍ତ ସୈନିକ ଅଞ୍ଜନ କୁମାର ବିଶ୍ବାଳ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ମ୍ୟାନ ଅଫ ଦି ମ୍ୟାଚ୍, ମ୍ୟାନ ଅଫ ଦି ସିରିଜ୍ ,ବେଷ୍ଟ ସିକ୍ସସର, ବେଷ୍ଟ ବୋଲର ଲୋଧଣି ସପକ୍ଷରେ ଯାଇଥିବା ବେଳେ ବେଷ୍ଟ ବ୍ୟାଟ୍ସମ୍ୟାନ ,ବେଷ୍ଟ ଫିଲଡର୍ , ବେଷ୍ଟ କ୍ୟାଚର୍ ,ବେଷ୍ଟ ୱିକେଟର ଓ ଅଲ ରାଉଣ୍ଡର କୁକୁଡୁଲା ସପକ୍ଷରେ ଆୟୋଜକ ପକ୍ଷରୁ ଘୋଷଣା କରାଯାଇଥିଲା । ପରିଶେଷରେ ଉଭୟ ଦଳଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା । ଆୟୋଜକ ପକ୍ଷରୁ ଚଳିତ ବର୍ଷ ଟୁର୍ଣ୍ଣାମେଣ୍ଟ ଶୃଙ୍ଖଳାର ସହ ପରିଚାଳିତ ହୋଇଥିଲା ।

error: Content is protected !!